ଜେଲ୍‌ରେ ଅସୁସ୍ଥ ହେଲେ ବିଚାରାଧୀନ କଏଦୀ; ଡାକ୍ତରଖାନାରେ ମୃତ୍ୟୁ

ଅସୁସ୍ଥତା କାରଣରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଜରପଡ଼ା ଥାନା ଇଲାକା ବଡହିଂସର ଗ୍ରାମର ରଘୁନାଥ ସାହୁ। ସେ ୨୦୨୩ ଅପ୍ରେଲ ମାସ ଠାରୁ ଜେଲ୍‌ରେ ଥିଲେ।

Dead

ଅନୁଗୁଳ: ଅସୁସ୍ଥତା କାରଣରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଜରପଡ଼ା ଥାନା ଇଲାକା ବଡହିଂସର ଗ୍ରାମର ରଘୁନାଥ ସାହୁ। ସେ ୨୦୨୩ ଅପ୍ରେଲ ମାସ ଠାରୁ ଜେଲ୍‌ରେ ଥିଲେ।

ସୂଚନା ଅନୁସାରେ ଏକ ହତ୍ୟା ଅଭିଯୋଗରେ ରଘୁନାଥ ଓ ତାଙ୍କ ପୁଅ ମାନସ ରଞ୍ଜନ ସାହୁ ୨୦୨୩ ମସିହା ଅପ୍ରେଲ ମାସରୁ ଅନୁଗୁଳ କାରାଗାରରେ ବିଚାରାଧୀନ କଏଦୀ ଭାବେ ରହୁଥିଲେ।

ରଘୁନାଥ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲା ବେଳେ ଆଜି ହଠାତ୍‌ ତାଙ୍କ ଶରୀର ଅସୁସ୍ଥ ହୋଇ ପଡ଼ିଥିଲା। ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏଠାରେ ତାଙ୍କର ମୃତ୍ୟୁ ହୋଇଛି।

angul

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe