ଆବାସ ଗୃହ ଯୋଜନା ବାଟବଣା: ମିଳୁନି ଗରିବ ମୁଣ୍ଡକୁ ଛାତ!

ସରକାର ଗରୀବ ମୁଣ୍ଡକୁ ଛାତ ଦେବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପ୍ରଣୟନ କରିଛନ୍ତି। ହେଲେ ଏହି ଯୋଜନାରେ ଧନୀ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକେ ଲାଭବାନ ହେଉଥିବା ବେଳେ ଗରିବ ଓ ଖଟିଖିଆ ଶ୍ରେଣୀର ଲୋକଙ୍କ ଝାଟିମାଟି କୁଡ଼ିଆ ଓ ଜରିପାଲ ତଳେ ଜୀବନ ବିତୁଛି।

PMAY

PMAY Photograph: (Sambad )

ଘୁ.ଉଦୟଗିରି: ସରକାର ଗରୀବ ମୁଣ୍ଡକୁ ଛାତ ଦେବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପ୍ରଣୟନ କରିଛନ୍ତି। ହେଲେ ଏହି ଯୋଜନାରେ ଧନୀ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକେ ଲାଭବାନ ହେଉଥିବା ବେଳେ ଗରିବ ଓ ଖଟିଖିଆ ଶ୍ରେଣୀର ଲୋକଙ୍କ ଝାଟିମାଟି କୁଡ଼ିଆ ଓ ଜରିପାଲ ତଳେ ଜୀବନ ବିତୁଛି। ଏହି ଭଳି କନ୍ଧମାଳ ଜିଲ୍ଲାର ଅନେକ ଗାଁ ରହିଛି ଯେଉଁ ଗାଁ ଲୋକେ ଆଜି ମଧ୍ୟ ଝାଟିମାଟି କୁଡ଼ିଆ ଘରେ ବସବାସ କରୁଥିଲେ ମଧ୍ୟ ସରକାରଙ୍କ ଆବାସ ଯୋଜନା ମାଧ୍ୟମରେ ଘର ଖଣ୍ଡିଏ ମିଳିପାରୁ ନାହିଁ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ନୂଆଗାଁ ବ୍ଲକ ବଣ୍ଡଗୁଡ଼ା ପଞ୍ଚାୟତ କଟାବାଲି  ଗାଁରେ।

ଆଦିବାସୀ ଗରିବ ଅସହାୟ ପଦ୍ମିନୀ ମଲ୍ଲିକ ଝାଟି ମାଟି କୁଡ଼ିଆରେ ଦୀର୍ଘ ବର୍ଷ ହେଲା ବସବାସ କରନ୍ତି। ପ୍ରକୃତ ହିତାଧିକାରୀମାନେ ତ ଝାଟିମାଟି କୁଡ଼ିଆ ଓ ଭଙ୍ଗା ଦଦରା ଘରେ ଦିନ ବିତାଉଛନ୍ତି। ସରକାର କେଉଁ ଗରିବକୁ ଛାତ ଦେଉଛନ୍ତି ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ ଉଠାଇଛନ୍ତି।

ଘରଟିଏ ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କ ଦ୍ଵାରସ୍ଥ ହୋଇଥିଲେ ମଧ୍ୟ ଘର ଖଣ୍ଡିଏ ମିଳୁନଥିବା କହିଛନ୍ତି  ପଦ୍ମିନୀ ମଲ୍ଲିକ। ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରିବା ସହ ପଦ୍ମିନୀ ମଲ୍ଲିକଙ୍କୁ ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇ ଦେବା ପାଇଁ କଟାବାଲି ଗ୍ରାମବାସୀ ଦାବି କରିଛନ୍ତି।

Kandhamal

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe