ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ସମ୍ବଲପୁର ଏବଂ କୁଚିଣ୍ଡା ଉପଖଣ୍ଡରେ ମଣ୍ଡି ଖୋଲିଲା କିନ୍ତୁ ଧାନ ସଂଗ୍ରହ ଆରମ୍ଭ ହେଲା ନାହିଁ। ମିଲରମାନେ ଧାନ ସଂଗ୍ରହ ପ୍ରକ୍ରିୟାରେ ଭାଗ ନେବା ଲାଗି ସହମତି ପ୍ରକାଶ ନ କରିବାରୁ ଗୋଟିଏ ବି ବସ୍ତା ମଧ୍ୟ ଧାନ ଉଠି ପାରିଲା ନାହିଁ।

Advertisment

ଧାନ ସଂଗ୍ରହ ଅନିଶ୍ଚିତତା ଜାରି

ନିର୍ଦ୍ଧାରିତ ସମୟ ସକାଳ ୮ଟାରେ  ମଣ୍ଡି ଖୋଲିଲା। ଚାଷୀ, ଯୋଗାଣ ଏବଂ ସମବାୟ କର୍ମଚାରୀ ପହଞ୍ଚିଥିଲେ। କିନ୍ତୁ ମିଲର ଆସି ନ ଥିଲେ। ଧାନ ସଂଗ୍ରହ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ ଚାଷୀ, ଯୋଗାଣ ବିଭାଗ ଏବଂ ମିଲରମାନଙ୍କ ମଧ୍ୟରେ ବୈଠକ  ହୋଇଥିଲା।

ଆହୁରି ପଢ଼ନ୍ତୁ:  6 More Accused Arrested ବାଲି ମାଫିଆଙ୍କ ଆକ୍ରମଣ ଘଟଣା: ବନ୍ଧା ହେଲେ ଆଉ ୬ ଅଭିଯୁକ୍ତ

 ମିଲରମାନେ ବୈଠକରୁ  ଅଧାରୁ ଉଠି ଯାଇଥିଲେ। ଫଳରେ ଧାନ ସଂଗ୍ରହ ଅନିଶ୍ଚିତତା ଜାରି ରହିଛି।

ଆହୁରି ପଢ଼ନ୍ତୁ: Odisha Assembly: ରାଜାଙ୍କୁ ଦେଖି ଅଟକିଗଲେ ରାଷ୍ଟ୍ରପତି: ସ୍ମୃତି ବଖାଣିଲେ ରାଜା ସ୍ବାଇଁ… କହିଲେ- ଆମର ଭାଇଭଉଣୀ ଭଳିଆ ସମ୍ପର୍କ ଥିଲା..

ଏଣେ କେବେ ପୁଣି ମଣ୍ଡି ଖୋଲିବ ଓ ମିଲରମାନେ ଧାନ ସଂଗ୍ରହ କରିବେ ତାକୁ ନେଇ ଚିନ୍ତାରେ ଚାଷୀ।