ମାଞ୍ଚେଷ୍ଟରରେ ମହାସମାରୋହରେ ରଥଯାତ୍ରା ଆୟୋଜନ

Advertisment

ନର୍ଥୱେଷ୍ଟ ଓଡ଼ିଶା ସୋସାଇଟି ଦ୍ୱାରା ଇଂଲଣ୍ଡର ମାଞ୍ଚେଷ୍ଟର ମହାନଗରୀଠାରେ ଆୟୋଜିତ ଚଳିତବର୍ଷର ଘୋଷଯାତ୍ରାରେ ସହସ୍ରାଧିକ ଓଡ଼ିଆ ଓ ଅଣଓଡ଼ିଆ ଭକ୍ତଗଣଙ୍କର ସମାଗମ ହୋଇଥିବା ଲକ୍ଷ୍ୟ କରାଯାଇଥିଲା।

ନର୍ଥୱେଷ୍ଟ ଓଡ଼ିଶା ସୋସାଇଟି ଦ୍ୱାରା ଇଂଲଣ୍ଡର ମାଞ୍ଚେଷ୍ଟର ମହାନଗରୀଠାରେ ଆୟୋଜିତ ଚଳିତବର୍ଷର ଘୋଷଯାତ୍ରାରେ ସହସ୍ରାଧିକ ଓଡ଼ିଆ ଓ ଅଣଓଡ଼ିଆ ଭକ୍ତଗଣଙ୍କର ସମାଗମ ହୋଇଥିବା ଲକ୍ଷ୍ୟ କରାଯାଇଥିଲା।

950541d3-23af-4ed4-8ac5-edae51ff0516

ମାଞ୍ଚେଷ୍ଟର: ଇଂଲଣ୍ଡର ମାଞ୍ଚେଷ୍ଟର ମହାନଗରୀଠାରେ ପଞ୍ଚମ ରଥଯାତ୍ରା ଉତ୍ସବ ମହାସମାରୋହରେ ପାଳନ କରାଯାଇଥିବା ଜଣାଯାଇଛି। ଏହି ଉପଲକ୍ଷେ ଚାରି ଦିଅଁ ବିରାଜମାନ କରୁଥିବା ଗୀତା ଭବନକୁ ବେଶ ଚିତ୍ତାକର୍ଷକ ଭାବରେ ସଜା ଯାଇଥିବା ଦେଖା ଯାଇଥିଲା। ଏଠାରେ ମୁଖ୍ୟ ପୂଜାରୀ ପଣ୍ଡିତ ଶ୍ୟାମ ସୁନ୍ଦର ଶର୍ମାଙ୍କର ତତ୍ତ୍ଵାବଧାନରେ ସକାଳୁ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ରୀତିନୀତି ଧାର୍ମିକ ବିଧି ମୁତାବକ ସମ୍ପନ୍ନ କରାଯାଇଥିଲା।

ନର୍ଥୱେଷ୍ଟ ଓଡ଼ିଶା ସୋସାଇଟି ଦ୍ୱାରା ଆୟୋଜିତ ଚଳିତବର୍ଷର ଘୋଷଯାତ୍ରାରେ ସହସ୍ରାଧିକ ଓଡ଼ିଆ ଓ ଅଣଓଡ଼ିଆ ଭକ୍ତଗଣଙ୍କର ସମାଗମ ହୋଇଥିବା ଲକ୍ଷ୍ୟ କରାଯାଇଥିଲା। ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ରଥଟଣା ଓ ରଥ ଉପରେ କାଳିଆ ଠାକୁରଙ୍କର ଦର୍ଶନକୁ ନେଇ ପ୍ରବଳ ଆନନ୍ଦ, ଅଜସ୍ର ଉତ୍ସାହ, ଅସୀମ ଉଲ୍ଲାସ ଓ ଅଦମ୍ୟ ଉଦ୍ଦୀପନା ପରିଲକ୍ଷିତ କରାଯାଇଥିଲା। ଦିନ ୧୨ଟା ୪୫ ମିନିଟରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଧାଡ଼ି ପହଣ୍ଡି କରାଯାଇ ଗୀତା ଭବନ ସାମ୍ନାରେ ଦଣ୍ଡାୟମାନ ସୁନ୍ଦର, ସୁଶୋଭିତ ଏବଂ ବିଭିନ୍ନ ରଙ୍ଗବେରଙ୍ଗ କପଡାରେ ସୁସଜ୍ଜିତ ୧୮ ଫୁଟ ଉଚ୍ଚତା ବିଶିଷ୍ଟ ରଥ ଉପରକୁ ନିଆଯାଇଥିଲା। ହରିବୋଲ, ହୁଳହୁଳି ଏବଂ ଜୟ ଜଗନ୍ନାଥ ଧ୍ୱନି ସହ ଭଜନ କୀର୍ତ୍ତନର ମୃଦୁମନ୍ଦ ନାଦରେ ସମଗ୍ର ଗଗନ ପବନ ପ୍ରକମ୍ପିତ ହୋଇ ଉଠିଥିଲା।

ବିଶେଷକରି ଏଠାରେ ମହିଳାମାନେ ରୋଷଣୀକରି ମା ସୁଭଦ୍ରାଙ୍କର ପହଣ୍ଡି ବିଜେ କରାଉଥିବାର ଅନୁପମ ଦୃଶ୍ୟ ବେଶ ମର୍ମସ୍ପର୍ଶୀ ଥିଲା। ରଥ ଉପରେ ଶୋଭା ପାଉଥିବା ବିରାଟକାୟ ମନୋରମ ପଟ୍ଟଚିତ୍ରଟିକୁ ପ୍ରଖ୍ୟାତ କଳାକାର ପ୍ରଜ୍ଞା ବାବୁ ଅଙ୍କନ କରିଥିବା ଜଣାଯାଇଛି। ଅପରାହ୍ନ ୧ଟା ୧୫ମିନିଟରେ ରଥଟଣା ପ୍ରକ୍ରିୟା ଆରମ୍ଭ କରାଯାଇଥିଲା।

ମାଞ୍ଚେଷ୍ଟରର ରାଜରାସ୍ତାରେ ଗଡ଼ି ଚାଲିଥିବା ରାଜକୀୟ ରଥ ଉପରେ ବଡ଼ ଠାକୁରଙ୍କ ଦର୍ଶନ କରି ଉଭୟ ଦେଶୀ ଓ ବିଦେଶୀ ଭକ୍ତମାନେ କୃତ କୃତ୍ୟ ହେଉଥିବା ଦେଖାଯାଇଥିଲା। ଚଳନ୍ତି ରଥରେ କିଛି ଯାନ୍ତ୍ରିକ ତୃଟି ଯୋଗୁଁ ଏହା ଅଟକିବାକୁ ଯାଉଥିବା ସମୟରେ କୁଶଳୀ କାରିଗର ସିମରନଜିତ ସିଂହ, ତାଙ୍କର କାରିଗରୀ କରିସ୍ମା ପ୍ରଦର୍ଶନ କରି ନିମିଷକ ମଧ୍ୟରେ ରଥକୁ ସଜାଡ଼ି ଦେବାର ଅନୁଭୂତି ଅଲୌକିକ ଥିଲା। ରଥଟିକୁ ୱିଲବ୍ରହମ୍ ରୋଡ, ସେଣ୍ଟ ୱେରବ୍ରୋ ରୋଡ, ବ୍ରାଣ୍ଟିଂଗହୋମ ରୋଡ ଓ ୱିଦିଂଟଙ୍ଗ ରୋଡ ଆଦି ବାଟ ଦେଇ ନଗର ପରିକ୍ରମା କରାଯାଇ ପୁଣି ଗୀତା ଭବନର ବେଢ଼ାକୁ ଫେରାଇ ଅଣାଯାଇଥିଲା।

ଉପସ୍ଥିତ ବରେଣ୍ୟ ଅତିଥିମାନଙ୍କ ମଧ୍ୟରେ କାଉନ୍ସିଲର ବିମଲ ଚୋସକି ଏବଂ ଭାରତରୁ ଆସିଥିବା ବିଖ୍ୟାତ ଆଧ୍ୟାତ୍ମିକ ପ୍ରବକ୍ତା ଦେବୀ ଚିତ୍ରଲେଖା ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।

ddc288b7-2b2b-4f28-949b-8181228554a8

ଚଳିତ ବର୍ଷର ରଥଯାତ୍ରା ଅବସରରେ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉତ୍ସବର ମୁଖ୍ୟ ଆକର୍ଷଣ ପ୍ରଖ୍ୟାତ ପ୍ରେରଣାଦାୟୀ ବକ୍ତା ଡଃ. ଦୀପକ ଗୁପ୍ତାଙ୍କର ଭକ୍ତି ଓ ଭାବୋଦ୍ଦୀପକ ଭାଷଣ ଥିଲା। ଅନ୍ୟାନ୍ୟ ସ୍ୱତନ୍ତ୍ର ଆକର୍ଷଣ ମଧ୍ୟରେ ବିଶିଷ୍ଟ କଣ୍ଠଶିଳ୍ପୀ ତନିଷ୍କା ଗୁପ୍ତା, ଡଃ. ଶିବ ସେନାପତି, ଦିଶା ପଟ୍ଟନାୟକ, ଜୟନ ପାଣିଗ୍ରାହୀ,ଡଃ. ରାଜିନ୍ଦ୍ର ସିଂହ, ଡଃ. କପିଲମିତ କାଉର, ଦୀପ୍ତିମାନ ରଥ, ପ୍ରିୟଙ୍କା ଗିମନ,ହର୍ଷାଙ୍ଗଦା ଭଟ୍ଟନାଗର, ସୌମ୍ୟା ପଣ୍ଡା, ସୁଶ୍ରୀ ମନୋରମା ଏବଂ ସୁଶ୍ରୀ ସୁପ୍ରିୟା ପ୍ରମୁଖଙ୍କ ଦ୍ବାରା ସୁମଧୁର ଭଜନ ପରିବେଷଣ ଥିଲା। ପ୍ରତିଷ୍ଠିତ ନୃତ୍ୟାଙ୍ଗନା ରେଖା ସେନାପତି, ସାନଭି ସାହୁ ଓ ଦ୍ରିଷିକା ପାଣିଗ୍ରାହୀଙ୍କର ମନୋଲୋଭା ନୃତ୍ୟ ଦର୍ଶକମାନଙ୍କୁ ବେଶ ମନ୍ତ୍ର ମୁଗ୍ଧ କରିଥିଲା। ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସୁଦକ୍ଷ ଉପସ୍ଥାପିକା ପ୍ରିୟଙ୍କା ବେବର୍ତ୍ତା ସୂଚାରୁ ରୂପେ ସଞ୍ଚାଳନା କରିଥିଲେ। 

 rath yatra

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe