ପ୍ରାଣାନ୍ତକ ଆକ୍ରମଣ ମାମଲାରେ ୬ମାସ ଜେଲ୍‌ଦଣ୍ଡ, ୨୦୦୦ ଟଙ୍କା ଜରିମାନା

Advertisment

ରାଜ୍ୟ ଭଦ୍ରକ ଉପକଣ୍ଠ ଗେଲପୁର ଗ୍ରାମlରେ ୨୦୧୫ ମସିହା ନଭେମ୍ବର ୪ରେ ଏକ ସଂଗଠିତ ପ୍ରାଣାନ୍ତକ ଆକ୍ରମଣ ଘଟଣାର ବିଚାର କରି ଭଦ୍ରକ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ନିବେଦିତା ପଣ୍ଡା ଦୋଷୀ କାହ୍ନୁ ଚରଣ ମଳିକଙ୍କୁ ୬ ମାସ କାରାଦଣ୍ଡାଦେଶ ଦେଇଛନ୍ତି।

ରାଜ୍ୟ ଭଦ୍ରକ ଉପକଣ୍ଠ ଗେଲପୁର ଗ୍ରାମlରେ ୨୦୧୫ ମସିହା ନଭେମ୍ବର ୪ରେ ଏକ ସଂଗଠିତ ପ୍ରାଣାନ୍ତକ ଆକ୍ରମଣ ଘଟଣାର ବିଚାର କରି ଭଦ୍ରକ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ନିବେଦିତା ପଣ୍ଡା ଦୋଷୀ କାହ୍ନୁ ଚରଣ ମଳିକଙ୍କୁ ୬ ମାସ କାରାଦଣ୍ଡାଦେଶ ଦେଇଛନ୍ତି।

court

ଭଦ୍ରକ: ଭଦ୍ରକ ଉପକଣ୍ଠ ଗେଲପୁର (ଗୋପବନ୍ଧୁ ନଗର) ଗ୍ରାମlରେ ୨୦୧୫ ମସିହା ନଭେମ୍ବର ୪ରେ ଏକ ସଂଗଠିତ ପ୍ରାଣାନ୍ତକ ଆକ୍ରମଣ ଘଟଣାର ବିଚାର କରି ଭଦ୍ରକ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ନିବେଦିତା ପଣ୍ଡା ଦୋଷୀ କାହ୍ନୁ ଚରଣ ମଳିକଙ୍କୁ ୬ ମାସ କାରାଦଣ୍ଡାଦେଶ ଦେଇଛନ୍ତି। ଏଥି ସହିତ କୋର୍ଟ କାହ୍ନୁଚରଣଙ୍କୁ ୨୦୦୦ ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଟଙ୍କା ଆଦାୟ ହେବା ପରେ ତାହା ଉଭୟ ପୀଡ଼ିତଙ୍କୁ ପ୍ରଦାନ ପାଇଁ ବିଚାରପତି ତାଙ୍କ ରାୟରେ ନିର୍ଦ୍ଦେଶ ଦେଇଛନ୍ତି।   

ମାମଲାର ବିବରଣୀରୁ ଜଣାଯାଏ ୨୦୧୫  ମସିହା ନଭେମ୍ବର ମାସ ୪ ତାରିଖରେ ପୂର୍ବ ଶତ୍ରୁତାକୁ ନେଇ ସେହି ଗ୍ରାମର ମଙ୍ଗରାଜ ମଳିକ ଓ ତାଙ୍କ ଭାଇ ପୃଥୀରାଜ ମଳିକଙ୍କୁ ଭୁଜାଲି କଟୁରି ଇତ୍ୟାଦି ମାରଣାସ୍ତ୍ରରେ ଉମାକାନ୍ତଙ୍କ ଭାଇ ତନୁ ଓରଫ ତନ୍ମୟ ମଳିକ ଆକ୍ରମଣ କରିବା ସହ ତାଙ୍କୁ ଜୀବନରୁ ମାରିଦେବା ପାଇଁ ପ୍ରୟାସ କରିଥିଲେ। ଆକ୍ରମଣ ବେଳେ ସେମାନଙ୍କ ପିତା ଦୁର୍ଯୋଧନ ମଳିକ ସେଠାରେ ପହଞ୍ଚି ତାଙ୍କ ଦୁଇ ପୁଅଙ୍କୁ ସେମାନଙ୍କ କବଳରୁ ଉଦ୍ଧାର କରିବା ପରେ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିବା ସହ ସେଦିନ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତି କରି ଥାନା କେସ ନଂ ୬୫୩/୧୫ ଦଫା- ୩୨୩, ୩୨୪, ୩୪୧, ୩୨୬, ୩୦୭, ୩୪ରେ ଏକ ମାମଲା ରୁଜୁ ହୋଇଥିଲା ଓ ଅଭିଯୁକ୍ତମାନଙ୍କୁ ପୁଲିସ ଗିରଫ କରି ଜେଲ ପଠାଇ ଦେଇଥିଲା। ପରେ ସେମାନେ ଜାମିନରେ ଆସିଥିଲେ।

ଆଜି ମାନ୍ୟବର କୋର୍ଟ ଅଭିଯୁକ୍ତ କାହ୍ନୁ ଓ ଉମାକାନ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ତନୁ ଓରଫ ତନ୍ମୟ ମଳିକଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି। ଅଭିଯୋଗକାରୀଙ୍କ ତରଫରୁ ଭଦ୍ରକର ବରିଷ୍ଟ ଓକିଲ ତଥା ଅତିରିକ୍ତ ପବ୍ଲିକ ପ୍ରାସିକ୍ୟୁଟର ଜାତିକାନ୍ତ ନାୟକ ଓ ସହକାରି ସରକାରୀ ଓକିଲ ପଙ୍କଜ କୁମାର ଦାସ ମାମଲା ପରିଚାଳନା କରୁଥିଲେ।

court | Bhadrak

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe