ରାୟଗଡ଼ା: କିଛି ଦିନର ନୀରବତା ପରେ ରାୟଗଡ଼ା ଜିଲ୍ଲାରେ ମାଓବାଦୀଙ୍କ ଉପସ୍ଥିତି ଦେଖିବାକୁ ମିଳିଛି I ସୂଚନାରୁ ଜଣାପଡିଛି ଜିଲ୍ଳାର ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓ ବ୍ୟାନର ଦେଖିବାକୁ ମିଳିଛିI ଏହି ବ୍ୟାନର ତେଲେଙ୍ଗାପଦର ଠାରୁ ଚନ୍ଦ୍ରପୁର ରାସ୍ତାରେ ଲାଗିଛିI ମୁନିଗୁଡ଼ା ଥାନା ଅଞ୍ଚଳରେ ଏହି ବ୍ୟାନର ଲାଗିଥିବା ବେଳେ ପୁଲିସ କୌଣସି ସୂଚନା ଦେଉନାହିଁ I ବ୍ୟାନରରେ ଆନ୍ଧ୍ର ଓଡ଼ିଶା ସ୍ପେଶାଲ ଜୋନାଲ କମିଟି ବୋଲି ଉଲ୍ଲେଖ କରାଯାଇଛି I
ବ୍ୟାନରକୁ ଜବତ କଲା ମୁନିଗୁଡ଼ା ପୁଲିସ
ରାୟଗଡ଼ା ଅଞ୍ଚଳ ବଂଶଧାରା ଘୁମୁସର ନIଗIବଳୀ (ବାଘୁନା ) ଅଧୀନରେ ଆସୁଥିବା ବେଳେ ଆନ୍ଧ୍ର ଓଡ଼ିଶା ସ୍ପେଶାଲ ଜୋନାଲ କମିଟି ଉଲ୍ଲେଖ ଥିବାରୁ ବ୍ୟାନରକୁ ନେଇ ପୁଲିସ ଚିନ୍ତାରେ ପଡିଛି I ରାୟଗଡ଼ାରେ ନକ୍ସଲ ଗତିବିଧି ପ୍ରାୟତଃ ନାହିଁ ବୋଲି ପୁଲିସ କହୁଥିବା ବେଳେ ବ୍ୟାନର ଲାଗିବା ପରେ ପୁଲିସ ତନାଘନା ଆରମ୍ଭ କରିଛି I ମୁନିଗୁଡ଼ା ପୁଲିସ ବ୍ୟାନରକୁ ଜବତ କରିଥିବା ଜଣାପଡିଛି I
ଆହୁରି ପଢ଼ନ୍ତୁ Accident Boy Death ସ୍କୁଟରରୁ ତଳକୁ ପଡ଼ିଗଲେ ଅଢ଼େଇ ବର୍ଷର ଶିଶୁ, ଚଢ଼ିଗଲା ଟ୍ରାକ୍ଟର୍
ଏଠାରେ ସୂଚନାଯୋଗ୍ୟ ଯେ ରାୟଗଡ଼ା ଜିଲ୍ଲା ସୀମାନ୍ତ ଫୁଲବାଣୀ ଜିଲ୍ଲାରେ ଏବେ ମାଓ ଦମନ କରିବାରେ ଉଲ୍ଲେଖନୀୟ ସଫଳତା ପାଇଥିବା ବେଳେ କିଛି ମାଓବାଦୀ ରାୟଗଡ଼ା ଜିଲ୍ଳାର ଚନ୍ଦ୍ରପୁର, ମୁନିଗୁଡ଼ା ଅଞ୍ଚଳରେ ନିଜର ସୁରକ୍ଷା ପାଇଁ ଘୁରି ବୁଲୁଥିବା ଜଣାପଡିଛି I ଏହି ବ୍ୟାନରରେ ଖଣି ଖାଦାନକୁ ବିରୋଧ କରି ଲେଖା ଯାଇଥିବା ସୂଚନାରୁ ଜଣାପଡିଛି I ମୁନିଗୁଡା ପୁଲିସ ଏ ନେଇ କୌଣସି ସୂଚନା ଦେଇ ନଥିବା ବେଳେ ମାଓ ସମର୍ଥକ ଏହି ବ୍ୟାନର ଲଗାଇଥିବା ପୁଲିସ ଅନୁମାନ କରୁଛି I ମୁନିଗୁଡ଼ା ପୁଲିସ ଘଟଣାରେ ତଦନ୍ତ କରୁଛି I
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2026/01/20/untitled-11-2026-01-20-14-59-48.jpg)