ସୁନ୍ଦରଗଡ଼: ସୁନ୍ଦରଗଡ଼ ଟାଉନ୍ ଥାନା ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟ କୁନାଲ ଟ୍ରାନ୍ସପୋର୍ଟ ଅଫିସ ସମ୍ମୁଖରେ ଜଣେ ଅଢ଼େଇ ବର୍ଷର ଶିଶୁ ଉପରେ ଟ୍ରାକ୍ଟର ଚଢ଼ି ଯିବାରୁ ଶିଶୁଟିର ମୃତ୍ୟୁ ହୋଇଛି। ମୃତକ ହେଲେ ସୁନ୍ଦରଗଡ଼ ସୁନାରିପଡ଼ାର ସଂଜିତ ସିହ୍ନାଙ୍କ ସାନ ପୁଅ ଶୁଭମ୍।

Advertisment

ଶୁଭମ୍ ନିଜ ବାପାଙ୍କ ସହିତ ସ୍କୁଟରରେ ଯାଉଥିବା ବେଳେ ଅନ୍ୟ ଏକ ବାଇକ୍ ସହିତ ଧକ୍କା ହେବାରୁ ଭାରସାମ୍ୟ ହରାଇ ଶିଶୁଟି ସ୍କୁଟରରୁ ତଳକୁ ପଡ଼ିଯାଇଥିଲେ। ସେତିକି ବେଳେ ପଛ ପଟୁ ଆସୁଥିବା ପୌରପାଳିକାରେ ସଫେଇ କାର୍ଯ୍ୟରେ ନିୟୋଜିତ ଟ୍ରାକ୍ଟରଟି ଶିଶୁ ଉପରେ ଚଢି ଯାଇଥିଲା।

ଆହୁରି ପଢ଼ନ୍ତୁ: Pilot Returned Home ରାଉରକେଲାର ବିମାନ ଦୁର୍ଘଟଣା ଘଟଣା: ସୁସ୍ଥ ହୋଇ ଘରକୁ ଫେରିଲେ ବିମାନ ପାଇଲଟ ନବୀନ

ଟ୍ରାକ୍ଟର ଚାଳକ ମାତ୍ରାଧିକ ମଦ ପିଇଥିବା ସୂଚନା

ତାଙ୍କୁ ଆହତ ଅବସ୍ଥାରେ ମେଡିକାଲକୁ ନିଆଯାଇଥିଲା କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଭୋଜପୁର ଅଞ୍ଚଳର ଏକ ଟ୍ରାକ୍ଟରକୁ ପୌର ପାଳିକାର ସଫେଇ କାର୍ଯ୍ୟରେ ଠିକାଦାର ସଫେଇ କାର୍ଯ୍ୟରେ ନିୟୋଜିତ କରିଥିଲେ। ଟ୍ରାକ୍ଟରର ଚାଳକ ମାତ୍ରାଧିକ ମଦ ପିଇଥିବା ବେଳେ ଟ୍ରାକ୍ଟରଟିର ବୀମା ନଥିବା ଜଣାପଡିଛି ।