ଶିବ ପଞ୍ଚାକ୍ଷରୀରେ କମ୍ପିଲା ଏକାମ୍ରକ୍ଷେତ୍ର; ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ

Advertisment

ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶ୍ରୀଲିଙ୍ଗରାଜ ମନ୍ଦିର ଚୂଡ଼ାକୁ ମହାଦୀପ ଉଠିଛି ଏବଂ ଏହି ଦିବ୍ୟଦୃଶ୍ୟକୁ ଅବଲୋକନ କରିବାକୁ ଭକ୍ତମାନେ ଭାବ ଓ ଆବେଗର ସହ ଅପେକ୍ଷା କରିଥିଲେ। ଶିବ ପଞ୍ଚାକ୍ଷରୀରେ ଏକାମ୍ରକ୍ଷେତ୍ର କମ୍ପି ଉଠିଛି।

ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶ୍ରୀଲିଙ୍ଗରାଜ ମନ୍ଦିର ଚୂଡ଼ାକୁ ମହାଦୀପ ଉଠିଛି ଏବଂ ଏହି ଦିବ୍ୟଦୃଶ୍ୟକୁ ଅବଲୋକନ କରିବାକୁ ଭକ୍ତମାନେ ଭାବ ଓ ଆବେଗର ସହ ଅପେକ୍ଷା କରିଥିଲେ। ଶିବ ପଞ୍ଚାକ୍ଷରୀରେ ଏକାମ୍ରକ୍ଷେତ୍ର କମ୍ପି ଉଠିଛି।

Lingaraj mahadeepa 2025

Lingaraj mahadeepa 2025 Photograph: (Sambad.in )

ଭୁବନେଶ୍ବର: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶ୍ରୀଲିଙ୍ଗରାଜ ମନ୍ଦିର ଚୂଡ଼ାକୁ ମହାଦୀପ ଉଠିଛି ଏବଂ ଏହି ଦିବ୍ୟଦୃଶ୍ୟକୁ ଅବଲୋକନ କରିବାକୁ ଭକ୍ତମାନେ ଭାବ ଓ ଆବେଗର ସହ ଅପେକ୍ଷା କରିଥିଲେ। ଶିବ ପଞ୍ଚାକ୍ଷରୀରେ ଏକାମ୍ରକ୍ଷେତ୍ର କମ୍ପି ଉଠିଛି। ଏଥି ସହିତ  ବ୍ରତଧାରୀମାନେ ବ୍ରତ ଭାଙ୍ଗିଛନ୍ତି। ଶିବରାତ୍ରି ପାଇଁ ଏକାମ୍ର କ୍ଷେତ୍ର ଆଜି ଦିନସାରା ଚଳଚଞ୍ଚଳ ହୋଇଉଠିଛି। ଭକ୍ତିମୟ ପରିବେଶରେ ଭାରତର ଅନ୍ୟତମ ଶୈବ ପୀଠ ଶ୍ରୀଲିଙ୍ଗରାଜଙ୍କ କ୍ଷେତ୍ର ଉଛୁଳି ପଡ଼ି। ଭକ୍ତ ଓ ଶ୍ରଦ୍ଧାଳୁ ଜାଗର ବ୍ରତ ପାଳିଛନ୍ତି। ବୁଧବାର ରାତି ୧ଟାରୁ ଭକ୍ତମାନେ ଲିଙ୍ଗରାଜ ଦର୍ଶନ ପାଇଁ ଧାଡ଼ି ବାନ୍ଧି ଅପେକ୍ଷା କରିଥିଲେ। ଦିନତମାମ ମହାଦେବଙ୍କ ଦର୍ଶନ ଲାଗି ରହିଥିଲା ଏବଂ ସନ୍ଧ୍ୟାରୁ ଭଜନ ସମାରୋହ ସାଙ୍ଗକୁ ରାତିରେ ମହାଦୀପ ଦର୍ଶନ ପାଇଁ ଭିଡ଼ ହୋଇଥିଲା। ଏଥିପାଇଁ ମନ୍ଦିର ପ୍ରଶାସନରୁ ଆରମ୍ଭ କରି ବିଏମ୍‌ସି ଓ କମିସନରେଟ୍‌ ପୁଲିସ ପକ୍ଷରୁ ସବୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇସାରି ଥିଲା।

ଜାଗର ପାଇଁ ସମଗ୍ର ଏକାମ୍ର କ୍ଷେତ୍ର ସମେତ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଲିଙ୍ଗରାଜ ମନ୍ଦିର ମୁଖ୍ୟ ଫାଟକ ଠାରୁ ଆରମ୍ଭ ହୋଇ ବଢେଇବାଙ୍କ ଛକ ପର୍ଯ୍ୟନ୍ତ ଲୋକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ପୂର୍ବ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ଭୋର ସାଢ଼େ ୩ଟାରେ ପ୍ରଭୁ ଲିଙ୍ଗରାଜଙ୍କ ଦ୍ଵାରଫିଟା ନୀତି ଅନୁଷ୍ଠିତ ହୋଇଥିଲା। ଏହା ପରେ ପ୍ରଭୁ ଲିଙ୍ଗରାଜଙ୍କ ମଙ୍ଗଳ ଆଳତି ଓ ଅବକାଶ ନୀତି କରାଯାଇଥିଲା। 

ରାଜ୍ୟ ଓ କେନ୍ଦ୍ରରେ ବିଜେପି ସରକାର: ଲିଙ୍ଗରାଜ ଆଇନ ପାଇଁ ଆଶାର ଝଲକ

ମହାଶିବରାତ୍ରି ପାଇଁ ଭୋର ୩.୩୦ରୁ ଦିନ ୧୧ଟା ପର୍ଯ୍ୟନ୍ତ ଭକ୍ତଙ୍କୁ ସାହାଣ ମେଲା ଦର୍ଶନ ଦେଇଛନ୍ତି ଶ୍ରୀ ଲିଙ୍ଗରାଜ ମହାପ୍ରଭୁ। ପ୍ରଥମେ ସକାଳ ୫ ଟା ପର୍ଯ୍ୟନ୍ତ ସେବାୟତ ଓ ତାଙ୍କ ପରିବାର ଲୋକଙ୍କୁ ପ୍ରଭୁଙ୍କ ଦର୍ଶନ କରିବାକୁ ସୁଯୋଗ ମିଳିଥିଲା। ତାପରେ ସାଧାରଣ ଭକ୍ତଙ୍କ ପ୍ରବେଶ ପାଇଁ ଅନୁମତି ମିଳିଥିଲା। ଭକ୍ତଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସକାଳୁ ମନ୍ଦିରରେ ପହଞ୍ଚି ସୁରକ୍ଷା ଦାୟିତ୍ଵର ତଦାରଖ କରିଥିଲେ ଦୁଇ ଡିସିପି ଜଗମୋହନ ମିନ୍ନା ଓ ପିନାକ ମିଶ୍ର। ସୁରକ୍ଷା ଦାୟିତ୍ବରେ ୪୮ ପ୍ଲାଟୁନ ଫୋର୍ସ ମୁତୟନ ଅଛନ୍ତି। ଏହାସହ ୪ ଡିସିପି ପାହ୍ୟା ଅଧିକାରୀ, ୫ ଅତିରିକ୍ତ ଡିସିପି ପାହ୍ୟା ଅଧିକାରୀ, ୧୫ ଏସିପି, ୨୮ ଇନ୍ସପେକ୍ଟର ଏବଂ ୧୨୨ ଏସଆଇ ସୁରକ୍ଷା ଦାୟିତ୍ବରେ ଅଛନ୍ତି। ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାରିକେଡ ମଧ୍ୟରେ ଭକ୍ତଙ୍କୁ ଦର୍ଶନ କରିବାକୁ ଛଡାଯାଉଛି।

ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରଣା କହିଛନ୍ତି, ଲିଙ୍ଗରାଜ ମନ୍ଦିରରେ ଆକଳନ ଠାରୁ ଅଧିକ ଭକ୍ତଙ୍କ ଭିଡ଼ି ଲାଗିଛି। ଏହାକୁ ନେଇ ଭିଡ଼ ନିୟନ୍ତ୍ରଣ ସାମାନ୍ୟ କଷ୍ଟକର ହୋଇଛି। ତଥାପି ପୁଲିସ ପ୍ରଶାସନ ଓ ଅଧିକାରୀ ଶୃଙ୍ଖଳିତ ଦର୍ଶନ କରାଇବା ପାଇଁ ଲାଗିଛନ୍ତି। ମନ୍ଦିରର ନୀତିକାନ୍ତି କିଭଳି ସୁରୁଖୁରୁରେ ହେବ ତାକୁ ନେଇ ସେବାୟତଙ୍କ ସହ ମଧ୍ୟ ସକାଳୁ ଆଲୋଚନା ହୋଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe