ଘାସ କାଟିବା ବେଳେ ବିଦ୍ୟୁତ୍ ଆଘାତରେ ଜଣଙ୍କର ମୃତ୍ୟୁ

Advertisment

ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୈଶିଙ୍ଗା ଗ୍ରାମର ସ୍ୱର୍ଗତ ଚୈତନ୍ୟ ଦଳେଇଙ୍କ ଜ୍ୟେଷ୍ଠ ପୁତ୍ର ସନ୍ୟାସୀ ଦଳେଇଙ୍କର ଶୁକ୍ରବାର ଅପରାହ୍ନରେ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଛିl 

ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୈଶିଙ୍ଗା ଗ୍ରାମର ସ୍ୱର୍ଗତ ଚୈତନ୍ୟ ଦଳେଇଙ୍କ ଜ୍ୟେଷ୍ଠ ପୁତ୍ର ସନ୍ୟାସୀ ଦଳେଇଙ୍କର ଶୁକ୍ରବାର ଅପରାହ୍ନରେ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଛିl 

କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

ବୈଶିଙ୍ଗା: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୈଶିଙ୍ଗା ଗ୍ରାମର ଜନୈକ ବ୍ୟକ୍ତି ସନ୍ୟାସୀ ଦଳେଇ(୫୬)ଙ୍କର ଶୁକ୍ରବାର ଅପରାହ୍ନରେ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଛିl 

ସୂଚନା ଅନୁଯାଇ ଉକ୍ତ ଗ୍ରାମର ସ୍ୱର୍ଗତ ଚୈତନ୍ୟ ଦଳେଇଙ୍କ ଜ୍ୟେଷ୍ଠ ପୁତ୍ର ସନ୍ୟାସୀ ତାଙ୍କ ସ୍ତ୍ରୀ ସତ୍ୟଭାମାଙ୍କ ସହିତ ନିଜ ଫାର୍ମ ହାଉସ୍‌ରେ ଘାସ କାଟୁଥିଲେI ପୋଖରୀ ଗୋଟିଏ ପାର୍ଶ୍ଵରେ ସ୍ତ୍ରୀ ଘାସ କାଟୁ ଥିବା ବେଳେ ଅନ୍ୟ ପାର୍ଶ୍ଵରେ ସନ୍ୟାସୀ ଘାସ କାଟୁଥିଲେ। ନିକଟରେ ଲୁହାର ବିଦ୍ୟୁତ୍ ଖୁଣ୍ଟି ରହିଥିଲା। ସେହି ଖୁଣ୍ଟି ନିକଟରେ ଘାସ କାଟୁଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ଆଶା କରାଯାଉଛି। କିଛି ସମୟ ପରେ ସ୍ତ୍ରୀ ଆସି ଦେଖନ୍ତି ସ୍ୱାମୀଙ୍କର ଏଭଳି ଅବସ୍ଥା ହୋଇଛି। ସଙ୍ଗେସଙ୍ଗେ ସ୍ତ୍ରୀ ଘରକୁ ଦୌଡି ଆସି ଦୁଇ ପୁଅ ଏବଂ ଦିଅର ଦୁଇ ଜଣଙ୍କୁ ଖବର ଦେଇ ଥିଲେ।

ସନ୍ୟାସୀ ଖୁଣ୍ଟି ନିକଟରେ ଘାସ କାଟୁଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ଆଶା କରାଯାଉଛି। କିଛି ସମୟ ପରେ ସ୍ତ୍ରୀ ଆସି ଦେଖନ୍ତି ସ୍ୱାମୀଙ୍କର ଏଭଳି ଅବସ୍ଥା ହୋଇଛି। ସଙ୍ଗେସଙ୍ଗେ ସ୍ତ୍ରୀ ଘରକୁ ଦୌଡି ଆସି ଦୁଇ ପୁଅ ଏବଂ ଦିଅର ଦୁଇ ଜଣଙ୍କୁ ଖବର ଦେଇ ଥିଲେ।

ଖବର ପାଇ ସମସ୍ତେ ଘର ଠାରୁ ଅଳ୍ପ ଦୂରରେ ଥିବା ଫାର୍ମ ହାଉସ ପହଞ୍ଚି ସନ୍ୟାସୀଙ୍କୁ ବୈଶିଙ୍ଗା ଡାକ୍ତରଖାନା ନେଇ ଆସିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ। ସ୍ୱର୍ଗତ ସନ୍ୟାସୀ ପରୋପକାରୀ, ମିଷ୍ଟଭାଷୀ ବ୍ୟକ୍ତି ଭାବେ ଜଣାଶୁଣା ଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ଅଞ୍ଚଳର ବହୁ ବ୍ୟକ୍ତି ଡାକ୍ତରଖାନାରେ ରୁଣ୍ଡ ହୋଇଥିବାର ଦେଖିବାକୁ ମିଳିଥିଲା। ପାନୀୟଜଳ ବିଭାଗର ବୈଶିଙ୍ଗା ଗ୍ରାମପଞ୍ଚାୟତର ଏସିଏମ ଭାବେ କାର୍ଯ୍ୟ କରି ଆସୁଥିଲେ। ଖବର ପାଇ ବୈଶିଙ୍ଗା ପୁଲିସ୍ ଡାକ୍ତରଖାନାରେ ପହଞ୍ଚି ୩୭/୨୪ନଂରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଥିବା ବେଳେ ଶନିବାର ବ୍ୟବଚ୍ଛେଦ ହେବ ବୋଲି ଜଣାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe