ମାଲକାନଗିରି ବିଏସଏଫ ଦ୍ୱାରା ମାଓ ଡ଼ମ୍ପ ଉଦ୍ଧାର

ମାଲକାନଗିରି ବିଏସଏଫକୁ ମିଳିଛି ବଡ ସଫଳତା। କାଲିମେଳା ବ୍ଲକର ଦୁର୍ଗମ ସିଲାକୋଟା ଅଂଚଳରୁ ମାଓ ଡ଼ମ୍ପ ଉଦ୍ଧାର କରିଛି। ବିଶେଷ ସୁତ୍ରରୁ ଖବର ପାଇ ବିଏସେଫର ଦ୍ଵିତୀୟ ବାଟାଲିୟନ ତରଫରୁ ସିଲାକୋଟା ରେଜେର୍ଭ ଫୋରେଷ୍ଟ ଅଂଚଳରେ ସର୍ଚ୍ଚ ଅପେରେସନ ଆରମ୍ଭ କରିଥିଲେ।

BSF

bsf Photograph: (Sambad )

ମାଲକାନଗିରି: ମାଲକାନଗିରି ବିଏସଏଫକୁ ମିଳିଛି ବଡ ସଫଳତା। କାଲିମେଳା ବ୍ଲକର ଦୁର୍ଗମ ସିଲାକୋଟା ଅଂଚଳରୁ ମାଓ ଡ଼ମ୍ପ ଉଦ୍ଧାର କରିଛି। ବିଶେଷ ସୁତ୍ରରୁ ଖବର ପାଇ ବିଏସେଫର ଦ୍ଵିତୀୟ ବାଟାଲିୟନ ତରଫରୁ ସିଲାକୋଟା ରେଜେର୍ଭ ଫୋରେଷ୍ଟ ଅଂଚଳରେ ସର୍ଚ୍ଚ ଅପେରେସନ ଆରମ୍ଭ କରିଥିଲେ। ଜଙ୍ଗଲର ୪ଟି ସ୍ଥାନରେ ନକ୍ସଲ ଡ଼ମ୍ପ କରି ବିସ୍ଫାରକ ରଖିଥିଲେ। ପ୍ରାୟ ୫୦ ମିଟର ଦୂରରେ ଏହି ଚାରୋଟି ଡ଼ମ୍ପ ବିଏସଏଫ ଯବାନ ଉଦ୍ଧାର କରିଥିଲେ। 

ବିଭିନ୍ନ ଡମ୍ପରୁ ୫ ଲିଟର ପ୍ରେସର୍ କୁକର ବୋମା, ଜିଲଟିନ, ୫ ଲିଟର, ୩ ଲିଟର, ୨ ଲିଟର ଟିଫିନ ବୋମା, ବିଦ୍ୟୁତ ତାର, ଡିଟୋନେଟର, ମୋବାଇଲ ଫୋନ୍‌, ପାୱାର ବ୍ୟାଙ୍କ, ଏସବିଏମମେଲ ବନ୍ଧୁକ ଇତ୍ୟାଦି ଜବତ କରିଥିଲେ।

ସୂଚନାଯୋଗ୍ୟ ଯେ ଏହି ଅଂଚଳ ସମ୍ପୂର୍ଣ୍ଣ ମାଓ ଗଡ଼ ଥିଲା।ନକ୍ସଲ ଏହି ଅଞ୍ଚଳରେ ଦବଦବା ଜାହିର କରି ଆସୁଥିଲେ। ବିଏସଏଫଙ୍କ ଉପସ୍ଥିତି ପରେ ଏହି ଅଂଚଳରୁ ନକ୍ସଲ ହଟିଥିଲେ।କିନ୍ତୁ ନକ୍ସଲ ପୁଲିସ ଏବଂ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଏଭଳି ଡ଼ମ୍ପ କରି ବନ୍ଧୁକ, ବିସ୍ଫାରକ, ବୋମା ଇତ୍ୟାଦି ଲୁଚାଇ ରଖିଥିଲେ। ବିଏସ୍‌ଏଫ୍‌ ଯବାନ ଏକ ବଡ଼ ଅଘଟଣକୁ ଏଡାଇ ଦେଇଥିବା କୁହାଯାଇଛି।

ମାଲକାନଗିରି ସୀମାନ୍ତ ତେଲେଙ୍ଗାନାର ଭଦ୍ରଦ୍ରୀ କୋଥାଗୁଡେମ୍ ଜିଲ୍ଲା ପୁଲିସ୍ ଏବଂ ୮୧ ଏବଂ ୧୪୧ ସିଆରପିଏଫ ଅଧିକାରୀଙ୍କ ସମ୍ମୁଖରେ ୧୯ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆଦିବାସୀଙ୍କ ବିକାଶ ତଥା କଲ୍ୟାଣ ପାଇଁ ଚାଲିଥିବା କାର୍ଯ୍ୟକ୍ରମ ତଥା ଅପରେସନ ଜୋରଦାର କରାଯାଉଥିବାରୁ ନକ୍ସଲ ଏବେ ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହେଲେଣି।

ତେବେ ଆତ୍ମସମର୍ପଣ କରିଥିବା ନକ୍ସଲମାନେ ହେଲେ ନରୋତି ମନୀଷ ଅରଫ ଆକାଶ, ମାଡବି ନନ୍ଦା, ମାଡବି ହାଣ୍ଡା, ମାଡବି ଲମ୍ବୁ, ମାଡକମ ଦେବା, କାଲମୁ ଆଇତା, ପୋଡିୟମ ସମ୍ମୟ,ପୋଡିୟମ ନାଗେଶ, ସୋଡି ବାର୍କନା, ପୋଡିୟମ ଆଡୁମା, ମାଡ଼କମ ଉଙ୍ଗା, କୁଞ୍ଜାମ ମାସା, ମିରଗମ ସୁକ୍କାୟା, ମାଡ଼ବି ଇଡୁମାୟା, ସେଲଭମ ଭେଙ୍କେଟ, ସାଲଭମ ଶଂକର, ମାଡବି ପାଏ, ଡିଡୋ ସୁଲା ଏବଂ ସୋଡି ଇଡୁମା। ନକ୍ସଲ ସଂଗଠନ ଧୀରେଧୀରେ ଦୁର୍ବଳ ସହ ଲୋକଙ୍କ ବିଶ୍ବାସ ହରାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe