ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ , କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ

ଖୋର୍ଦ୍ଧା-ବଲାଙ୍ଗୀର ୫୭ ତମ ଜାତୀୟ ରାଜପଥ ସରସରା ନିକଟରେ ଅଜଣା ଗାଡ଼ି ଧକ୍କାରେ ସରସରା ଗାଁର ସୁମନ୍ତ ମହାକୁଡ଼ଙ୍କ ମୃତ୍ୟୁ ହୋଇଛି। କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ।  ବୌଦ୍ଧ ଅତିରିକ୍ତ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି ।

bhj

ବୌଦ୍ଧ: ଖୋର୍ଦ୍ଧା-ବଲାଙ୍ଗୀର ୫୭ ତମ ଜାତୀୟ ରାଜପଥ ସରସରା ନିକଟରେ ଅଜଣା ଗାଡ଼ି ଧକ୍କାରେ ସରସରା ଗାଁର ସୁମନ୍ତ ମହାକୁଡ଼ଙ୍କ ମୃତ୍ୟୁ ହୋଇଛି। କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ।  ବୌଦ୍ଧ ଅତିରିକ୍ତ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି ।

ସରସରା ଗାଁର ସୁମନ୍ତ ମହାକୁଡ଼ ଶୌଚ ପାଇଁ ଆସି ରାସ୍ତା ପାର୍ ହୋଇ ଘରକୁ ଫେରୁଥିବା ସମୟରେ କୌଣସି ଅଜଣା ଗାଡ଼ି ଧକ୍କା ଦେଇ ଚାଲିଯାଇଥିଲା। ଆଜି ସକାଳେ ଗାଁର କିଛି ଲୋକ ଶୌଚ ପାଇଁ ଆସିଥିବା ବେଳେ ସୁମନ୍ତଙ୍କ ଶବକୁ ଦେଖି ପରିବାର ବର୍ଗଙ୍କୁ ଖବର ଦେଇଥିଲେ।

ସୂଚନା ଅନୁଯାୟୀ ଗତକାଲି ମଧ୍ୟରାତ୍ରୀରେ ସରସରା ଗାଁର ସୁମନ୍ତ ମହାକୁଡ଼ ଶୌଚ ପାଇଁ ଆସି ରାସ୍ତା ପାର୍ ହୋଇ ଘରକୁ ଫେରୁଥିବା ସମୟରେ କୌଣସି ଅଜଣା ଗାଡ଼ି ଧକ୍କା ଦେଇ ଚାଲିଯାଇଥିଲା। ଆଜି ସକାଳେ ଗାଁର କିଛି ଲୋକ ଶୌଚ ପାଇଁ ଆସିଥିବା ବେଳେ ସୁମନ୍ତଙ୍କ ଶବକୁ ଦେଖି ପରିବାର ବର୍ଗଙ୍କୁ ଖବର ଦେଇଥିଲେ। ପରେ ସେଠାରେ ଉତ୍ତେଜନା ଦେଖାଦେଇଥିଲା। ଗ୍ରାମବାସୀ ରାସ୍ତା ଅବରୋଧ କରି କ୍ଷତି ପୂରଣ ଦାବି କରିଥିଲେ। ଖବର ପାଇ ବୌଦ୍ଧ ଥାନା ପୁଲିସ୍ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe