ବିଶ୍ରା: ସରଣ୍ଡା ଜଙ୍ଗଲରେ ଗୁରୁବାର ସନ୍ଧ୍ୟାରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଏକ ଭୟଙ୍କର ଗୁଳି ବିନିମୟ ହୋଇଛି। ସୂଚନା ଅନୁସାରେ ସୁରକ୍ଷା ବାହିନୀ ପକ୍ଷରୁ ମାଓବାଦୀ ବିରୋଧୀ ଅଭିଯାନ ସମୟରେ ଜରେଇକେଲା ଥାନା ଅଧୀନସ୍ଥ ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ଅପରାହ୍ଣ ୩ଟା ରୁ ୪ଟା ମଧ୍ୟରେ ଏହି ଘଟଣା ଘଟିଛି।
୩ଟି ରାଇଫଲ୍ ଜବତ
ସୁରକ୍ଷା ବାହିନୀକୁ ଦେଖି ମାଓବାଦୀମାନେ ହଠାତ୍ ଗୁଳି ଚଳାଇ ଥିଲେ। ଏହାର ଜବାବରେ ପୁଲିସ ପକ୍ଷରୁ ପାଲଟା ଗୁଳି ଚଳାଯାଇଥିଲା। କିଛି ସମୟ ଧରି ଗୁଳିବିନିମୟ ଜାରି ରହିଥିଲା ଏବଂ ଏଥିରେ କେତେକ ମାଓବାଦୀ ଆହତ ହୋଇଥାଇ ପାରନ୍ତି ବୋଲି ପୁଲିସ କହିଛି। ସୁରକ୍ଷା ବାହିନୀରେ ପାଲଟା କାର୍ଯ୍ୟାନୁଷ୍ଠାନ ଯୋଗୁଁ ମାଓବାଦୀମାନେ ଘଞ୍ଚଜଂଗଲ ଓ ପାହାଡ଼ିଆ ଅଞ୍ଚଳରୁ ଖସି ପଳାଇଥିବା ଜଣାପଡ଼ିଛି। ଏନକାଉଣ୍ଟର ସ୍ଥଳରୁ ପୁଲିସ ଦୁଇଟି ଏସ୍ଏଲ୍ଆର୍ ରାଇଫଲ୍ ଏବଂ ଗୋଟିଏ .୩୦୩ ରାଇଫଲ୍ ଜବତ କରିଛି। ପରେ ଜଣେ ମାଓବାଦୀ ନିହତ ହୋଇଥିବା କହାଯାଉଥିବାବେଳେ ସେନେଇ ସ୍ପଷ୍ଟ ହୋଇନାହିଁ। ଏନକାଉଣ୍ଟର ନିଶ୍ଚିତ ଏବଂ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଥିବାବେଳେ ଅଞ୍ଚଳକୁ ସମ୍ପୂର୍ଣ୍ଣ ଘେରାବନ୍ଦୀ କରାଯାଇଥିବା ଡିଆଇଜି କହିଛନ୍ତି।
ଆହୁରି ପଢ଼ନ୍ତୁ:Mohan targets Naveen: ନିର୍ବାଚନ ପ୍ରଚାର ସଭାରେ ନବୀନଙ୍କୁ ଟାର୍ଗେଟ କଲେ ମୋହନ: ପେଷିଲେ ପାଲଟା ‘ବେଇମାନ’ ବାଣ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/17/maoist-mint-2025-10-17-12-51-13.png)