ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ, ୧୦ ହଜାର ଟଙ୍କା ଜରିମାନା

Advertisment

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ କରଲାମାଲ ଗ୍ରାମରେ ୬ବର୍ଷ ପୂର୍ବରୁ ଘଟିଥିବା ଏକ ହତ୍ୟାକାଣ୍ଡ ମାମଲାର ବିଚାର କରି ପାଟଣାଗଡ଼ ଏଡିଜେ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ଦୋଷୀଙ୍କୁ ୧୦ ହଜାର ଟଙ୍କା ଜରିମାନା ଦଣ୍ଡ ହୋଇଛି।

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ କରଲାମାଲ ଗ୍ରାମରେ ୬ବର୍ଷ ପୂର୍ବରୁ ଘଟିଥିବା ଏକ ହତ୍ୟାକାଣ୍ଡ ମାମଲାର ବିଚାର କରି ପାଟଣାଗଡ଼ ଏଡିଜେ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ଦୋଷୀଙ୍କୁ ୧୦ ହଜାର ଟଙ୍କା ଜରିମାନା ଦଣ୍ଡ ହୋଇଛି।

court

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ କରଲାମାଲ ଗ୍ରାମରେ ୬ବର୍ଷ ପୂର୍ବରୁ ଘଟିଥିବା ଏକ ହତ୍ୟାକାଣ୍ଡ ମାମଲାର ବିଚାର କରି ପାଟଣାଗଡ଼ ଏଡିଜେ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ଦୋଷୀଙ୍କୁ ୧୦ ହଜାର ଟଙ୍କା ଜରିମାନା ଦଣ୍ଡ ହୋଇଛି। ଜରିମାନା ଅନାଦେୟ ଆହୁରି ୬ ମାସ କାରାଦଣ୍ଡ ହେବ ବୋଲି କୋର୍ଟ କହିଛନ୍ତି।

ମାମଲାର ବିବରଣୀରୁ ଜଣାଯାଏ ୨୦୧୯ ଅଗଷ୍ଟ ମାସରେ କରଲାମାଲ ଗ୍ରାମରେ ଥିବା ପୋଖରୀକୁ ଲକ୍ଷ୍ମଣ ବନଛୋର ଓ ମଦନ ଷାଣ୍ଢ ଯାଉଥିଲେ। ପୋଖରୀ ନିକଟରେ ହଠାତ୍ ସୌଣସି କଥାକୁ ନେଇ ମଦନ ଟାଙ୍ଗିଆରେ ଲକ୍ଷ୍ମଣଙ୍କୁ ହାଣି ଦେଇଥିଲା। ଫଳରେ ଲକ୍ଷ୍ମଣ ଗୁରୁତର ହୋଇ ପଡ଼ିଥିଲେ। ସେଠାରୁ ଉଦ୍ଧାର କରାଯାଇ ପ୍ରଥମେ ପାଟଣାଗଡ଼ ଏବଂ ପରେ ବଲାଙ୍ଗୀର ଓ ବୁର୍ଲାକୁ ସ୍ଥାନାନ୍ତରିତ କରାଯାଇଥିଲା। ବୁର୍ଲାରେ ଲକ୍ଷ୍ମଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। 

ଏନେଇ ପାଟଣାଗଡ଼ ଥାନାରେ ଏକ ମାମଲା ରୁଜୁ କରାଯାଇ ମଦନକୁ ପୁଲିସ ଗିରଫ କରିଥିଲା। ସମସ୍ତ ସାକ୍ଷ ପ୍ରମାଣ ଗ୍ରହଣ ସରିବା ପରେ ମଙ୍ଗଳବାର ପାଟଣାଗଡ଼ ଏଡିଜେ କୋର୍ଟ ଅଭିଯୁକ୍ତ ମଦନକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ  ସହ ୧୦ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି। ଅନାଦେୟ ଆହୁରି ୬ମାସ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। 

Balangir 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe