ପାରିବାରିକ ଅଶାନ୍ତି ସହିନପାରି ଜୀବନ ହାରିଲେ ରାଜମିସ୍ତ୍ରୀ

ପାରିବାରିକ ଅଶାନ୍ତିରେ ମାନସିକ ଭାରସାମ୍ୟ ହରାଇ ଜନୈକ ରାଜମିସ୍ତ୍ରୀ ଉତ୍କଟ କୀଟନାଶକ ପିଇ ଜୀବନ ହାରିବାକୁ ଉଦ୍ୟମ କରିଥିବା ବେଳେ ଗୁରୁତର ଅବସ୍ଥାରେ ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ଚିକିତ୍ସାର ସ୍ବଳ୍ପ ସମୟ ମଧ୍ୟରେ ତାଙ୍କର ମୃତ୍ୟୁ ଘଟିଛି।

କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

ବୈଶିଙ୍ଗା: ପାରିବାରିକ ଅଶାନ୍ତିରେ ମାନସିକ ଭାରସାମ୍ୟ ହରାଇ ଜନୈକ ରାଜମିସ୍ତ୍ରୀ ଉତ୍କଟ କୀଟନାଶକ ପିଇ ଜୀବନ ହାରିବାକୁ ଉଦ୍ୟମ କରିଥିବା ବେଳେ ଗୁରୁତର ଅବସ୍ଥାରେ ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ଚିକିତ୍ସାର ସ୍ବଳ୍ପ ସମୟ ମଧ୍ୟରେ ତାଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ବୈଶିଙ୍ଗା ଥାନା ଅଧୀନ ମାନଗୋବିନ୍ଦପୁର ପଞ୍ଚାୟତ ଭୁରୁଡିଆ ଗ୍ରାମର ରସାନନ୍ଦ ହାତୀଙ୍କ ପୁଅ ସୁବର୍ତ୍ତ ହାତୀ(୩୨)।

ମୃତକଙ୍କ ବାପା ରସାନନ୍ଦଙ୍କ ସୂଚନା ମୁତାବକ ସୁବର୍ତ୍ତ ରାଜମିସ୍ତ୍ରୀ ଭାବରେ କାମ କରୁଥୀବା ବେଳେ ତାଙ୍କର ୫ବର୍ଷର ଏକ ଦିବ୍ୟାଙ୍ଗ ଶିଶୁପୁତ୍ର ରହିଛିl ତେବେ କୌଣସି କାରଣରୁ ସ୍ତ୍ରୀ ଦିବ୍ୟାଙ୍ଗ ପୁଅକୁ ନେଇ ବଡସାହି ଥାନା ଇଲାକାର ବାପଘରେ ଆଜକୁ ଏକବର୍ଷ ହେବ ରହିଆସୁଛି। ସେନେଇ ଅଧିକାଂଶ ସମୟରେ ସୁବର୍ତ୍ତ ମାନସିକ ଚାପରେ ରହିଆସୁଥିଲେ। ଘଟଣା ଦିନ ବାପା ରସାନନ୍ଦ ଅନ୍ୟଘରକୁ ପାଇଟି କରିବାକୁ ବାହାରିଯାଇଥିବା ବେଳେ ଘରେଥ‌ିବା ପୁଅ ସୁବର୍ତ୍ତ ଉତ୍କଟ କୀଟନାଶକ ପିଇ ଜୀବନ ହାରିବାକୁ ଉଦ୍ୟମ କରିଥିଲେ।

ଶରୀରରେ ବିଷକ୍ରିୟା ପରେ ଉତ୍କଟ ବିଷ ଜ୍ଵାଳାରେ ଛଟପଟ ସୁବର୍ତ୍ତ ବାବଦରେ ଖବରପାଇ ରସାନନ୍ଦ ସଙ୍ଗେସଙ୍ଗେ ଘରେପହଞ୍ଚି ଗୁରୁତର ପୁଅକୁ ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ଅପରାହ୍ନରେ ବେତନଟୀ ଡାକ୍ତରଖାନାରୁ ବାରିପଦା ସ୍ଥାନାନ୍ତର କରାଯାଉଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ଡାକ୍ତର ପକ୍ଷରୁ ବୈଶିଙ୍ଗା ପୁଲିସକୁ ଖବର ଦିଆଯାଇଥିବା ବେଳେ ପୁଲିସ ୪୯ନଂ ରେ ଏକ ଅପମୃତ୍ୟୁ ମାମଲା ରୁଜୁପୂର୍ବକ ଆସନ୍ତାକାଲି ଶବ ବ୍ୟବଚ୍ଛେଦ ହେବବୋଲି ସୂଚନା ଦେଇଛିl

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe