ମୋବାଇଲ ଟାୱାରରେ ନିଆଁ ଲଗାଇଲେ ମାଓବାଦୀ

ସୀମାନ୍ତ ଛତିଶଗଡ଼ରେ ମାଓହିଂସା ଦିନକୁ ଦିନ ବଢିବାରେ ଲାଗିଛି। ପୁଲିସର ଘନଘନ ଚଢଉ ସତ୍ବେ ନକ୍ସଲ ନିଜର ଉପସ୍ଥିତି ଜାହିର କରିବା ଏବଂ ସଂଗଠନ ଏବେ ମଜବୁତ ଥିବା ଦର୍ଶାଇ ଏଭଳି ହିଂସା ଘଟାଇ ଚାଲିଛନ୍ତି।

Mkg Tower brunt by naxal (1)

ମାଲକାନଗିରି: ସୀମାନ୍ତ ଛତିଶଗଡ଼ରେ ମାଓହିଂସା ଦିନକୁ ଦିନ ବଢିବାରେ ଲାଗିଛି। ପୁଲିସର ଘନଘନ ଚଢଉ ସତ୍ବେ ମାଓବାଦୀମାନେ ନିଜର ଉପସ୍ଥିତି ଜାହିର କରିବା ଏବଂ ସଂଗଠନ ଏବେ ମଜବୁତ ଥିବା ଦର୍ଶାଇ ଏଭଳି ହିଂସା ଘଟାଇ ଚାଲିଛନ୍ତି। ସଦ୍ୟତମ ଘଟଣାକ୍ରମରେ ନାରାୟଣପୁର ଜିଲ୍ଲାର ଛଟୋଡ଼ଙ୍ଗର ଥାନା ଅନ୍ତର୍ଗତ ମାଧେନାର ଗାଁରେ ଥିବା ମୋବାଇଲ ଟାୱାରକୁ ଗତକାଲି ରାତିରେ ସଶସ୍ତ୍ର ମାଓବାଦୀ ନିଆଁ ଲଗାଇ ପୋଡି ଦେଇଛନ୍ତି।

ଗତକାଲି ବିଳମ୍ବିତ ରାତିରେ ପ୍ରାୟ ୫୦ରୁ ୬୦ ନକ୍ସଲ ଗାଁରେ ପହଞ୍ଚିଥିଲେ। ଗାଁରେ ଉତ୍ପାତ କରିବା ସହ ଗାଁରେ ଥିବା ଏକ ମୋବାଇଲ ଟାୱାରକୁ ନିଆଁ ଲଗାଇ ଦେଇଥିଲେ। ଗ୍ରାମବାସୀଙ୍କ ଦାବି ପରେ ପ୍ରଶାସନ ତରଫରୁ ନୂତନ ଭାବେ ଗତ କିଛି ମାସ ତଳେ ଜିଓ ଟାଵାର ସ୍ଥାପନ କରାଯାଇଥିଲା।

ଗ୍ରାମବାସୀ ନକ୍ସଲଙ୍କ ଏଭଳି କାଣ୍ଡ ଯୋଗୁଁ ଭୟଭିତ ହେବା ସହ ସୁରକ୍ଷା ପାଇଁ ପୁଲିସ ପ୍ରଶାସନ ନିକଟରେ ଫେରାଦ ହୋଇଛନ୍ତି। ଆଗାମୀ ଦିନରେ ନକ୍ସଲ ପୁଣି ଆସି ନିରୀହ ଜନତାଙ୍କୁ ଟାର୍ଗେଟ କରିବେ ବୋଲି କୁହାଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

Malkangiri

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe