ପୁଲିସ ଇନଫର୍ମର ଦର୍ଶାଇ ଧାରୁଆ ଅସ୍ତ୍ରରେ ଜଣେ‌ ଲୋକଙ୍କୁ ମାରିଲେ ମାଓବାଦୀ

ସୀମାନ୍ତ ଛତିଶଗଡରେ ନକ୍ସଲ ହଂସା ଦେଖିବାକୁ ମିଳିଛି। ଦୁର୍ଦ୍ଦାନ୍ତ ମାଓ ନେତା ହିଡ଼ମାଙ୍କ ନିଜ ଗାଁ ପୂବର୍ତ୍ତିରେ ସଂଗଠନର ସଦସ୍ୟମାନେ ଜଣକୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି।

Maoist kills man.

Maoist kills man. Photograph: (sambad.in)

ମାଲକାନଗିରି: ସୀମାନ୍ତ ଛତିଶଗଡରେ ନକ୍ସଲ ହଂସା ଦେଖିବାକୁ ମିଳିଛି। ଦୁର୍ଦ୍ଦାନ୍ତ ମାଓ ନେତା ହିଡ଼ମାଙ୍କ ନିଜ ଗାଁ ପୂବର୍ତ୍ତିରେ ସଂଗଠନର ସଦସ୍ୟମାନେ ଜଣକୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି।

ଘଟଣା ଅନୁଯାୟୀ ଗତକାଲି ରାତିରେ ୧୦ରୁ ୧୫ ମାଓବାଦୀ ପୂବର୍ତ୍ତୀ ଗାଁରେ ପହଞ୍ଚିଥିଲେ। ଗାଁର ଜଣେ ବ୍ୟକ୍ତିକୁ ପୁଲିସ ଇନଫର୍ମର ଦର୍ଶାଇ ଧାରୁଆ ଅସ୍ତ୍ରରେ ତାର ବେକ କାଟି ଦେଇଥିଲେ। ଗ୍ରାମବାସୀ ଯେତେ ନେହୁରା ହୋଇଥିଲେ ମଧ୍ୟ ନକ୍ସଲ ଛାଡ଼ି ନଥିଲେ।

ସୂଚନାଯୋଗ୍ୟ ଯେ ପୂବର୍ତ୍ତି ଗାଁ ନିକଟରେ ସିଆରପିଏଫ କ୍ୟାମ୍ପ ରହିଛି। କିନ୍ତୁ କ୍ୟାମ୍ପର ଯବାନମାନେ ଟିକେ ବି ସୁରାକ ପାଇପାରିନଥିଲେ। ନକ୍ସଲ ରାତିର ଅନ୍ଧାରରେ ଘଟଣା ଘଟାଇ ଜଂଗଲରେ ଉଭାନ ହୋଇଯାଇଥିଲେ। ଆଜି ସକାଳୁ ପୁଲିସ ଖବର ପାଇ ପୂବର୍ତ୍ତୀ ଗାଁରେ ପହଞ୍ଚିଥିଲା। 

ତେବେ ଗତକାଲି ହିଡମାର ଏକ ଫଟୋ ଭାଇରାଲ ହେବା ପରେ ନକ୍ସଲ ହଂସାତ୍ମକ ହୋଇପଡିଥିବା କୁହାଯାଇଛି। ହୁଏତ ଏହି ଗାଁର କେହି ଏହି ଫଟୋକୁ ଭାଇରାଲ କରିଥାଇ ପାରେ ବୋଲି ଅନୁମାନ କରି ହତ୍ୟା କରାଯାଇଥିବ ବୋଲି ପ୍ରାଥମିକ ତଦନ୍ତରୁ ପୁଲିସ ସୂଚନା ପାଇଛି। ସୁରକ୍ଷାକର୍ମୀ ଏହି ଜଂଗଲକୁ ଘେରିବା ସହ ସର୍ଚ୍ଚ ଅପରେସନ ଜୋରଦାର କରିଛି।

maoists | Malkangiri

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe