ପ୍ରୟାଗରାଜରେ ବୁଡ଼ ପକାଇବା ଆଶା ଆଶାରେ ରହିଗଲା, ଦୁର୍ଘଟଣାରେ ଚାଲିଗଲା ଜୀବନ

Advertisment

ଜଗନ୍ନାଥପୁର ଗାଁର ସୁବାସ ବେହେରାଙ୍କ ସ୍ତ୍ରୀ ମଞ୍ଜୁରାଣୀ ବେହେରା ଓ ତାଙ୍କର ପରିବାର ଲୋକ ଗୁରୁବାର ଦିନ ୧୦ଟାରେ ଘଟଣା ସ୍ଥଳକୁ ବାହାରି ଯାଇଥିଲେହେଁ ଏଯାଏଁ ପହଞ୍ଚି ପାରିନାହାନ୍ତି । ତେବେ ଗୁରୁବାର ରାତ୍ରୀରେ ସୁବାସ ମୃତ୍ୟୁବରଣ କରିଥିବା କଥା ଶୁକ୍ରବାର ସକାଳେ ବିଶ୍ବସ୍ତ ସୁତ୍ରରୁ ସୂଚନା ମିଳିଛି।

ଚୁୀ

ଫୁଲବଣୀ: ପ୍ରୟାଗରାଜରେ ବୁଡ଼ ପକାଇବା ଆଶା ଆଶାରେ ରହିଗଲା। ଭୋଗରାଇର ଚନ୍ଦନେଶ୍ଵର ଅଞ୍ଚଳରୁ ମଙ୍ଗଳବାର ପ୍ରାୟ ୭୦ ଯାତ୍ରୀଙ୍କୁ ନେଇ କୁମ୍ଭମେଳା ଯାଉଥିବା ଶ୍ରୀରାମଜୀ ବସ୍ ପ୍ରୟାଗର ୧୨୦ କିମି ପୂର୍ବରୁ ବିହାରର ମୋହନିଆ ନିକଟରେ ବୁଧବାର ମଧ୍ୟରାତ୍ରୀରେ ଦୁର୍ଘଟଣାଗ୍ରସ୍ତ ହୋଇ ୩୫ରୁ ଅଧିକ ଆହତ ହୋଇଥିଲେ। ଏଥିରେ ନଗୁଆଁର ରାଜକିଶୋର ସାହୁ, ଜଗନ୍ନାଥପୁରର ସୁବାସ ବେହେରା (୪୮) ଏବଂ ଫୁଲବଣୀର ଅଜିତ ସାସମଲ(ବାପି)(୨୮) ଗୁରୁତର ହୋଇ  ବାରାଣସୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଅନ୍ୟମାନେ ଓଡ଼ିଶା ସରକାରଙ୍କ ଦ୍ବାରା ପ୍ରେରିତ ସରକାରୀ ବସରେ ଗୁରୁବାର ରାତି ୮ଟାରେ ଫେରି ଆସିଛନ୍ତି। 

ସୁବାସଙ୍କ ଜଗନ୍ନାଥପୁର ବାସଭବନରେ ପକ୍ଷାଘାତରେ ଆକ୍ରାନ୍ତ ବୃଦ୍ଧ ବାପା ପୂର୍ଣ୍ଣଚନ୍ଦ୍ର ବେହେରା (୭୫) ଓ ମା ଶିବାନୀ ବେହେରା (୭୦) ବର୍ତ୍ତମାନ ସୁଦ୍ଧା କିଛି ଜାଣିନାହାନ୍ତି। ଏକମାତ୍ର ସନ୍ତାନ ଝିଅ ଇପସିତା (୧୭) ବାଲେଶ୍ଵରର ଏକ ଘରୋଇ ଶିକ୍ଷାନୁଷ୍ଠାନରେ +୨ ୨ୟ ବର୍ଷର ଛାତ୍ରୀ ।  ଆସନ୍ତା ୧୮ ତାରିଖରେ ତାର ପରୀକ୍ଷା। ସେ ବି ସୁବାସଙ୍କ ମୃତ୍ୟୁ ଖବର ପାଇ ନାହାନ୍ତି। ପରିବାର ମୁଖ୍ୟଙ୍କ ଏପରି ମୃତ୍ୟୁ ପରିବାରର ଚଳଣିରେ ବାଧକ ସାଜିବା କଥା ଅଞ୍ଚଳବାସୀ ଆଲୋଚନା କରୁଛନ୍ତି। ତାଙ୍କର ମରଶରୀରକୁ ଭାଇ ପ୍ରମଥ ବେହେରା ଆଣିବାକୁ ଯାଇଥିବା ବେଳେ ଶୋକସନ୍ତପ୍ତ ଗ୍ରାମବାସୀମାନେ ଫେରିବା ବାଟକୁ ଚାହିଁ ବସିଛନ୍ତି।
 
ଜଗନ୍ନାଥପୁର ଗାଁର ସୁବାସ ବେହେରାଙ୍କ ସ୍ତ୍ରୀ ମଞ୍ଜୁରାଣୀ ବେହେରା ଓ ତାଙ୍କର ପରିବାର ଲୋକ ଗୁରୁବାର ଦିନ ୧୦ଟାରେ ଘଟଣା ସ୍ଥଳକୁ ବାହାରି ଯାଇଥିଲେହେଁ ଏଯାଏଁ ପହଞ୍ଚି ପାରିନାହାନ୍ତି । ତେବେ ଗୁରୁବାର ରାତ୍ରୀରେ ସୁବାସ ମୃତ୍ୟୁବରଣ କରିଥିବା କଥା ଶୁକ୍ରବାର ସକାଳେ ବିଶ୍ବସ୍ତ ସୁତ୍ରରୁ ସୂଚନା ମିଳିଛି। 

 ସୁବାସଙ୍କ ଜଗନ୍ନାଥପୁର ବାସଭବନରେ ପକ୍ଷାଘାତରେ ଆକ୍ରାନ୍ତ ବୃଦ୍ଧ ବାପା ପୂର୍ଣ୍ଣଚନ୍ଦ୍ର ବେହେରା (୭୫) ଓ ମା ଶିବାନୀ ବେହେରା (୭୦) ବର୍ତ୍ତମାନ ସୁଦ୍ଧା କିଛି ଜାଣିନାହାନ୍ତି। ଏକମାତ୍ର ସନ୍ତାନ ଝିଅ ଇପସିତା (୧୭) ବାଲେଶ୍ଵରର ଏକ ଘରୋଇ ଶିକ୍ଷାନୁଷ୍ଠାନରେ +୨ ୨ୟ ବର୍ଷର ଛାତ୍ରୀ ।  ଆସନ୍ତା ୧୮ ତାରିଖରେ ତାର ପରୀକ୍ଷା। ସେ ବି ସୁବାସଙ୍କ ମୃତ୍ୟୁ ଖବର ପାଇ ନାହାନ୍ତି। ପରିବାର ମୁଖ୍ୟଙ୍କ ଏପରି ମୃତ୍ୟୁ ପରିବାରର ଚଳଣିରେ ବାଧକ ସାଜିବା କଥା ଅଞ୍ଚଳବାସୀ ଆଲୋଚନା କରୁଛନ୍ତି। ତାଙ୍କର ମରଶରୀରକୁ ଭାଇ ପ୍ରମଥ ବେହେରା ଆଣିବାକୁ ଯାଇଥିବା ବେଳେ ଶୋକସନ୍ତପ୍ତ ଗ୍ରାମବାସୀମାନେ ଫେରିବା ବାଟକୁ ଚାହିଁ ବସିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe