ଲୋଭ ନକରି ଫେରାଇ ଦେଲେ ଧନାର୍ଦ୍ଧନ, ମୋବାଇଲ ପାଇ ଖୁସି‌ ହେଲେ ଛାତ୍ରୀ

ଆଜିର ଏଇ ସ୍ବାର୍ଥପର ଦୁନିଆରେ ଭଲ ଲୋକ ମିଳିବା କଷ୍ଟକର ହୋଇପଡୁଛି। ଅନ୍ୟପଟରେ ଭଲ ଲୋକ ନଥିଲେ ଦୁନିଆଟା ରହନ୍ତା ନାହିଁ ବୋଲି ମଧ୍ୟ ଅନେକ କୁହନ୍ତି। କିଛି ଭଲ ଲୋକଙ୍କ ପାଇଁ ଦୁନିଆର ରଥ ଚାଲିଛି।

New Project (30)

ନବରଙ୍ଗଗପୁର: ଆଜିର ଏଇ ସ୍ବାର୍ଥପର ଦୁନିଆରେ ଭଲ ଲୋକ ମିଳିବା କଷ୍ଟକର ହୋଇପଡୁଛି। ଅନ୍ୟପଟରେ ଭଲ ଲୋକ ନଥିଲେ ଦୁନିଆଟା ରହନ୍ତା ନାହିଁ ବୋଲି ମଧ୍ୟ ଅନେକ କୁହନ୍ତି। କିଛି ଭଲ ଲୋକଙ୍କ ପାଇଁ ଦୁନିଆର ରଥ ଚାଲିଛି। ଏପରି ଜଣେ ‌ଭଲ ଲୋକର ଉଦାହରଣ ହେଉଛନ୍ତି ଧନାର୍ଦ୍ଧନ, ଯିଏକି ପାଇଥିବା ୪ଟି ମୋବାଇଲ୍‌ ଫୋନ୍‌କୁ ଫେରାଇ ଦେଇଛନ୍ତି। 

ନବରଙ୍ଗପୁର ନର୍ସିଂ କଲେଜର ଚାରି ଛାତ୍ରୀ ପୂଜାଶ୍ରୀ ପଟ୍ଟନାୟକ, ରୁପାଲିକା ନାୟକ, ପ୍ରମିଳା ହରିଜନ ଓ ସୁଭୁଦ୍ରା ଭଣ୍ଡାରୀଙ୍କ ମୋବାଇଲ୍ ଗତ ୧୬ତାରିଖ ଦିନ ହଜିଯାଇଥିଲା। ତାହାକୁ ଆଜି ସେମାନେ ଫେରି ପାଇଛନ୍ତି। ସ୍ଥାନୀୟ ମଙ୍ଗଳମ୍ ଟିମ୍ବର୍ସରେ କାମ କରୁଥିବା ଧନାର୍ଦ୍ଧନ ମଣ୍ଡଳ ଏହାକୁ ଫେରାଇଛନ୍ତି। କଲେଜ କର୍ତ୍ତୃପକ୍ଷଙ୍କ ସହ ସାଧାରଣରେ ଧନାର୍ଦ୍ଧନଙ୍କ ଏଭଳି ମାନବିକତାକୁ ନେଇ ଉଚ୍ଚ ପ୍ରଶଂସା କରାଯାଇଛି। ଛାତ୍ରୀମାନେ ହଜିଥିବା ମୋବାଇଲ ଫୋନ ପାଇ ମୁହଁରେ ହସପୁଟିଥିବା ଦେଖିବାକୁ ମିଳିଥିଲା।

ଗତ ୧୬ତାରିଖ ଦିନ ଧନାର୍ଦ୍ଧନ ମଣ୍ଡଳ ମାଝୀଗୁଡାସ୍ଥ ନବରଙ୍ଗପୁର ନର୍ସିଂ କଲେଜକୁ ତାଙ୍କ ଝିଅକୁ ବିଏସସି ନର୍ସିଂରେ ଆଡମିସନ୍ କରାଇବାକୁ ବୁଝିବାକୁ ଯାଇଥିଲେ। କଲେଜରେ ଶ୍ରେଣୀ ଚାଳିବା ସମୟରେ ମୋବାଇଲ୍ ଫୋନକୁ ଶ୍ରେଣୀଗୃହକୁ ଛାତ୍ରଛାତ୍ରୀମାନଙ୍କୁ ନେବାକୁ ଅନୁମତି ନଥିଲା। ତେଣୁ ଛାତ୍ରୀମାନେ ଜଣେ ଛାତ୍ରୀ ପୂଜାଶ୍ରୀଙ୍କ ନୀଳ ରଙ୍ଗର ସ୍କୁଟି ଡିକିରେ ଏହି ମୋବାଇଲ ରଖିବାକୁ ଅନ୍ୟ ଛାତ୍ରୀମାନେ ଯାଇଥିଲେ। 

ତେବେ ସେମାନେ ପୂଜାଶ୍ରୀଙ୍କ ସ୍କୁଟି ଡିକିରେ ମୋବାଇଲ ରଖିବା ବଦଳରେ ଭୁଶବଶତଃ ଧନାର୍ଦ୍ଧନଙ୍କ ସ୍କୁଟି ଡିକିର ଚାବି ଖୋଲି ରଖି ଦେଇଥିଲେ। ଶ୍ରେଣୀ ସରିବା ପରେ ଛାତ୍ରୀମାନେ ପୂଜାଶ୍ରୀଙ୍କ ସ୍କୁଟି ଡିକି ଖୋଲିବାରେ ସେଠାରେ ମୋବାଇଲ୍ ନଥିବା ଦେଖିଥିଲେ। ପରେ ଏମାନେ ବହୁ ଖୋଜାଖୋଜି କରିଥିଲେ ହେଁ ପାଇ ନଥିଲେ। ଅପରପକ୍ଷେ ମୋବାଇଲ ଗୁଡ଼ିକ ସାଇଲେଣ୍ଟ ମୋଡ଼ରେ ଥିବାରୁ ଧନାର୍ଦ୍ଧନ ବି ଜାଣି ପାରି ନଥିଲେ। ମଙ୍ଗଳମ୍ ଟିମ୍ବର୍ସକୁ ଡ୍ୟୁଟିକୁ  ଯିବା ପରେ ଅଚାନକ ସେ ଡିକି ଖୋଲି ୪ଟି ମୋବାଇଲ ଫୋନ ଦେଖି ଆଶ୍ଚର୍ଯ୍ୟନ୍ବୀତ ହୋଇଥିଲେ। ସେଠାରେ ସେ ଦେଖି ସୁରକ୍ଷା କର୍ମୀଙ୍କୁ ହସ୍ତାନ୍ତର କରିଥିଲେ।

ଆଜି ଛାତ୍ରୀମାନେ ନର୍ସିଂ କଲେଜର ନିର୍ଦ୍ଦେଶକ ମୁନା ଶତପଥୀ, ଅଧ୍ୟକ୍ଷା ଆଦି ପଅରଦିନ କିଏ କିଏ କଲେଜକୁ ବିଭିନ୍ନ କାମରେ ଆସିଥିଲେ ତାହାର ଯାଂଚ କରି ଧନାର୍ଦ୍ଧନଙ୍କୁ ଯୋଗାଯୋଗ କରିଥିଲେ। ଧନାର୍ଦ୍ଧନ ଏହି ଛାତ୍ରୀମାନଙ୍କୁ ମଙ୍ଗଳମ୍ ଟିମ୍ବର୍ସକୁ ଡାକି ସୁରକ୍ଷା କର୍ମୀ ଓ କଲେଜର କର୍ମଚାରୀଙ୍କ ଉପସ୍ଥିତିରେ ଏହି ୪ଟି ମୋବାଇଲ ଫୋନ ହସ୍ତାନ୍ତର କରିଥିଲେ। 

 Nabarangpur | Girl student

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe