ସମ୍ବାଦ ପ୍ରଭାବ: ଆନ୍ଧ୍ର କବଜାରେ ଥିବା ଜୁମଡାଙ୍ଗରେ ପହଞ୍ଚିଲା ପ୍ରଶାସନ

Advertisment

ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ବ୍ଲକର ଧୂଳିପୁଟ ପଞ୍ଚାୟତର ଆନ୍ଧ୍ର ସୀମାନ୍ତକୁ ଲାଗି ରହିଥିବା ଜୁମଡାଙ୍ଗ ଗ୍ରାମକୁ ଆନ୍ଧ୍ର ସଂପୂର୍ଣ୍ଣ ନିଜ କବଜାକୁ ନେଇଥିବା ସମ୍ବାଦରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନର ନିଦ ଭାଙ୍ଗିଛି।

ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ବ୍ଲକର ଧୂଳିପୁଟ ପଞ୍ଚାୟତର ଆନ୍ଧ୍ର ସୀମାନ୍ତକୁ ଲାଗି ରହିଥିବା ଜୁମଡାଙ୍ଗ ଗ୍ରାମକୁ ଆନ୍ଧ୍ର ସଂପୂର୍ଣ୍ଣ ନିଜ କବଜାକୁ ନେଇଥିବା ସମ୍ବାଦରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନର ନିଦ ଭାଙ୍ଗିଛି।

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ବ୍ଲକର ଧୂଳିପୁଟ ପଞ୍ଚାୟତର ଆନ୍ଧ୍ର ସୀମାନ୍ତକୁ ଲାଗି ରହିଥିବା ଜୁମଡାଙ୍ଗ ଗ୍ରାମକୁ ଆନ୍ଧ୍ର ସଂପୂର୍ଣ୍ଣ ନିଜ କବଜାକୁ ନେଇଥିବା ସମ୍ବାଦରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନର ନିଦ ଭାଙ୍ଗିଛି।

ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ଚିତ୍ରକୋଣ୍ଡା ତହସିଲଦାର ନଟବର ଗରଡା ପ୍ରମୁଖ ଜୁମଡାଙ୍ଗ ଗ୍ରାମରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ଆମେ ଯାହା ଯାହା କହିଥିଲୁ ପ୍ରଶାସନ ସେସବୁ ଦେଖିଥିଲେ। ଗାଁରେ ବାସ କରୁଥିବା ୩୩ ପରିବାରଙ୍କ ଆଧାର କାର୍ଡ ଆନ୍ଧ୍ର ପ୍ରଦେଶରେ ହୋଇଥିବା ବେଳେ ଭୋଟର କାର୍ଡ, ରାସନକାର୍ଡ ମଧ୍ୟ ଆନ୍ଧ୍ର ପ୍ରଦେଶର ରହିଛି। ଏପରିକି ଆନ୍ଧ୍ର ସରକାର ପାଣି, ସ୍କୁଲ, ଅଙ୍ଗନବାଡି ଇତ୍ୟାଦି ଯୋଗାଇ ଆସୁଛି। ଏପରିକି ପିଇବା ପାଣିର ସୁବିଧା ମଧ୍ୟ କରିଛି।

ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ଗାଁ ଲୋକଙ୍କ ସହ ଆଲୋଚନା କରିବା ସହ ସେମାନଙ୍କର ସମସ୍ତ କାର୍ଡ ତନଖି ଥିଲେ। ଜୁମଡାଙ୍ଗ ସଂପୂର୍ଣ୍ଣ ଭାବେ ଓଡିଶାର। କିନ୍ତୁ ଆନ୍ଧ୍ର ସରକାର ନିଜର ମାନଚିତ୍ରରେ ଏହାକୁ ରଖି ଏହାର ନାମ ଜିମଡାଙ୍ଗ ବୋଲି ଉଲ୍ଲେଖ କରିଛନ୍ତି। ଅନ୍ୟଦିଗରେ ଚିତ୍ରକୋଣ୍ଡା ତହସିଲଦାର ଶ୍ରୀ ଗରଡାଙ୍କ କହିବା ଅନୁଯାୟୀ ଜୁମଡାଙ୍ଗ ଗ୍ରାମ ଧୂଳିପୁଟ ପଞ୍ଚାୟତରେ ରହିଛି। ସୀମାରେ ପଥର ରଖାଯାଇଛି। ଯାହା ସଂପୂର୍ଣ୍ଣ ଭାବେ ଆନ୍ଧ୍ର ଓଡିଶାକୁ ଦୁଇ ଭାଗ କରୁଛି।

publive-image

ଆଗାମୀ ଦିନରେ ଆଧାର ଟିମ ଗାଁରେ ପହଞ୍ଚି ସମସ୍ତ ଆଧାର କାର୍ଡକୁ ଓଡିଆରେ ଲେଖିବା ପାଇଁ ପ୍ରୟାସ ଆରମ୍ଭ କରିବା ସହ ତୁରନ୍ତ ଅଙ୍ଗନବାଡି ଏବଂ ସ୍କୁଲ ଖୋଲିବା ନେଇ ଯୋଜନା କରାଯାଉଥିବା କୁହାଯାଇଛି। ଜିଲ୍ଲା ପ୍ରଶାସନ ପରୋକ୍ଷ ଭାବେ ଏହା ସ୍ବୀକାର କରିଛି ଯେ ଜୁମଡାଙ୍ଗ ଗ୍ରାମକୁ ଆନ୍ଧ୍ର କବଜାକୁ ନେଇସାରିଲାଣି। କିନ୍ତୁ ଯୁକ୍ତି ବାଢିଲା ବେଳେ ଏହା ଆମର ବୋଲି କହୁଛନ୍ତି। ତେବେ ପ୍ରଶାସନ ତରଫରୁ ଏହି ଲୋକଙ୍କୁ କାହିଁକୁ ସମସ୍ତ ମୌଳିକ ସୁବିଧା ପହଞ୍ଚାଯାଉ ନାହିଁ ବୋଲି ପ୍ରଶ୍ନ ଉଠିଛି।

ଗାଁ ଠାରୁ ଚିତ୍ରକୋଣ୍ଡା ସଦର ବ୍ଲକ ୬୦ କିଲୋମିଟର ପଡୁଥିବା ବେଳେ ଆନ୍ଧ୍ର ପ୍ରଦେଶ ମାତ୍ର ୫ କିଲୋମିଟର ପଡୁଛି। ପୁଣି ସମସ୍ତେ କନ୍ଧ ସଂପ୍ରଦାୟର ହୋଇଥିବା ବେଳେ ତେଲୁଗୁ ଏବଂ କନ୍ଧ ଭାଷାକୁ ମିଶାମିଶି କରି କହୁଥିବା ପ୍ରଶାସନ କହୁଛି। ଜୁମଡାଙ୍ଗ ଗାଁରେ ସମସ୍ତ ମୌଳିକ ସୁବିଧା ଯେପରି ପହଞ୍ଚିବ ସେନେଇ ସମସ୍ତ ବିଭାଗକୁ ତୁରନ୍ତ ପଦକ୍ଷେପ ନେବାକୁ କୁହାଯିବ ବୋଲି ପ୍ରଶାସନ କହିଛି।

Malkangiri 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe