Man killed in attack in Jatni Photograph: (sambad.in)
ଭୁବନେଶ୍ବର: କଥାରେ ଅଛି ଯେ ପାଞ୍ଚେ ପରମନ୍ଦ, ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ। ଏଠାରେ କିନ୍ତୁ ଜଣେ ବ୍ୟକ୍ତି ନିଜର ଧର୍ମପତ୍ନୀଙ୍କୁ ମାରିବାକୁ ଯାଇଥିବା ବେଳେ ନିଜର ଜୀବନ ହରାଇଛି। ଶନିବାର-ରବିବାର ମଧ୍ୟରାତ୍ରୀରେ ଶ୍ବଶୁର ଘରେ ତୁମୁଳକାଣ୍ଡ କରିଥିବା ଜ୍ବାଇଁ ଆକ୍ରମଣର ଶିକାର ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ଘଟିଛି। ଭୁବନେଶ୍ବର ଉପକଣ୍ଠ ଜଟଣୀ ନିକଟ ଇନ୍ଫୋଭ୍ୟାଲି ଥାନା ଅନ୍ତର୍ଗତ ଗ୍ରାମଣ୍ଡିହ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ବ୍ୟକ୍ତି ହେଲେ ଦିବାକର ବସ୍ତିଆ।
ଅଭିଯୋଗ ଅନୁସାରେ ଗ୍ରାମଣ୍ଡିହ ଗାଁର ପ୍ରମୋଦ ଜେନାଙ୍କ ଝିଅ ଲକ୍ଷ୍ମୀପ୍ରିୟା ପାରିବାରିକ କଳହ ଯୋଗୁଁ ପ୍ରାୟ ଦେଢ଼ ବର୍ଷ ହେଲା ଶାଶୁଘର ଛାଡ଼ି ବାପଘରେ ରହି ଆସୁଛନ୍ତି। ଶନିବାର ବିଳମ୍ବିତ ରାତିରେ ଜ୍ୱାଇଁ ଦିବାଘର ବସ୍ତିଆ ଶ୍ୱଶୁର ଘରେ ପହଞ୍ଚି ଗଣ୍ଡଗୋଳ କରିଥିଲା। ସେ ଏକ ଧାରୁଆ ଅସ୍ତ୍ର ଧରିଥିଲେ। ଏଥିରେ ସ୍ତ୍ରୀ ଲକ୍ଷ୍ମୀପ୍ରିୟାଙ୍କୁ ହତ୍ୟା କରିବାର ଉଦ୍ଦେଶ୍ୟ ରଖିଥିଲେ ବୋଲି କୁହାଯାଉଛି। ଦିବାକର ରାତିରେ ନିଜ ସ୍ତ୍ରୀ ଓ ଶାଶୁଙ୍କୁ ଅତର୍କିତ ଆକ୍ରମଣ କରିଥିଲା।
ଗ୍ରାମଣ୍ଡିହ ଗାଁର ପ୍ରମୋଦ ଜେନାଙ୍କ ଝିଅ ଲକ୍ଷ୍ମୀପ୍ରିୟା ପାରିବାରିକ କଳହ ଯୋଗୁଁ ପ୍ରାୟ ଦେଢ଼ ବର୍ଷ ହେଲା ଶାଶୁଘର ଛାଡ଼ି ବାପଘରେ ରହି ଆସୁଛନ୍ତି। ଶନିବାର ବିଳମ୍ବିତ ରାତିରେ ଜ୍ୱାଇଁ ଦିବାଘର ବସ୍ତିଆ ଶ୍ୱଶୁର ଘରେ ପହଞ୍ଚି ଗଣ୍ଡଗୋଳ କରିଥିଲା।
ମା’-ଝିଅଙ୍କୁ ଆକ୍ରମଣରୁ ରକ୍ଷା କରିବାକୁ ପ୍ରମୋଦଙ୍କ ପରିବାର ଦିବାକର ଉପରେ ପାଲଟା ଆକ୍ରମଣ କରିଥିଲେ। ଏଥିରେ ଦିବାକର ଆହତ ହୋଇଥିଲା। ତାକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଜ୍ୱାଇଁର ଆକ୍ରମଣରେ ଗୁରୁତର ସ୍ତ୍ରୀ ଓ ଶାଶୁ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।
ଖବର ପାଇ ଇନଫୋଭ୍ୟାଲି ପୁଲିସ ଓ ଭୁବନେଶ୍ୱର ଜୋନ-୩ ଏସିପି ତାପସ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି। ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଝିଅର ଶାଶୁଘର ପରିବାର ସହ ପ୍ରମୋଦଙ୍କ ପରିବାରର କିଛି ଦିନ ହେଲା ବିବାଦ ରହିଥିବା ଜଣାପଡ଼ିଛି।
Crime | Bhubaneswar
Follow Us