ଟ୍ରକ୍‌ ଧକ୍କାରେ ଗୋଟିଏ ଗୋଡ଼ ଅକାମୀ: ସହାୟତା ଦରକାର କରୁଛନ୍ତି ସମରା

ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଗାଜଲମାମୁଡି ପଞ୍ଚାୟତର ତୋଟାପାଲି ଗ୍ରାମର ସମରା ଖେମୁଡୁ ଏବେ ଦୁର୍ଘଟଣାରେ ଗୋଟିଏ ଗୋଡ଼ ହରାଇ ଅସହାୟ ଅବସ୍ଥାରେ ଘରେ ପଡ଼ି ରହିଛନ୍ତି। ଆହା ବୋଲି ପଚାରିବାକୁ କେହି ନାହାନ୍ତି।

Malkangiri

ମାଲକାନଗିରି: ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଗାଜଲମାମୁଡି ପଞ୍ଚାୟତର ତୋଟାପାଲି ଗ୍ରାମର ସମରା ଖେମୁଡୁ ଏବେ ଦୁର୍ଘଟଣାରେ ଗୋଟିଏ ଗୋଡ଼ ହରାଇ ଅସହାୟ ଅବସ୍ଥାରେ ଘରେ ପଡ଼ି ରହିଛନ୍ତି। ଆହା ବୋଲି ପଚାରିବାକୁ କେହି ନାହାନ୍ତି। ସ୍ବାଭିମାନ ଅଂଚଳରେ ରାସ୍ତା କାମ ଜୋରସୋରରେ ଚାଲିଥିବାରୁ ଟିପ୍ପରଗୁଡିକ କ୍ଷୀପ୍ର ଗତିରେ ଯାତାୟତ କରୁଛନ୍ତି। ଯାହାର ଶିକାର ହୋଇଥିଲେ ସମରା। କିଛି ମାସ ତଳେ ସମରା ନିଜର ଝିଅ ହୋଷ୍ଟେଲରେ ରହୁଥିବା ବେଳେ ତାଂକ ସ୍ବାସ୍ଥ୍ୟ ଖରାପ ହୋଇଥିବା ଖବର ପାଇ ଯାଉଥିଲେ।

ତେବେ ରାସ୍ତାରେ ଏକ ଟିପ୍ପର ତାଙ୍କୁ ଧକ୍କା ଦେଇଥିଲା, ଯାହାଫଳରେ ତାଙ୍କର ଡାହାଣ ଗୋଡ଼ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ପାଖରେ ଅର୍ଥ ନଥିବା ବେଳେ ବହୁ କଷ୍ଟରେ ସେ ନିଜର ଚିକିତ୍ସା କରାଇପାରିଛନ୍ତି। ପତ୍ନୀଙ୍କର ଦେହାନ୍ତ ହେବା ପରେ ସମରା ଏକାକୀ ରହୁଛନ୍ତି। ଦୁଇ ଝିଅ ଏବେ ବଡପଡା ହୋଷ୍ଟେଲରେ ରହୁଛନ୍ତି। ଗୋଟିଏ ଗୋଡ ଅକାମୀ ହେବା ଯୋଗୁଁ ସେ ଏବେ କାମ କରିପାରୁ ନାହାନ୍ତି। ଗୋଡ଼ରେ ରୋଡ଼ ଲାଗିଥିବାରୁ ସେ ଚଲାବୁଲା ମଧ୍ୟ କରିପାରୁନାହନ୍ତି।

ପତ୍ନୀଙ୍କର ଦେହାନ୍ତ ହେବା ପରେ ସମରା ଏକାକୀ ରହୁଛନ୍ତି। ଦୁଇ ଝିଅ ଏବେ ବଡପଡା ହୋଷ୍ଟେଲରେ ରହୁଛନ୍ତି। ଗୋଟିଏ ଗୋଡ ଅକାମୀ ହେବା ଯୋଗୁଁ ସେ ଏବେ କାମ କରିପାରୁ ନାହାନ୍ତି।

ସମରା ଦୁର୍ଘଟଣାର ଶିକାର ହୋଇ ବହୁ କଷ୍ଟ ଭୋଗୁଥିଲେ ମଧ୍ୟ ପ୍ରଶାସନ ନା ସରକାର କେହି ମଧ୍ୟ ଆହା ବୋଲି ତାଂକୁ ପଚାରୁନଥିବା ସେ କହିଥିଲେ। ଟିପ୍ପର ମାଲିକ ମଧ୍ୟ ତାଂକୁ ଅଣଦେଖା କରିଥିବା ସମରା ଦୁଃଖର ସହ କହିଥିଲେ। ଏବେ ଗାଁ ବାସିନ୍ଦା ଖାଇବାକୁ ଦେଲେ ସେ ଖାଉଥିବା କହନ୍ତି। ରୋଜଗାରର କୌଣସି ମାଧ୍ୟମ ନଥିବା ବେଳେ ସେ କଣ କରିବେ ଚିନ୍ତାରେ ପଡ଼ିଛନ୍ତି। ପ୍ରଶାସନ ତରଫରୁ ତାଙ୍କ ଚିକିତ୍ସା ପାଇଁ ସହଯୋଗ କଲେ ସେ ପୁଣି କାମକୁ ଫେରିପାରନ୍ତେ ବୋଲି ନେହୁରା ହୋଇ ଅନୁରୋଧ କରିଛନ୍ତି। ନଚେତ କୌଣସି ବଦାନ୍ୟ ବ୍ୟକ୍ତି ସହଯୋଗର ହାତ ବଢ଼ାଇଲେ ସେ ପୁଣି ନିଜ ଗୋଡରେ ଠିଆ ହୋଇପାରନ୍ତେ ବୋଲି କହିଛନ୍ତି।

Malkangiri

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe