ଅପହରଣ ଓ ଦୁଷ୍କର୍ମ ମାମଲାରେ ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍‌ ଦଣ୍ଡ

ନାବାଳିକାଙ୍କୁ କମ୍ପ୍ୟୁଟର କ୍ଲାସ ଯିବା ବାଟରେ ଅପହରଣ ଓ ଦୁଷ୍କର୍ମ ମାମଲାରେ ଜଣେ ହାଇଡ୍ରା ମେସିନ ଅପରେଟରକୁ ୨୦ ବର୍ଷ ଜେଲ ଦଣ୍ଡ ହୋଇଛି। ୧୨ ଜଣ ସାକ୍ଷୀ ଓ ୧୮ଟି ଦଲିଲ ଓ ଦସ୍ତାବିଜକୁ ଆଧାର କରି ରାୟ ଶୁଣାଇଛନ୍ତି ମାନ୍ୟବର କୋର୍ଟ।

Court generic

ବାଲେଶ୍ଵର: ନାବାଳିକାଙ୍କୁ କମ୍ପ୍ୟୁଟର କ୍ଲାସ ଯିବା ବାଟରେ ଅପହରଣ ଓ ଦୁଷ୍କର୍ମ ମାମଲାରେ ଜଣେ ହାଇଡ୍ରା ମେସିନ ଅପରେଟରକୁ ୨୦ ବର୍ଷ ଜେଲ ଦଣ୍ଡ ହୋଇଛି। ହାଇଡ୍ରା ଅପରେଟର ପ୍ରଭାତର ଘର ଢେଙ୍କାନାଳ ଅଞ୍ଚଳରେ। ପ୍ରଭାତକୁ ୨୦ ବର୍ଷ ଜେଲ ଦଣ୍ଡ ସହ ୮ ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ୨ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି ମାନ୍ୟବର ବାଲେଶ୍ଵର ସ୍ଵତନ୍ତ୍ର ପୋକ୍ସୋ କୋର୍ଟ ଜର୍ଜ ରଞ୍ଜନ କୁମାର ସୁତାର। ୧୨ ଜଣ ସାକ୍ଷୀ ଓ ୧୮ଟି ଦଲିଲ ଓ ଦସ୍ତାବିଜକୁ ଆଧାର କରି ରାୟ ଶୁଣାଇଛନ୍ତି ମାନ୍ୟବର କୋର୍ଟ। 

କମ୍ପ୍ୟୁଟର କ୍ଲାସ ଯିବା ବାଟରେ ନାବାଳିକାକୁ ହାଇଡ୍ରା ମେସିନ ଅପରେଟର ଅପହରଣ ଓ ଦୁଷ୍କର୍ମ କରିଥିଲା। ଏହି ମାମଲାରେ ‌କ‌ୋର୍ଟ ଦୋଷୀକୁ ୨୦ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି।

ନାବାଳିକାଙ୍କ ପରିବାର ପକ୍ଷରୁ ନାବାଳିକାଙ୍କୁ  ଅପହରଣ କରାଯାଇଥିବା ବାଲେଶ୍ଵର ଜିଲ୍ଲା ଖଇରା ଥାନାରେ କେସ ନମ୍ବର ୨୪୧/୨୩ ଏକ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ସରକାରଙ୍କ ପକ୍ଷରୁ ମକଦ୍ଦମା ପରିଚାଳନା କରୁଥିଲେ ସ୍ଵତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe