accuse arrested raighar Photograph: (sambad.in)
ନବରଙ୍ଗପୁର: ୨୦୨୪ମସିହା ନଭେମ୍ବର ୨୧ରେ ନବରଙ୍ଗପୁର ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶରେ ଏସିଏଫ୍ ସୁବାସ ଚନ୍ଦ୍ର ଖୁଣ୍ଟିଆଙ୍କ ନେତୃତ୍ବରେ ୱାଇଲଡ୍ ଲାଇଫ୍ ପ୍ରେଟେକ୍ସନ୍ ଦଳ ରାଇଘର ବ୍ଲକରୁ ଚିତାବାଘର ଚମଡ଼ା ଜବତ କରିବା ସହ ତିନି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ଅଭିଯୁକ୍ତଙ୍କୁ କୋର୍ଟ ଚାଳାଣ କରାଯାଇଥିଲା। ଏହି ମାମଲାରେ ଜଣେ ଅଭିଯୁକ୍ତଙ୍କ ବୟାନ ମୁତାବକ ଯାହା ଠାରୁ ଏହି ଚମଡ଼ା କିଣିଥିଲେ। ସେହି ଅଭିଯୁକ୍ତ ରାଇଘର ଥାନା ଅର୍ନ୍ତଗତ ବୋବେଇ ଗାଁର ସୁଖା ଗଣ୍ଡଙ୍କୁ ଆଜି ନବରଙ୍ଗପୁର ବନଖଣ୍ଡ ୱାଇଲଡ୍ ଲାଇଫ୍ ପ୍ରେଟେକ୍ସନ୍ ଦଳ ଗିରଫ କରି କୋର୍ଟକୁ ଚାାଳାଣ କରାଯାଇଥିବା କହିଛନ୍ତି ଏସିଏଫ୍।
୨୦୨୪ ମସିହା ନଭେମ୍ବର ୨୧ ତାରିଖ ଦିନ ବିଶ୍ବସ୍ତସୂତ୍ରରୁ ସୂଚନା ପାଇ ନବରଙ୍ଗପୁର ବନଖଣ୍ଡର ୱାଇଲଡ୍ ଲାଇଫ୍ ପ୍ରେଟେକ୍ସନ୍ ଦଳ ରାଇଘର ବ୍ଲକର ଅଭିଯୁକ୍ତ ଉଦୟପୁର ଗାଁର ଚମରା ଗଣ୍ଡ, ପଣ୍ଡରିପକନା ଗାଁର ମଙ୍ଗଳଦାସ ହରିଜନ ଓ ହାତୀବେଡ଼ା ଗାଁର ଖେଦୁରାମ ହରିଜନଙ୍କ ଠାରୁ ଚିତାବାଘର ଚମଡ଼ା ଜବତ କରିଥିଲେ।
ଏହି ତିନି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟକୁ ଚାଳାଣ କରିଥିଲେ। ଅଭିଯୁକ୍ତ ଚମରାଙ୍କୁ ପଚାରାଉଚରା ବେଳେ ଏହି ଚମଡ଼ାଟି ୯୫ହଜାର ଟଙ୍କାରେ କିଣିଥିବା ସ୍ବୀକାର କରିଥିଲେ। ବନବିଭାଗ ପକ୍ଷରୁ ସୁଖାକୁ ଧରିବା ପାଇଁ ପ୍ରୟାସ ଜାରୀ ରହିଥିଲା। ଆଜି ଅଭିଯୁକ୍ତ ସୁଖାଙ୍କୁ ଗିରଫ କରି କୋର୍ଟ ଚାଳାଣ କରାଯାଇଛି ବୋଲି କହିଛନ୍ତି ଏସିଏଫ।
Nabarangpur
Follow Us