ସୀମାନ୍ତରେ ବଡ଼ ଅପେରସନ ଜାରି: ଜଙ୍ଗଲରୁ ବଙ୍କର ଠାବ, ଖାଦ୍ୟପାନୀୟ ସହ ସମସ୍ତ ସୁବିଧା ରହିଛି

Advertisment

ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରୁ ପୁଣି ଯବାନକୁ ମିଳିଛି ଏକ ବଡ଼ ସଫଳତା। ବିଜାପୁର ଏବଂ ସୁକମା ସୀମାନ୍ତବର୍ତ୍ତୀ ଜଂଗଲରେ ନକ୍ସଲ ଲୁଚି ରହିବା ପାଇଁ ମାଓ ସଂଗଠନ ପକ୍ଷରୁ ବଡ଼ ବଡ଼ ବଙ୍କର ନିର୍ମାଣ କରାଯାଇଥିଲା। ଏହି ବଙ୍କରରେ ହିଡମା ଏବଂ ସାଥୀମାନେ ଦିନ ଦିନ ଧରି ଲୁଚି ରହୁଥିଲେ।

xc

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରୁ ପୁଣି ଯବାନକୁ ମିଳିଛି ଏକ ବଡ଼ ସଫଳତା। ବିଜାପୁର ଏବଂ ସୁକମା ସୀମାନ୍ତବର୍ତ୍ତୀ ଜଂଗଲରେ ନକ୍ସଲ ଲୁଚି ରହିବା ପାଇଁ ମାଓ ସଂଗଠନ ପକ୍ଷରୁ ବଡ଼ ବଡ଼ ବଙ୍କର ନିର୍ମାଣ କରାଯାଇଥିଲା। ଏହି ବଙ୍କରରେ ହିଡମା ଏବଂ ସାଥୀମାନେ ଦିନ ଦିନ ଧରି ଲୁଚି ରହୁଥିଲେ। ଏପରିକି ସୁରକ୍ଷାକର୍ମୀ ନକ୍ସଲଙ୍କୁ ଟାର୍ଗେଟ କରି ଜଂଗଲରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ହିଡମା ଏବଂ  ସାଥୀ ଏହି ବଙ୍କରରେ ଲୁଚି ରହୁଥିଲେ। ଏହି ବଙ୍କରକୁ ସିମେଣ୍ଟରେ କଂକ୍ରିଟ କରି ତିଆରି କରାଯାଇଥିଲା।

ବଙ୍କର ଭିତରେ ରହିବା ଏବଂ ଖାଇବା ପାଇଁ ସମସ୍ତ ସୁବିଧା ରହିଥିଲା। ଦିନ ଦିନ ଧରି ନକ୍ସଲ ଏଠାରେ ଲୁଚି ରହୁଥିଲେ। ବଙ୍କର ଭିତରଟି ସଂପୂର୍ଣ୍ଣ ରୂପେ ବିଳାସପୂର୍ଣ୍ଣ ରହିଥିଲା। ସୁରକ୍ଷାକର୍ମୀଙ୍କ ତରଫରୁ ବଡ ବଡ ଅପରେସନ କରାଯାଉଥିଲେ ମଧ୍ୟ ଦୁର୍ଦ୍ଦାନ୍ତ ନକ୍ସଲ ନେତା ହିଡମା କେଉଁଠି ଲୁଚି ରହୁଥିଲା ତାହା ଜଣାପଡୁନଥିଲା। ଏବେ ସୁରକ୍ଷାକର୍ମୀ ଏହି ବଙ୍କର ଉଦ୍ଧାର କରିବା ପରେ ସବୁ ପର୍ଦାଫାସ ହୋଇଛି। ବଙ୍କରରୁ ଉପର ଭାଗକୁ ପତ୍ର ଏବଂ ମାଟିରେ ଘୋଡାଇ ଦିଆଯାଇଥାଏ। ସୁରକ୍ଷାକର୍ମୀ ଏହାକୁ ସହଜରେ ଜାଣିବା ମୁସ୍କିଲ ହୋଇପଡୁଥିଲା। ତେବେ ଆଉ କିଛି ମାସ ମଧ୍ୟରେ ନକ୍ସଲ ସଂପୂର୍ଣ୍ଣ ମୂଳପୋଛ ହେବେ ବୋଲି ପୁଲିସ ଆଶା ରଖିଛି। ମାଓ ନେତା ହିଡମା ଆଉ ପୁଲିସ ହାତରୁ ଖସିପାରିବ ନାହିଁ ବୋଲି ପୁଲିସ ଏବେ ଆଶା ରଖିଛି। ଖୁବ ଶୀଘ୍ର ମାଓନେତା ହିଡମା ମରିବ ନଚେତ ଧରାପଡ଼ିବ ବୋଲି ପୁଲିସ ଆଶା ପ୍ରକଟ କରିଛି। ଏବେ ଚାଲିଥିବା ବଡ଼ ଏନକାଉଣ୍ଟରରେ ନିର୍ଣ୍ଣାୟକ ଲଢେଇ ହେବ। ଆରପାର ଲଢେଇରେ ନକ୍ସଲ ସମ୍ପୂର୍ଣ୍ଣ ଧ୍ବଂସ ହେବେ ବୋଲି କୁହାଯାଇଛି।

maoists

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe