କୋଠ ଜମିରେ ପାଣି ମଡ଼ାଇବାକୁ କେନ୍ଦ୍ର କରି ଜଣଙ୍କୁ ପିଟିପିଟି ହତ୍ୟା

ଧରାକୋଟ ଥାନା କୁଶରାବ ଗ୍ରାମରେ କୋଠ ଜମିରେ ପାଣି ମଡ଼ାଇବାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଛି। ଗତକାଲି ସନ୍ଧ୍ୟା ୭ଟାରେ ପଞ୍ଚୁ କାନ୍ଦୁଲଘାଇ ପାହାଡ଼ ନିକଟରେ ଥିବା ଜମିକୁ ପାଣି ଦେଖିବାକୁ ଯାଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଆଉ ଫେରି ନଥିଲେ।

attack

ଧରାକୋଟ: ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା କୁଶରାବ ଗ୍ରାମରେ କୋଠ ଜମିରେ ପାଣି ମଡ଼ାଇବାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଛି। ମୃତକଜଣକ ହେଉଛନ୍ତି, ଯୁଧିଷ୍ଠିର ଗୌଡ଼ଙ୍କ ପୁଅ ପଞ୍ଚାନନ ଗୌଡ଼ ଓରଫ୍ ପଞ୍ଚୁ (୫୨)। ଉକ୍ତ ଗ୍ରାମର ତିନିଜଣ ଲୋକ ସଂଘବଦ୍ଧ ଭାବେ ଆକ୍ରମଣ କରି ପଞ୍ଚୁଙ୍କୁ ହତ୍ୟା କରିଥିବା ନେଇ ପତ୍ନୀ ବୁଲି ଗୌଡ଼ ଥାନାରେ ଏତଲା ଦେଇଛନ୍ତି। ଏହାକୁ ଆଧାର କରି କେସ୍ ନମ୍ବର ୩୫୪ ଅନୁସାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଛାନଭିନ୍ କରିଥିବା ବେଳ‌େ ଅଭିଯୁକ୍ତମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଥାନାଧିକାରୀ ଚନ୍ଦ୍ରିକା ସ୍ୱାଇଁ ସୂଚନା ଦେଇଛନ୍ତି। 

କୋଠ ଜମିରୁ ପାଣି ହାଣିବାକୁ ନେଇ କିଛିଦିନ ହେଲା ପଞ୍ଚୁ ଓ କିଛି ଗ୍ରାମବାସୀଙ୍କ ମଧ୍ୟରେ ଝଗଡ଼ା ଲାଗି ରହିଥିଲା। ଗତକାଲି ସନ୍ଧ୍ୟା ୭ଟାରେ ପଞ୍ଚୁ କାନ୍ଦୁଲଘାଇ ପାହାଡ଼ ନିକଟରେ ଥିବା ଜମିକୁ ପାଣି ଦେଖିବାକୁ ଯାଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଆଉ ଫେରି ନଥିଲେ। ଫଳରେ ବଡ଼ଭାଇ ମନୁ ଓ ସାନଭାଇ ପାଣ୍ଡବ ବ୍ୟସ୍ତବିବ୍ରତ ହୋଇ ତାଙ୍କୁ ଖୋଜାଖୋଜି କରିଥିଲେ ହେଁ, କୌଣସି ପତ୍ତା ମିଳି ନଥିଲା। 

ଧରାକୋଟ ଥାନା କୁଶରାବ ଗ୍ରାମରେ କୋଠ ଜମିରୁ ପାଣି ହାଣିବାକୁ ନେଇ କିଛିଦିନ ହେଲା ପଞ୍ଚୁ ଓ କିଛି ଗ୍ରାମବାସୀଙ୍କ ମଧ୍ୟରେ ଝଗଡ଼ା ଲାଗି ରହିଥିଲା। ଗତକାଲି ରାତିରେ ଏହା ଉଗ୍ରରୂପ ନେଇଥିଲା। ପଞ୍ଚାନନ ଗୌଡ଼କୁ ଏକ ଗୋଷ୍ଠୀ ପିଟିପିଟି ହତ୍ୟା କରିଥିବାର ଆଶଙ୍କା କରାଯାଉଛି। 

ଆଜି ଭୋର୍‌ରେ ବିଲ ସଂଲଗ୍ନ ବୁଦାରେ ପଞ୍ଚୁଙ୍କ କ୍ଷତାକ୍ତ ଶବ ମିଳିଥିଲା। ପୁଲିସ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଥିଲା। ଘଟଣାସ୍ଥଳରେ ଏକାଧିକ ଠେଙ୍ଗାବାଡ଼ି ପଡ଼ିଥିବାରୁ ତାଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ଆସିକା ଏସଡିପିଓ ସଞ୍ଜୟ ମହାପାତ୍ର, ଧରାକୋଟ ଥାନାଧିକାରୀ ଚନ୍ଦ୍ରିକା ସ୍ୱାଇଁ, ଏଏସଆଇ ଅଭିମନ୍ୟୁ ପାଣ୍ଡେ ଓ ଅନୀଲ ଶବରଙ୍କ ଉପସ୍ଥିତି‌‌‌ରେ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ଅଭିଯୁକ୍ତମାନଙ୍କୁ ଧରିବାକୁ ଧରପଗଡ଼ ଆରମ୍ଭ ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe