ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲାରେ ବିଏସଏଫ ବାହିନୀକୁ ବଡ଼ ସଫଳତା ମିଳିଛି। ଗତକାଲି ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ଠାବ ହୋଇଛି ମାଓ ଡମ୍ପ। ଡମ୍ପ ଭିତରୁ ଚାରଟି ଟିଫିନ ବୋମା ବା ଆଇଡି ସହ ଗୋଟିଏ ୧୨ ଭୋଲ୍ଟ ବ୍ୟାଟେରୀ, ବିଦ୍ୟୁତ ତାର, ବଡ଼ ପ୍ଳାଷ୍ଟିକ ଡ୍ରମ, ଅକ୍ସିଜେନ ସିଲିଣ୍ଡର ସହ ଅନେକ ବିସ୍ଫୋରକ ସାମଗ୍ରୀ ମିଳିଛି।
ଗତକାଲି ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ଠାବ ହୋଇଛି ମାଓ ଡମ୍ପ। ଡମ୍ପ ଭିତରୁ ଚାରଟି ଟିଫିନ ବୋମା ବା ଆଇଡି ସହ ଗୋଟିଏ ୧୨ ଭୋଲ୍ଟ ବ୍ୟାଟେରୀ, ବିଦ୍ୟୁତ ତାର, ବଡ଼ ପ୍ଳାଷ୍ଟିକ ଡ୍ରମ, ଅକ୍ସିଜେନ ସିଲିଣ୍ଡର ସହ ଅନେକ ବିସ୍ଫୋରକ ସାମଗ୍ରୀ ମିଳିଛି।ଘନବେଡ଼ା ଓ ଗୋରାସେତୁ ଠାରେ ଥିବା ୧୭୭ ବାଟାଲିୟନ ବିଏସଏଫ ଯବାନମାନେ ଏରିଆ ଡମିନେସନ କରିବା ଲାଗି ପଣସପୁଟ ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଗୁଡ଼ା ଜଙ୍ଗଲକୁ ଯାଇଥିଲେ। ହେଲେ ଜଙ୍ଗଲ ଭିତରେ ଯାଞ୍ଚ ତଲାସୀ ଚାଲିଥିବା ବେଳେ ଗୋଟିଏ ସ୍ଥାନରେ ମାଟି ତଳେ ପୋତା ହୋଇଥିବା ବିସ୍ପୋରକକୁ ଲାଣ୍ଡମାଇନ ଡିଟେକ୍ଟର ଦ୍ବାରା ସର୍ଚ୍ଚ କରି ଯବାନ ଏହାକୁ ସବୁ ଜବତ କରିଥିବା ନେଇ ବିଏସଏଫ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ଘନବେଡ଼ା ଓ ଗୋରାସେତୁ ଠାରେ ଥିବା ୧୭୭ ବାଟାଲିୟନ ବିଏସଏଫ ଯବାନମାନେ ଏରିଆ ଡମିନେସନ କରିବା ଲାଗି ପଣସପୁଟ ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଗୁଡ଼ା ଜଙ୍ଗଲକୁ ଯାଇଥିଲେ। ହେଲେ ଜଙ୍ଗଲ ଭିତରେ ଯାଞ୍ଚ ତଲାସୀ ଚାଲିଥିବା ବେଳେ ଗୋଟିଏ ସ୍ଥାନରେ ମାଟି ତଳେ ପୋତା ହୋଇଥିବା ବିସ୍ପୋରକକୁ ଲାଣ୍ଡମାଇନ ଡିଟେକ୍ଟର ଦ୍ବାରା ସର୍ଚ୍ଚ କରି ଯବାନ ଏହାକୁ ସବୁ ଜବତ କରିଥିବା ନେଇ ବିଏସଏଫ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
maoists
Follow Us