ପଢ଼ିବା ପାଇଁ ୨୦କିମି ପାହାଡ଼ ଚଢୁଥିଲେ; ନିଟ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଆଦିବାସୀ ଝିଅ

Advertisment

ଆଦିମ ଜନଜାତି ଦିଦାୟୀ ସଂପ୍ରଦାୟର ପ୍ରଥମ ଝିଅ ଡାକ୍ତର ହେବେ। ମାଲକାନଗିରି ଜିଲ୍ଲା ସ୍ବାଭିମାନ ଓ ବଣ୍ଡାଘାଟିର ପାଦ ଦେଶରେ ଥିବା ଆମଲିଗୁଡା ଗ୍ରାମର ଦିଦାୟୀ ଝିଅ ବନିବାକୁ ଯାଉଛନ୍ତି ଡାକ୍ତର। ୫ ବର୍ଷ ବୟସରୁ ଯଦିଓ ହୋଷ୍ଟେଲରେ ରହି ପାଠ ପଢୁଥିଲେ।

ଆଦିମ ଜନଜାତି ଦିଦାୟୀ ସଂପ୍ରଦାୟର ପ୍ରଥମ ଝିଅ ଡାକ୍ତର ହେବେ। ମାଲକାନଗିରି ଜିଲ୍ଲା ସ୍ବାଭିମାନ ଓ ବଣ୍ଡାଘାଟିର ପାଦ ଦେଶରେ ଥିବା ଆମଲିଗୁଡା ଗ୍ରାମର ଦିଦାୟୀ ଝିଅ ବନିବାକୁ ଯାଉଛନ୍ତି ଡାକ୍ତର। ୫ ବର୍ଷ ବୟସରୁ ଯଦିଓ ହୋଷ୍ଟେଲରେ ରହି ପାଠ ପଢୁଥିଲେ।

Malkan

ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା):  ଆଦିମ ଜନଜାତି ଦିଦାୟୀ ସଂପ୍ରଦାୟର ପ୍ରଥମ ଝିଅ ଡାକ୍ତର ହେବେ। ମାଲକାନଗିରି ଜିଲ୍ଲା ସ୍ବାଭିମାନ ଓ ବଣ୍ଡାଘାଟିର ପାଦ ଦେଶରେ ଥିବା ଆମଲିଗୁଡା ଗ୍ରାମର ଦିଦାୟୀ ଝିଅ ବନିବାକୁ ଯାଉଛନ୍ତି ଡାକ୍ତର। ୫ ବର୍ଷ ବୟସରୁ ଯଦିଓ ହୋଷ୍ଟେଲରେ ରହି ପାଠ ପଢୁଥିଲେ। କିନ୍ତୁ ହୋଷ୍ଟେଲ ଆସିବା ପାଇଁ ୨୦ କିଲୋମିଟର ପାହାଡ ଓହ୍ଲାଇବା ଓ ଚଢିବାକୁ ପଡୁଥିଲା। ତାଂକର ଇଛାଶକ୍ତି ଦେଖି ଜଣେ ବିଜ୍ଞାନ ଶିକ୍ଷକ ବାଲେଶ୍ବରରେ ନିଜ ଘରେ ରଖି ସମସ୍ତ ଖର୍ଚ୍ଚ ବହନ କରି ତାଂକୁ କୋଚିଂ ଦେବା ସହ ପ୍ରଥମ ଥର ନିଟ୍ ଦେଇ ହୋଇଲେ ଉତ୍ତିର୍ଣ୍ଣ। ପରିବାର ଆର୍ଥିକ ଅନାଟନରେ ଗତିକରୁଥିବା ବେଳେ ଝିଅ ଡାକ୍ତର ହେବା ଶୁଣି ପରିବାର ଲୋକଙ୍କ ଖୁସି କହିଲେ ନସରେ। ଚମ୍ପାର ଏହ ଶ୍ରେୟ ସଂପୃକ୍ତ ଶିକ୍ଷକ ଓ ତାଂକ ବାପାଙ୍କୁ ଦେଇଛନ୍ତି।

ଏ ହେଉଛି ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଂଚଳ ପାଦ ଦେଶ ଓ ବଣ୍ଡାଘାଟି ତଳେ ଥିବା ଆଦିମ ଜନଜାତି ଦିଦାୟୀ ଝିଅ ଚମ୍ପା ରାସପେଦାଙ୍କ ଗାଁ ଆମଲିବେଡ଼ା। ଆଉ ଏହି ଉପାନ୍ତ ଗାଁର ଦିଦାୟୀ ସଂପ୍ରଦାୟର ପ୍ରଥମ ଡାକ୍ତର ହେବାକୁ ଯାଉଛନ୍ତି ଚମ୍ପା ରାସପେଦା। ଚମ୍ପା ରାସପେଦାଙ୍କ ପାଠ ପଢା କ୍ୟାରିୟର ବହୁ ସଂଘର୍ଷମୟ। ତାଙ୍କୁ ୫ ବର୍ଷ ହୋଇଥିବା ବେଳେ ତାଂକ ବାପା ୨୦ କିଲୋମିଟରରୁ ଊର୍ଦ୍ଧ୍ବ ପାହାଡ଼ ଓହ୍ଲାଇ ନନ୍ଦିନିଗୁଡ଼ାରେ ଥିବା ଦିଦାୟୀ ଏଜୁକେସନ କମ୍ପ୍ଲେକ୍ସରେ ପାଠ ଆରମ୍ଭ କରିଥିଲେ। 

ଚମ୍ପାଙ୍କର ମୋଟ ୩ ଭଉଣୀ ଓ ୪ ଭାଇ ଥିବା ବେଳେ ଆର୍ଥିକ ଅନାଟନ ଭିତରେ ପରିବାର ଚଳେ। ବାପା ଜଣେ ଚାଷୀ ହୋଇଥିବା ବେଳେ ଜମି କହିଲେ ପାହାଡିଆ ଡଙ୍ଗର ଜମି। ସେଥିରୁ ଯାହା ମିଳେ ପରିବାର ଚଳାଇବା କଷ୍ଟକର ହୋଇଯାଏ। ତାସତ୍ତ୍ବେ ମଧ୍ୟ ଚମ୍ପାଙ୍କ ପାଠ ପଢା ଆଗ୍ରହ ଦେଖି ଯଥାସମ୍ଭବ ଚେଷ୍ଟା କରିଛନ୍ତି ବାପା। ନନ୍ଦିନିଗୁଡାରୁ ସପ୍ତମ ପାସ ହେବା ପରେ ୬୦ କିଲୋମିଟର ଜଳଯାତ୍ରା କରି ଚିତ୍ରକୋଣ୍ଡା ହୋଷ୍ଟେଲରେ ରହି ଅଷ୍ଟମରୁ ଦଶମ ପର୍ଯ୍ୟନ୍ତ ପାଠ ପଢିଥିଲେ। ତାଂକର ପାଠ ପଢିବାର ଆଗ୍ରହ ଦେଖି ଶିକ୍ଷକ ଉତ୍କଳ କେଶରୀ ଦାସ। ପରେ ସେ ଗୋବିନ୍ଦପାଲ୍ଲୀ ହାଇସ୍କୁଲରେ ଯୁକ୍ତ ଦୁଇ ଓ ବାଲିମେଳା କଲେଜରେ ଯୁକ୍ତ ତିନି ବିଜ୍ଞାନରେ ପାସ କଲେ। ପରେ କିଛି ବାଟ ନପାଇ ସିଟି ପଢିବା ପାଇଁ ଆବେଦନ କରିଥିବା ସମୟରେ ପୂର୍ବତନ ଶିକ୍ଷକ ଏହା ଜାଣିବା ପରେ ତାଂକୁ ଡାକ୍ତରୀ ପାଠ ପଢିବା ପାଇଁ କହିଥିଲେ।

ଆର୍ଥିକ ଅନାଟନ ଭିତରେ ଚମ୍ପାଙ୍କ ପରିବାର ଗତି କରୁଥିବା ବେଳେ ପାଠ ପଢିବାକୁ ମନା କରିଦେଇଥିଲେ। କିନ୍ତୁ ସମସ୍ତ ଖର୍ଚ୍ଚ ଉତ୍କଳ କେଶରୀ ଦାସ ବହନ କରିବେ ବୋଲି କହିବା ପରେ ତାଂକ ଗାଁ ବାଲେଶ୍ବରରେ ନିଜ ଘରେ ରଖିବା ସହ କୋଚିଂ ଦେବା ସହ ସମସ୍ତ ଖର୍ଚ୍ଚ ବହନ କରିଥିଲେ। ମାତ୍ର ୫ ମାସ କୋଚିଂ ନେବା ପରେ ପ୍ରଥମ ଥରରେ ହିଁ ସେ ନିଟ୍ ପରୀକ୍ଷାରେ ଉତ୍ତିର୍ଣ୍ଣ ହେଲେ। ଯାହାକୁ ନେଇ ପ୍ରଥମେ ତାଂକ ଗୁରୁ ଉତ୍କଳ କେଶରୀ ଓ ପରେ ବାପାଙ୍କୁ ସମସ୍ତ ଶ୍ରେୟ ଦେଇଛନ୍ତି ଚମ୍ପା। ଅନୁନ୍ନତ ଅପହଞ୍ଚ ପାହାଡ଼ି ଇଲାକାରେ ରହିଥିବା ଆଦିମ ଜନଜାତିର ଦିଦାୟୀ ସଂପ୍ରଦାୟର ଝିଅ ଡାକ୍ତର ହେଲା ପରେ ବେଶ ଖୁସି ସଂପ୍ରଦାୟ ଓ ଅଂଚଳବାସୀ।

ଏପରିକି ଚମ୍ପା ଛୁଟିରେ ଘରକୁ ଆସିଲେ ନିଜେ ପଢିବା ସହ ଗ୍ରାମର ଛୋଟ ଛୋଟ ଛୁଆଙ୍କୁ ମାଗଣାରେ ପାଠ ପଢାଉଥିବା କଥା କହିଛନ୍ତି ଗ୍ରାମବାସୀ। ବର୍ଷ ବର୍ଷ ଧରି ନିଜ ଅଂଚଳରେ ଡାକ୍ତର ଦେଖିନଥିବା ଲୋକେ ନିଜ ସଂପ୍ରଦାୟର ଝିଅ ଡାକ୍ତର ହେବା ପରେ ଛାତି କଣ୍ଢେମୋଟ ହୋଇଯାଇଛି। ଶିକ୍ଷକ ଉତ୍କଳ କେଶରୀଙ୍କ ପ୍ରଚେଷ୍ଟା ଓ ନିଜର ଇଛାଶକ୍ତି ଯୋଗୁଁ ଗତବର୍ଷ ବଣ୍ଡା ଜନଜାତିର ପ୍ରଥମ ଡାକ୍ତର ମଙ୍ଗଳା ବନିଥିବା ବେଳେ ଚଳିତ ବର୍ଷ ଦିଦାୟୀ ଜନଜାତିର ପ୍ରଥମ ଡାକ୍ତର ବନିଛନ୍ତି ଚମ୍ପା। ଏହି ଦୁଇ ଜଣଙ୍କ ଉଦାହରଣ ଅନ୍ୟ ଯୁବକଯୁବତୀମାନଙ୍କୁ ପ୍ରେରଣା ଯୋଗାଇବ। 

NEET (UG) 2025 | Malkangiri 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe