ମାଲକାନଗିରି ଜିଲ୍ଲାରୁ ମାଓବାଦୀ, ଗଂଜେଇ ଚାଷ ସଂପୂର୍ଣ୍ଣ ହଟିବ: ପୁଲିସ ଡିଜି

ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ଆଜି ଠାରୁ ଦୁଇଦିନିଆ ଗସ୍ତରେ ମାଲକାନଗିରି ଓ କେରାପୁଟ ଯାଇଛନ୍ତି। ଗସ୍ତର ପ୍ରଥମ ଦିନରେ ସେ ବିଏସ୍‌ଏଫ୍‌ ଓ ପୁଲିସ ସହିତ ମାଲକାନଗିରିରେ ସମୀକ୍ଷା କରିଛନ୍ତି। ସେ ଆସନ୍ତାକାଲି କେରାପୁଟ ଗସ୍ତରେ ଯିବି ସୁରକ୍ଷା ସଂପର୍କିତ ସମୀକ୍ଷା କରିବେ।

YB Khurania

-ପୁଲିସ ଡିଜି ୱାଇବି ଖୁରାନିଆଙ୍କ ସ୍ବାଭିମାନ ଅଂଚଳକୁ ଗସ୍ତ
-ବିଏସ୍‌ଏଫ୍‌, ପୁଲିସ ଅଧିକାରୀଙ୍କ ସହ କଲେ ରୁଦ୍ଧଦ୍ବାର ବୈଠକ

ମାଲକାନଗିରି: ଲାଲଗଡ଼ରେ ନକ୍ସଲ ଗତିବିଧି ଦିନକୁ ଦିନ ହ୍ରାସ ପାଉଥିବା ବେଳେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ଆଜି ମାଲକାନଗିରି ଓ କୋରାପୁଟକୁ ଦୁଇଦିନିଆ ଗସ୍ତ କରିଛନ୍ତି। ଆଜି ସକାଳେ ସ୍ବାଭିମାନ ଅଂଚଳର ଗୋରାସେତୁ ବିଏସ୍‌ଏଫ କ୍ୟାମ୍ପ ପରିଦର୍ଶନ ପରେ ସେ ମାଲକାନଗିରିରେ ପହଞ୍ଚିଛନ୍ତି। ପୁଲିସ ଓ ବିଏସଏଫର ବରିଷ୍ଠ ଅଧିକାରୀଙ୍କ ସହ କରିଛନ୍ତି ସମୀକ୍ଷା ବୈଠକ କରିଛନ୍ତି। 

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ୨୦୨୬ ମାର୍ଚ୍ଚ ସୁଦ୍ଧା ସମଗ୍ର ଦେଶକୁ ମାଓ ମୁକ୍ତ ପାଇଁ ଆହ୍ବାନ ଦେଇଥିବା ବେଳେ ତାହା ତାଂକର ପ୍ରଥମ ଲକ୍ଷ୍ୟ ବୋଲି କହିଛନ୍ତି। ଓଡିଶାରୁ ମଧ୍ୟ ଆସନ୍ତା ୨୦୨୬ ମାର୍ଚ୍ଚ ସୁଦ୍ଧା ନକ୍ସଲ ହଟିବେ ବୋଲି ଡିଜିପିଙ୍କ ଦୃଢକ୍ତି ବାଢ଼ିଛନ୍ତି। ଏହାସହ ମାଓବାଦୀମାନେ ବିଭିନ୍ନ ସ୍ଥାନରେ ଲୁଚାଇଥିବା ଅସ୍ତ୍ରଶସ୍ତ୍ରକୁ ଖୋଜି ବାହାର କରାଯିବ। ଗୋଟିଏ ବାଟାଲିୟନ ବିଏସଏଫ ପ୍ରତ୍ୟାହାର ହେବା ପରେ ଅଂଚଳରେ ଭୟର ବାତାବରଣକୁ ନେଇ କହିଛନ୍ତି ଯେ ସ୍ବାଭିମାନ ଅଂଚଳବାସୀଙ୍କ ଯଥେଷ୍ଟ ସୁରକ୍ଷା ଯୋଗାଇ ଦିଆଯିବ।

Naxal operation

ସ୍ବାଭିମାନ ଅଂଚଳବାସୀଙ୍କୁ କୌଣସି ଭୟ କରିବାର ନାହିଁ। ସେଠାରେ ସୁରକ୍ଷାକର୍ମୀ ୨୪ ଘଣ୍ଟା ସୁରକ୍ଷା ପ୍ରଦାନ କରିବେ। ପୂର୍ବରୁ ଏବଂ ଏବେ ସ୍ବାଭିମାନ ଅଂଚଳରେ ବହୁତ ଫରକ ରହିଛି। ଏବେ ଲୋକେ ଚାଷ କରି ବେଶ ଶାନ୍ତିରେ ଜୀବନଯାପନ କରୁଛନ୍ତି। ଲୋକେ ହସଖୁସିରେ ଦିନ କାଟୁଛନ୍ତି। ମାଓବାଦୀମାନେ ଆସିଲା ପରଠାରୁ ହିଁ ଗଂଜେଇ ଚାଷକୁ ପ୍ରତ୍ସାହନ ଦେଇ ଆସୁଛନ୍ତି।

ମାଓବାଦୀ କମିବା ସହ ରାଜ୍ୟକୁ ଗଂଜେଇ ମୁକ୍ତ କରାଯିବ। ଜିଲ୍ଲାରେ ରହିଥିବା ଏସଓଜି, ଡିଭିଏଫ ଯବାନଙ୍କ ସହ ଆଲୋଚନା ପରେ ସେମାନଙ୍କର ସମସ୍ତ ସମସ୍ୟାର ସମାଧାନ କରାଯିବ। ଅଂଚଳବାସୀ କିଭଳି ଶାନ୍ତିରେ ନିରାପଦରେ ରହିବେ ସେନେଇ ପଦକ୍ଷେପ ନିଆଯାଉଛି। ଶ୍ରୀ ଖୁରାନିଆ ଆଜି ରାତ୍ରୀଯାପନ ପରେ ଆସନ୍ତାକାଲି କୋରାପୁଟ ଜିଲ୍ଲାରେ ସମୀକ୍ଷା କରି ଶେଷରେ ଭୁବନେଶ୍ବର ଫେରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe