ଦୁର୍ଦ୍ଦାନ୍ତ ମାଓନେତା ପ୍ରଭାକର ଗିରଫ, ବଖାଣିଲା ମାଓ ସଂଗଠନର ଭିତିରି କଥା

ମାଓ ସଂଗଠନର ଶୀର୍ଷ ନେତା ପ୍ରଭାକର ଗିରଫ ହେବା ପରେ ପୁଲିସର ମନବଳ ଦ୍ବିଗୁଣିତ ହୋଇଯାଇଛି। ଗତ ୪୦ ବର୍ଷ ଧରି ମାଓ ସଂଗଠନର ଆଗଧାଡିର ନେତା ହିସାବରେ ସେ କାମ କରୁଥିଲେ। କେନ୍ଦ୍ରୀୟ କମିଟିର ସଚିବ ଗଣପତିଙ୍କର ଦାଦା ପୁଅ ଭାଇ ହେଉଛନ୍ତି ପ୍ରଭାକର।

ୂଳା

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ରେ ନକ୍ସଲ ହିଂସା ଥମୁନଥିବା ବେଳେ ପୁଲିସକୁ ମାଓ ଦମନରେ ସଫଳତା ମିଳିବାରେ ଲାଗିଛି। ଲଗାତାର ଅପରେସନରେ ମାଓବାଦୀଙ୍କୁ ନିହତ କରୁଥିବା ବେଳେ ମାଓବାଦୀଙ୍କୁ ଗିରଫ କରିବାରେ ମଧ୍ୟ ଅଦ୍ଭୁଦପୂର୍ଣ୍ଣ ସଫଳତା ପାଇ ଚାଲିଛନ୍ତି। ବସ୍ତର ଆଇଜି ପି.ସୁନ୍ଦରରାଜଙ୍କ କହିବା ଅନୁଯାୟୀ ଗତ ଏକ ବର୍ଷ ମଧ୍ୟରେ ୮୮୪ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି ଏବଂ ସେମାନଙ୍କ ନାମରେ କେଶ ଦାୟର କରି କୋର୍ଟ ଚାଲାଣ କରାଯାଇଛି। କିନ୍ତୁ ମାଓ ସଂଗଠନର ଶୀର୍ଷ ନେତା ପ୍ରଭାକର ଗିରଫ ହେବା ପରେ ପୁଲିସର ମନବଳ ଦ୍ବିଗୁଣିତ ହୋଇଯାଇଛି।

ପ୍ରଭାକର ନାମରେ ସରକାର ୨୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ। ପ୍ରଭାକରକୁ ଗିରଫ ପରେ ଆଗାମୀ ଦିନରେ ବହୁ ଏଭଳି ନେତା ମଧ୍ୟ ଗିରଫ ହେବେ ନଚେତ ମରିବେ ବୋଲି ପୁଲିସ କହିଛି। ପ୍ରଭାକରକୁ ପଚରାଉଚରା କରିବା ପରେ କୋର୍ଟ ଚାଲାଣ କରାଯିବ ବୋଲି କୁହାଯାଇଛି।

ଗତ ୪୦ ବର୍ଷ ଧରି ମାଓ ସଂଗଠନର ଆଗଧାଡିର ନେତା ହିସାବରେ ସେ କାମ କରୁଥିଲେ। କେନ୍ଦ୍ରୀୟ କମିଟିର ସଚିବ ଗଣପତିଙ୍କର ଦାଦା ପୁଅ ଭାଇ ହେଉଛନ୍ତି ପ୍ରଭାକର। ଏଥିସହ ପ୍ରଭାକରଙ୍କ ପତ୍ନୀ ରାଜେ କାଙ୍ଗେ ସଂଗଠନରେ ଡିଭିଜନାଲ କମିଟି ମେମ୍ବର ପଦବୀରେ କାମ କରୁଛନ୍ତି। ପ୍ରଭାକର ଅରଫ ବାଲମୁରି ନାରାୟଣ ରାଓ ଗତ ୮୪ ମସିହାରେ ମାଓ ସଂଗଠନ ସହ ଜଡିତ ହୋଇ କାମ କରିଥିଲେ। ଓଡ଼ିଶା,ତେଲେଙ୍ଗାନା,ଆନ୍ଧ୍ର,ଛତିଶଗଡ଼, ମହାରାଷ୍ଟ୍ର,ଝାରଖଣ୍ଡ,ମଧ୍ୟପ୍ରଦେଶ ଭଳି ରାଜ୍ୟରେ କାମ କରି ବେଶ ନାମ କମାଇଥିଲେ। 

ପ୍ରଭାକରର ଗିରଫ ପରେ ମାଓ ସଂଗଠନରେ ଚାଲିଥିବା ବହୁ ଗୁମର ପୁଲିସ ନିକଟରେ ପ୍ରଭାକର ଖୋଲିଥିବା ଜଣାପଡିଛି। ପ୍ରଥମେ ଅବିଭକ୍ତ ଆନ୍ଧ୍ରପ୍ରଦେଶରୁ କାମ ଆରମ୍ଭ କରି ଶେଷରେ ଡିକେଏସଜେଡଏସର ମୁଖ୍ୟ ସହ ମୋବାଇଲ ପୋଲିଟିକାଲ ସ୍କୁଲର ସେ ପ୍ରଭାରୀ ଭାବେ କାମ କରୁଥିଲେ। ପ୍ରଭାକର ଯେହେତୁ ଅର୍ବାନ ନେଟଵର୍କ ଚଳାଉଥିଲା। ସେ କାଂକେର ଅଂଚଳରେ ବୁଲି ଲୋକଙ୍କୁ ସଂଗଠନର ପାଠ ପଢାଇବା ସହ ବିଭିନ୍ନ ଗତିବିଧି ଉପରେ ନଜର ରଖୁଥିଲା। ଏହି ଖବର ପୁଲିସକୁ ମିଳିବା ପରେ ଅନ୍ତଗଡ ଅଂଚଳରେ ପୁଲିସ ଘେରାଉ କରି ପ୍ରଭାକରକୁ ଗିରଫ କରିବାରେ ସଫଳତା ପାଇଥିଲା। ନକ୍ସଲ ସଂଗଠନରେ ଧୀରେ ଧୀରେ ଭୁଷୁଡୁଥିବା ପ୍ରଭାକର ସ୍ବୀକାର କରୁଥିଲେ ମଧ୍ୟ ଏହାର ଚେର ଲମ୍ବିଥିବା କହିଛି।

 ପ୍ରଭାକର ନାମରେ ସରକାର ୨୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ। ପ୍ରଭାକରକୁ ଗିରଫ ପରେ ଆଗାମୀ ଦିନରେ ବହୁ ଏଭଳି ନେତା ମଧ୍ୟ ଗିରଫ ହେବେ ନଚେତ ମରିବେ ବୋଲି ପୁଲିସ କହିଛି। ପ୍ରଭାକରକୁ ପଚରାଉଚରା କରିବା ପରେ କୋର୍ଟ ଚାଲାଣ କରାଯିବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe