Shop got fire in Koraput. Photograph: (Sambad )
କୋରାପୁଟ: କୋରାପୁଟରେ ଦେଖିବାକୁ ମିଳିଛି ଅଜବ ଦୃଶ୍ୟ। ସହର ମଝିରେ ଟ୍ରାଫିକ ଛକ ତଥା ଏକ୍ସବୋର୍ଡ ସ୍କୁଲ ସମ୍ମୁଖରେ ଥିବା ପରିବା ଦୋକାନକୁ ଜାଳି ଦେଲେ ନିଜେ ଦୋକାନ ମାଲିକ। ମଦ ନିଶାରେ ନିଶାଶକ୍ତ ଅବସ୍ଥା ନିଜ ଦୋକାନକୁ ନିଆଁ ଲଗାଇ ଦେଇଥିଲେ। ଧୀରେଧୀରେ ନିଆଁ ଲାଗି ଦୋକାନରେ ପହଞ୍ଚି ଥିଲା।
ଏହା ଦେଖି ପାଖ ଦୋକାନୀ ଆସି ତୁରନ୍ତ ନିଆଁକୁ ଆୟତ୍ତ କରିବା ସହ କୋରାପୁଟ ଟାଉନ ପୁଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ମଧ୍ୟ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଦୋକାନ ମାଲିକ ମଦ ନିଶାରେ ମାତାଲ୍ ଅବସ୍ଥାରେ ସେ ଦୋକାନ କରି ୪୫ଲକ୍ଷ ଟଙ୍କା ବାକି ହୋଇଥିବା ପ୍ରବଳ ପାଟି କରି କହୁଥିବା ଶୁଣିବାକୁ ମିଳିଥିଲା। ଲୋକେ ତାଙ୍କ ଠାରୁ ଧାରରେ ପନିପରିବା ନେଇ ଆଉ ଟଙ୍କା ଫେରାଉ ନାହାନ୍ତି।
ଅପରପକ୍ଷରେ ପ୍ରଶାସନ ରାସ୍ତା ପାର୍ଶ୍ବ ଦୋକାନ ଉଛେଦ କରୁଛନ୍ତି। ଏହି ସ୍ଥିତିରେ ସେ ଟଙ୍କା ସୁଝିବି କେମିତି ବୋଲି କହୁଥିବା ଶୁଣିବାକୁ ମିଳିଥିଲା। ତେଣୁ ଆଜି ଦୋକାନ ଜାଳିଦେଲି ଆଗକୁ ଆବଶ୍ୟକତା ପଡ଼ିଲେ ଆତ୍ମହତ୍ୟା ମଧ୍ୟ କରିବାକୁ ପଛେଇବି ନାହିଁ ବୋଲି କହିଛନ୍ତି ଦୋକାନ ମାଲିକ। ତେବେ ପୁଲିସ ଦୋକାନୀଙ୍କୁ ଥାନାରେ ନେଇ ପଚରାଉଚରା କରି ଛାଡି ଦେଇଥିବା କହିଛନ୍ତି ଟାଉନଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର।
  
 Follow Us