ଏମଭି-୮ ଗ୍ରାମର ହତ୍ୟା ଘଟଣାରେ ଅଭିଯୁକ୍ତ ଗିରଫ

ହତ୍ୟାକାରୀ ବିଭାନ ମଣ୍ଡଳ ଏବଂ ମୃତ ମିଲନ ମଜୁମଦାର ଗତ ୧୫ ଦିନ ତଳେ ଦୁହେଁ ମିଶି ମଦ ପିଇବା ସହ ବିଭାନର ପତ୍ନୀ ସଂପର୍କରେ ମିଲନ କିଛି ଅପଶଦ୍ଦ ବ୍ୟବହାର କରିବା ସହ ସେମାନଙ୍କ ମଧ୍ୟରେ କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିଲା। ପୁଣି କିଛି ପରେ ହତ୍ୟାକାରୀ ବିଭାନର ଘର ପାଖରେ ମିଲନ ଲୁଚିଥିବା ଦେଖିଥିଲା।

mlal

ମାଲକାନଗିରି: ଏମଭି-୮ ଗ୍ରାମରେ ଗତ ୧୪ ତାରିଖରେ ହୋଇଥିବା ହତ୍ୟା ଘଟଣାର ପର୍ଦାଫାସ କରିଛି ପୁଲିସ। ଆଇଆଇସି ରିଗାନ କିଣ୍ଡୋ ଏହି ଘଟଣାର ତଦନ୍ତ କରି ହତ୍ୟାକାରୀକୁ ଗିରଫ କରିଛନ୍ତି। ଏମଭି-୮ ଗ୍ରାମର ମିଲନ ମଜୁମଦାରକୁ ହତ୍ୟା କରିଥିବା ହତ୍ୟାକାରୀ ଜଣକ ହେଲେ ଏମଭି-୨୨ ଗ୍ରାମର ବିଭାନ ମଣ୍ଡଳ(୩୩)। ଆଜି ପୁଲିସ ସାମ୍ବାଦିକ ସମ୍ମିଳନୀ କରି ଏହି ହତ୍ୟା ଘଟଣାର ପର୍ଦାଫାସ କରିଛି।ପୁଲିସ ଦେଇଥିବା 

ସୂଚନା ଅନୁଯାୟୀ ହତ୍ୟାକାରୀ ବିଭାନ ମଣ୍ଡଳ ଏବଂ ମୃତ ମିଲନ ମଜୁମଦାର ଗତ ୧୫ ଦିନ ତଳେ ଦୁହେଁ ମିଶି ମଦ ପିଇବା ସହ ବିଭାନର ପତ୍ନୀ ସଂପର୍କରେ ମିଲନ କିଛି ଅପଶଦ୍ଦ ବ୍ୟବହାର କରିବା ସହ ସେମାନଙ୍କ ମଧ୍ୟରେ କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିଲା। ପୁଣି କିଛି ପରେ ହତ୍ୟାକାରୀ ବିଭାନର ଘର ପାଖରେ ମିଲନ ଲୁଚିଥିବା ବିଭାନ ଦେଖିଥିଲା। ସେ ସେତେବେଳେ ସଂଦେହ କରିଥିଲା ଯେ ସେ ତାର ପତ୍ନୀ ସହ ଶାରିରୀକ ସଂପର୍କ ରଖିବାକୁ ଆସିଛି। ସେହି ଦିନ ହିଁ ବିଭାନ ମିଲନକୁ ହତ୍ୟା କରିବାର ଯୋଜନା କଲା।

ଗତ ୧୪ ତାରିଖ ଦିନ ରାତିରେ ମିଲନକୁ ମଦ ପିଇବା ପାଇଁ ଡାକିଲା। ଏକ ପଡିଆରେ ପସି ଦୁହେଁ ମଦ ପିଇଥିଲେ।ପରେ ବିଭାନ ଏକ ଧାରୁଆ ଅସ୍ତ୍ର ଆଣି ମିଲନକୁ ହତ୍ୟା କରିଥିଲା।ସେଠାରୁ ସେ ତାର ମୁଦି ଇତ୍ୟାଦି ନେଇଯାଇଥିଲା।ମଲନର ମୋବାଇଲକୁ ପଖୋରୀରେ ଫିଙ୍ଗି ଦେଇଥିଲା।ଏଥିସହ ହତ୍ୟା କରିଥିବା ଅସ୍ତ୍ରକୁ ଲୁଚାଇ ଦେଇଥିଲା।ପୁଲିସ ଏହି ଘଟଣାକୁ ନେଇ ତଦନ୍ତ କରିବା ପରେ ବିଭାନକୁ ଗିରଫ କରି ପଚରାଉଚରା କରିଥିଲା।ଆଜି ବିଭାନକୁ ହତ୍ୟା କେଶରେ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ରିଗାନ କିଣ୍ଡୋ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe