ଭୁବନେଶ୍ୱର: ମହାନଦୀ ଜଳ ବିବାଦର ଆପୋଷ ସମାଧାନ ପାଇଁ ଛତିଶଗଡ଼ ଓ ଓଡ଼ିଶା ସରକାରଙ୍କ ଭିତରେ ଆଲୋଚନା ଚାଲିଛି ଏବଂ ଗତକାଲି ମହାନଦୀ ଟ୍ରିବୁନାଲର ବୈଠକରେ ଏକଥା ଓଡ଼ିଶାର ଅଡ୍ଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଉପସ୍ଥାପିତ କରିଛନ୍ତିl
ଗତ ୬ ତାରିଖରେ ଅନୁଷ୍ଠିତ ଏହି ବୈଠକ ପୂର୍ବରୁ ଦୁଇ ରାଜ୍ୟର ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଏ ବିଷୟରେ ଆଲୋଚନା କରି ୪୦ ବିବଦମlନ ପ୍ରସଙ୍ଗକୁ ନିରୂପଣ କରିଛନ୍ତି ବୋଲି ଗଣ ମାଧ୍ୟମରେ ପ୍ରକାଶ ପାଇଛିl ଏହି ୪୦ଟି ବିବଦମlନ ପ୍ରସଙ୍ଗଗୁଡ଼ିକ କଣ ତାହା ଓଡ଼ିଶାବାସୀ ଜାଣିବା ଉଚିତ ଏବଂ ସେଗୁଡିକୁ ସାର୍ବଜନୀନ କରିବା ଉଚିତ ବୋଲି ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ଏକ ପ୍ରେସ ବିବୃତିରେ କହିଛନ୍ତିl
ମହାନଦୀ ଜଳ ବିବାଦ ଏକ ସ୍ପର୍ଶକାତର ପ୍ରସଙ୍ଗl ରାଜନୀତିରୁ ଉର୍ଦ୍ଧକୁ ଯାଇ ଏହାର ସମାଧାନ ଖୋଜିବା ନିହାତି ଜରୁରୀ ଏବଂ ଓଡ଼ିଶା ସରକାର ଏ ଦିଗରେ ଯତ୍ନବାନ ହେବେ ବୋଲି ମହାନଦୀ ବଞ୍ଚାଅ ଆନ୍ଦୋଳନ ଆଶା ରଖୁଛିl
-ପ୍ରସନ୍ନ ବିଶୋଇ, ପ୍ରବକ୍ତା ମହାନଦୀ ବଞ୍ଚାଅ ଆନ୍ଦୋଳନ
ସେ ଆହୁରି କହିଛନ୍ତି ଯେ ମହାନଦୀ ଜଳ ବିବାଦର ଆପୋଷ ସମାଧାନ ପ୍ରକ୍ରିୟାକୁ କେବଳ ଦୁଇ ରାଜ୍ୟ ସରକାର ଭିତରେ ସୀମାବଦ୍ଧ ରଖିବା ସମିଚୀନ ହେବ ନାହିଁ l ଏହି ପ୍ରକ୍ରିୟାରେ ମହାନଦୀ ପ୍ରସଙ୍ଗ ସହିତ ଜଡିତ ଅଂଶୀଦାର ମାନଙ୍କୁ ସାମିଲ କରିବା ଉଚିତ l
ସୂଚନାଯୋଗ୍ୟ, ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଜୁଲାଇ ମାସରେ ଭୁବନେଶ୍ୱରରେ ଓ ଅଗଷ୍ଟ ମାସରେ ରାୟପୁର ଠାରେ ଅନୁଷ୍ଠିତ ଗୋଲ ଟେବୁଲ ବୈଠକରେ ଉପରୋକ୍ତ ପ୍ରସ୍ତାବଗୁଡିକ ପାରିତ ହୋଇଥିଲାl ଏ ସଂକ୍ରାନ୍ତରେ ଉଭୟ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ତୁରନ୍ତ ସମସ୍ତ ରାଜନୈତିକ ଦଳ, ସାମାଜିକ ସଂଗଠନ, ନଦୀ ଓ ଜଳ ବିଶେଷଜ୍ଞ ମାନଙ୍କ ବୈଠକ ଡାକିବାକୁ ଅନୁରୋଧ କରାଯାଇଛି l
ଉଲ୍ଲେଖଯୋଗ୍ୟ, ବହୁଚର୍ଚ୍ଚିତ ମହାନଦୀ ଟ୍ରିବ୍ୟୁନାଲ୍ରେ ମହାନଦୀ ଜଳ ବିବାଦର ଶୁଣାଣି ହୋଇଛି। ଏନେଇ ଓଡ଼ିଶା ପାଇଁ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ପକ୍ଷ ରଖିଛନ୍ତି। ମହାନଦୀ ଟ୍ରିବ୍ୟୁନାଲ୍ରେ ପକ୍ଷ ରଖିବା ପରେ ଶ୍ରୀ ଆଚାର୍ଯ୍ୟ ଗଣମାଧ୍ୟମକୁ କହିଛନ୍ତି, ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଆପୋସ ବୁଝାମଣା ଚାଲିଛି। ଆସନ୍ତା ଅକ୍ଟୋବର ୧୧ ସୁଦ୍ଧା ବୁଝାମଣାର ଅଗ୍ରଗତି ଜଣାଇବାକୁ ଟ୍ରିବ୍ୟୁନାଲ୍ କହିଛନ୍ତି।
Mahanadi
Follow Us