Representational image
ଭୁବନେଶ୍ବର: ଆଲୋକର ପର୍ବ ‘ଦୀପାବଳି’ରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ ଘଟିଛି। ଭୁବନେଶ୍ବର ଓ ବାଲେଶ୍ବରରେ ବନ୍ଦ ଥିବା କିଛି ଦୋକାନରେ ନିଆଁ ଲାଗି ଜଳଯାଇଛି।
ସୂଚନା ଅନୁସାରେ ଭୁବନେଶ୍ବର ବାପୁଜୀ ନଗରସ୍ଥିତ ଏକ ଭେଣ୍ଡି ଜୋନରେ ଲାଗିଥିଲା ନିଆଁ ଲାଗିଛି। ଏଥିରେ ୩ଟି କ୍ୟାବିନ ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ଆଉ ୩ଟି ଦୋକାନରେ ଆଂଶିକ ନିଆ ଲାଗିଛି। ଖବରପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ୩ଟି ସାଇକେଲ ଦୋକାନ ଭିତରେ ଥିବା ସାମଗ୍ରୀ ନଷ୍ଟ ହୋଇଛି। ଅଗ୍ନିଶମ ବାହିନୀର ୨ଟି ଦମକଳ ବାହୀନି ପହଞ୍ଚି ନିଆଁକୁ ଆୟତ୍ତ କରିଛି। କେହି ବ୍ୟକ୍ତି ଆହତ ହୋଇ ନାହାଁନ୍ତି। ତେବେ ବାଣ ପାଇଁ ନା ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଛି ତାହା ସ୍ପଷ୍ଟ ହୋଇନାହିଁ।
ରାୟଗଡ଼ା ସହରର ମନ୍ଦିରସାହିରେ ଆଜି ସନ୍ଧ୍ୟାରେ ଏକ ଦୋକାନରେ ନିଆଁ ଲାଗିଥିଲା। ବାଣ ନିଆଁ ଯୋଗୁଁ ଏକ ପାନ ଦୋକାନ ଜଳି ଯାଇଥିଲା। ପରେ ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିଥିଲେ।
ସେହିପରି ବାଲେଶ୍ବର ଜିଲ୍ଲା ରେମୁଣା ବସ୍ଷ୍ଟାଣ୍ଡ ସାମ୍ନାରେ ଥିବା ଏକ ଫର୍ଣିଚର ଦୋକାନରେ ନିଆଁ ଲାଗି କାଠ ସାମଗ୍ରୀ ଓ ଯନ୍ତ୍ରପାତି ପୋଡ଼ି ଯାଇଛି। ଦୋକାନୀ ମାଲିକ ରାଜୀବ ଲୋଚନ ସିଂ ସନ୍ଧ୍ୟା ବେଳୁ ଦୋକାନ ବନ୍ଦ କରି ଘରକୁ ଚାଲି ଯାଇଥିଲେ। ସ୍ଥାନୀୟ ଲୋକେ ଦୋକାନ ଭିତରୁ ଧୂଆଁ ବାହାରୁଥିବା ଦେଖି ରାଜୀବଙ୍କୁ ଖବର ଦେଇଥିଲେ। ଦମକଳ ପହଞ୍ଚି ନିଆଁ ଲିବାଇଥିଲା। ଦୋକାନରେ ଥିବା ଅଳ୍ପ କାଠ ସାମଗ୍ରୀ ଓ ଥିବା ସମସ୍ତ ମେସିନ ଉପକରଣ ଜଳି ଯାଇଛି। ଦୋକାନ ପାଖରେ ପଡିଥିବା କାଠ ଗୁଣ୍ଡରେ ବାଣ ନିଆଁ ପଡ଼ି ଜଳିଜଳି ଦୋକାନ ଭିତରୁ ନିଆଁ ଯାଇଥିବା କୁହାଯାଉଛି।
Follow Us