ଟ୍ରକ ଧକ୍କାରେ ଚାଲିଗଲା ସାଇକେଲ ଆରୋହୀଙ୍କ ଜୀବନ

Advertisment

ବାଲେଶ୍ବର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ଆଦିରୁପା ପେଟ୍ରୋଲପମ୍ପ ସମ୍ମୁଖରେ ଏକ ଟ୍ରକ ଧକ୍କାରେ ଜଣେ ସାଇକେଲ ଚାଳକଙ୍କର ମୃତ୍ୟୁ ହୋଇଯାଇଛି। ମୃତକ ଦାଣ୍ଡ ହରିପୁର ଗ୍ରାମର ଅଭିରାମ ମଳିକ (୫୦) ବୋଲି ଜଣାଯାଇଛି।

ବାଲେଶ୍ବର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ଆଦିରୁପା ପେଟ୍ରୋଲପମ୍ପ ସମ୍ମୁଖରେ ଏକ ଟ୍ରକ ଧକ୍କାରେ ଜଣେ ସାଇକେଲ ଚାଳକଙ୍କର ମୃତ୍ୟୁ ହୋଇଯାଇଛି। ମୃତକ ଦାଣ୍ଡ ହରିପୁର ଗ୍ରାମର ଅଭିରାମ ମଳିକ (୫୦) ବୋଲି ଜଣାଯାଇଛି।

bh

ଖନ୍ତାପଡ଼ା/ସୋର: ବାଲେଶ୍ବର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ଆଦିରୁପା ପେଟ୍ରୋଲପମ୍ପ ସମ୍ମୁଖରେ ଏକ ଟ୍ରକ ଧକ୍କାରେ ଜଣେ ସାଇକେଲ ଚାଳକଙ୍କର ମୃତ୍ୟୁ ହୋଇଯାଇଛି। ମୃତକ ଦାଣ୍ଡ ହରିପୁର ଗ୍ରାମର ଅଭିରାମ ମଳିକ (୫୦) ବୋଲି ଜଣାଯାଇଛି।

ଆଜି ସକାଳେ ଅଭିରାମ ମଳିକ ସାଇକେଲ ଯୋଗେ ବାରିକପୁର ହାଟକୁ ଯାଉଥିଲେ। କିନ୍ତୁ ଆଦିରୂପା ପେଟ୍ରୋଲ ପମ୍ପ ସମ୍ମୁଖରେ ସେ ଯାଉଥିବା ବେଳେ ଟାଙ୍କିରୁ ଓଡି ୧୯ଏଲ ୧୦୨୨ ନମ୍ବର ବିଶିଷ୍ଟ ଟ୍ରକଟି ବାହାରି ସାଇକେଲ ସହ ଅଭିରାମଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଅଭିରାମଙ୍କର ମୃତ୍ୟୁ ହୋଇଥିଲା।ଏହାପରେ ଉଭୟ ପାର୍ଶ୍ଵରେ କ୍ଷତିପୂରଣ ଦାବିରେ ଲୋକେ ରାସ୍ତା ବନ୍ଦ କରିଥିଲେ। ଖବର ପାଇ ସୋର ଅତିରିକ୍ତ ତହସିଲଦାର ଦୈତାରି ମଲିକ ଓ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ସୋର ମେଡିକାଲକୁ ପଠାଇଥିଲେ। ଟ୍ରକକୁ ଜବତ କରି ଥାନାକୁ ଆଣିବା ସହିତ ତଦନ୍ତ ଜାରିରଖିଛି ପୁଲିସ।ମୃତ ବ୍ୟକ୍ତିଙ୍କ କ୍ଷତିପୁରଣ ବାବଦରେ ରେଡକ୍ରସରୁ ୧୦ହଜାର ଟଙ୍କା ପ୍ରଦାନର ପ୍ରତିଶ୍ରୁତି ପରେ ରାଜପଥରୁ ଧାରଣା ହଟିଥିଲା।

ଆଜି ସକାଳେ ଅଭିରାମ ମଳିକ ସାଇକେଲ ଯୋଗେ ବାରିକପୁର ହାଟକୁ ଯାଉଥିଲେ। କିନ୍ତୁ ଆଦିରୂପା ପେଟ୍ରୋଲ ପମ୍ପ ସମ୍ମୁଖରେ ସେ ଯାଉଥିବା ବେଳେ ଟାଙ୍କିରୁ ଓଡି ୧୯ଏଲ ୧୦୨୨ ନମ୍ବର ବିଶିଷ୍ଟ ଟ୍ରକଟି ବାହାରି ସାଇକେଲ ସହ ଅଭିରାମଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଅଭିରାମଙ୍କର ମୃତ୍ୟୁ ହୋଇଥିଲା।ଏହାପରେ ଉଭୟ ପାର୍ଶ୍ଵରେ କ୍ଷତିପୂରଣ ଦାବିରେ ଲୋକେ ରାସ୍ତା ବନ୍ଦ କରିଥିଲେ।

ଖବର ପାଇ ସୋର ଅତିରିକ୍ତ ତହସିଲଦାର ଦୈତାରି ମଲିକ ଓ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ସୋର ମେଡିକାଲକୁ ପଠାଇଥିଲେ। ଟ୍ରକକୁ ଜବତ କରି ଥାନାକୁ ଆଣିବା ସହିତ ତଦନ୍ତ ଜାରିରଖିଛି ପୁଲିସ।ମୃତ ବ୍ୟକ୍ତିଙ୍କ କ୍ଷତିପୁରଣ ବାବଦରେ ରେଡକ୍ରସରୁ ୧୦ହଜାର ଟଙ୍କା ପ୍ରଦାନର ପ୍ରତିଶ୍ରୁତି ପରେ ରାଜପଥରୁ ଧାରଣା ହଟିଥିଲା।

accident

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe