ସହଦେବ ନାୟକଙ୍କୁ ହତ୍ୟା ଘଟଣା: ବନ୍ଧା ହେଲା ମୁଖ୍ୟ ଅଭିଯୁକ୍ତ ରମା ନାୟକ

ମୁନିସିପାଲିଟି ସଫେଇ ମଜଦୁର ସଂଘର ସମ୍ପାଦକ ସହଦେବ ନାୟକଙ୍କୁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରମା ନାୟକଙ୍କୁ ପୁଲିସ ଗିରଫ କରିଛି। ହତ୍ୟାକାଣ୍ଡର ୪୦ ଦିନ ପରେ ଖୋର୍ଦ୍ଧାରୁ ତାଙ୍କୁ ମଞ୍ଚେଶ୍ବର ଥାନା ପୁଲିସ ଗିରଫ କରିଥିବାର ସୂଚନା ମିଳିଛି। 

ଅଦ୍ୟତନ ହୋଇଛି
ଭଗ

ଭୁବନେଶ୍ୱର: ମୁନିସିପାଲିଟି ସଫେଇ ମଜଦୁର ସଂଘର ସମ୍ପାଦକ ସହଦେବ ନାୟକଙ୍କୁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରମା ନାୟକଙ୍କୁ ପୁଲିସ ଗିରଫ କରିଛି। ହତ୍ୟାକାଣ୍ଡର ୪୦ ଦିନ ପରେ ଖୋର୍ଦ୍ଧାରୁ ତାଙ୍କୁ ମଞ୍ଚେଶ୍ବର ଥାନା ପୁଲିସ ଗିରଫ କରିଥିବାର ସୂଚନା ମିଳିଛି। 

ଗତ ଜାନୁଆରୀ ୮ ତାରିଖରେ ସଫେଇ କର୍ମଚାରୀ ସହଦେଵ ନାୟକଙ୍କ ମୃତ୍ୟୁ ହୋଇଥିଲା। ରସୁଲଗଡ଼ ଓଭରବ୍ରିଜ ଉପରେ ସହଦେବଙ୍କ ମୁଣ୍ଡ ଗଣ୍ଡି ଅଲଗା କରିଦେଇଥିଲେ ଦୁର୍ବୃତ୍ତ। ପୁଲିସ ଘଟଣାରେ ମୋଟ ୬ ଜଣଙ୍କୁ ଗିରଫ କରିସାରିଛି। ଏଣେ ସହଦେବଙ୍କ ପତ୍ନୀ  ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବି କରି ଧାରଣାରେ ବସିଥିଲେ। ମୁଖ୍ୟ ଅଭିଯୁକ୍ତ ଗିରଫ ନହେଲେ ବିଧାନସଭା ଆଗରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଥିଲେ।

ହତ୍ୟା ଘଟଣାକୁ ଗୋଟିଏ ମାସ ପୂରଣ ହୋଇଥିଲେ ହେଁ ଏପର୍ଯ୍ୟନ୍ତ ପରିବାରକୁ ଉଚିତ୍ ନ୍ୟାୟ ମିଳି ନଥିବା ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ହତ୍ୟାର ମାଷ୍ଟର ମାଇଣ୍ଡ ଏବେ ବି ବାହାରେ ବୁଲୁଛି। ପରିବାରକୁ ୩୦  ଲକ୍ଷ ଅନୁକମ୍ପା ରାଶି ଦେବ କହି ବିଏମ୍ସି ଭଣ୍ଡାଉଛି। ଏହାକୁ ନେଇ ତାତିଥିଲା ମୁନିସିପାଲିଟି ସଫେଇ ମଜଦୁର ସଂଘ। ବିଏମ୍ସି ଅଫିସ୍ ଆଗରେ ବିକ୍ଷୋଭ କରିବା ସହ ବିଏମ୍ସିର ସମସ୍ତ ଫାଟକକୁ ତାଲା ପକାଇ ଆନ୍ଦୋଳନ କରିଥିଲେ। ଶେଷରେ ସଂଘର କର୍ମକର୍ତ୍ତା ଓ ବିଏମ୍ସି ଅଧିକାରୀଙ୍କ ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ରହିଥିଲା।

 ସୂଚନାଯୋଗ୍ୟ, ଗତ ଜାନୁଆରୀ ୮ ତାରିଖରେ ସଫେଇ କର୍ମଚାରୀ ସହଦେଵ ନାୟକଙ୍କ ମୃତ୍ୟୁ ହୋଇଥିଲା। ରସୁଲଗଡ଼ ଓଭରବ୍ରିଜ ଉପରେ ସହଦେବଙ୍କ ମୁଣ୍ଡ ଗଣ୍ଡି ଅଲଗା କରିଦେଇଥିଲେ ଦୁର୍ବୃତ୍ତ। ପୁଲିସ ଘଟଣାରେ ମୋଟ ୬ ଜଣଙ୍କୁ ଗିରଫ କରିସାରିଛି। ଏଣେ ସହଦେବଙ୍କ ପତ୍ନୀ  ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବି କରି ଧାରଣାରେ ବସିଥିଲେ। ମୁଖ୍ୟ ଅଭିଯୁକ୍ତ ଗିରଫ ନହେଲେ ବିଧାନସଭା ଆଗରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe