Advertisment

ନାବାଳିକା ଶାଳୀଙ୍କୁ ଗର୍ଭବତୀ କରି ବନ୍ଧା ହେଲା ଅଭିଯୁକ୍ତ

Advertisment

ମାଲକାନଗିରିରେ ଜଣେ ଲୋକ ନିଜର ନାବାଳିକା ଶାଳୀଙ୍କୁ ଗର୍ଭବତୀ କରିଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଏନେଇ ଅଭିଯୁକ୍ତର ଶାଶୂ ଥାନାରେ ଏତଲା ଦେଇଛନ୍ତି। ପୁଲିସ ଅଭିଯୁକ୍ତ ଅମିତ ବିଶ୍ବାସକୁ ଗିରଫ କରିଥିବା ଜଣାଯାଇଛି।

Updated On

ମାଲକାନଗିରିରେ ଜଣେ ଲୋକ ନିଜର ନାବାଳିକା ଶାଳୀଙ୍କୁ ଗର୍ଭବତୀ କରିଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଏନେଇ ଅଭିଯୁକ୍ତର ଶାଶୂ ଥାନାରେ ଏତଲା ଦେଇଛନ୍ତି। ପୁଲିସ ଅଭିଯୁକ୍ତ ଅମିତ ବିଶ୍ବାସକୁ ଗିରଫ କରିଥିବା ଜଣାଯାଇଛି।

ଅଦ୍ୟତନ ହୋଇଛି
Arrest-2

ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ ଭି ୭୯ ଥାନାରେ ଜ୍ୱାଇଁ ନାମରେ ଏତଲା ଦେଲେ ଶାଶୁ। ସୂଚନା ମୁତାବକ ଏମ ଭି ୮୨ ଗ୍ରାମର ଅମିତ ବିଶ୍ୱାସ (୨୮)ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ କାମ କରିବା ପାଇଁ ଯିବ କହି ତା ଶଶୁର ଘରୁ ଶାଳୀକୁ ଆଣିଥିଲା | ଘରକୁ ଆଣିବା ପରେ ତାକୁ ବୁଲାଇ ନେବ କହି ପାଖରେ ଥିବା ନଦୀକୁ ନେଇଯାଇଥିଲା।

ସେଠାରେ ତା ସହିତ ଦୁଷ୍କର୍ମ କରିଥିଲା ଏବଂ ଏହି କଥା କାହାକୁ କହିବାକୁ ମନା କରିଥିଲା। ତେବେ କିଛି ମାସ ପରେ ତା ଶାଳୀର ଦେହ ଅସୁସ୍ଥ ହେବାରୁ ମେଡିକାଲକୁ ନେଇଥିଲେ | ସେଠାରେ ସେ ଗର୍ଭବତୀ ଥିବା ଡାକ୍ତର କହିଥିଲେ।

ଏବେ ମାଲକାନଗିରି ମେଡିକାଲରେ ଶାଳୀ ଚିକିତ୍ସିତ ହେଉଛନ୍ତି। ଏହା ଶୁଣିବା ପରେ ତା ଶାଶୁ ଏମ ଭି ୭୯ଥାନାରେ ଲିଖିତ ଅଭିଯୋଗ ପରେ ଏମଭି ୭୯ ପୁଲିସ ଅଭିଯୁକ୍ତକୁ ଗିରଫ କରି କେଶ ନମ୍ବର ୧୪୮/୨୪ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe