ପ୍ରତିଷ୍ଠା ଦିବସ ପାଳନ କରିବ ମାଓବାଦୀ ସଂଗଠନ

ଆନ୍ଧ୍ର-ଓଡ଼ିଶା ସ୍ବତନ୍ତ୍ର ଜୋନାଲ ବୋର୍ଡର ଡିଭିଜନ ତରଫରୁ ଏକ ପ୍ରେସ୍‌ ବିଜ୍ଞପ୍ତି ଜାରି କରାଯାଇଛି। ଏହି ପ୍ରେସ୍‌ ବିଜ୍ଞପ୍ତିରେ ମାଓବାଦୀମାନେ ଆସନ୍ତା ୨୦ ତାରିଖ ଠାରୁ ଅକ୍ଟୋବର ୨୧ ତାରିଖ ପର୍ଯ୍ୟନ୍ତ ମାଓବାଦୀ ସଂଗଠନର ପ୍ରତିଷ୍ଠା ଦିବସ ପାଳନ କରିବେ।

naxal

ମାଲକାନଗିରି: ଜିଲ୍ଲା ସୀମାନ୍ତରେ କାର୍ଯ୍ୟ କରୁଥିବା ଆନ୍ଧ୍ର-ଓଡ଼ିଶା ସ୍ବତନ୍ତ୍ର ଜୋନାଲ ବୋର୍ଡର ଡିଭିଜନ ତରଫରୁ ଏକ ପ୍ରେସ୍‌ ବିଜ୍ଞପ୍ତି ଜାରି କରାଯାଇଛି। ଏହି ପ୍ରେସ୍‌ ବିଜ୍ଞପ୍ତିରେ ମାଓବାଦୀମାନେ ଆସନ୍ତା ୨୦ ତାରିଖ ଠାରୁ ଅକ୍ଟୋବର ୨୧ ତାରିଖ ପର୍ଯ୍ୟନ୍ତ ମାଓବାଦୀ ସଂଗଠନର ପ୍ରତିଷ୍ଠା ଦିବସ ପାଳନ କରିବେ। ୨୦୦୪ରେ ବିଭିନ୍ନ ସଶସ୍ତ୍ର ବିପ୍ଲବୀ ସଂଗଠନ ମିଳିତ ଭାବରେ ଏକତ୍ରିତ ହୋଇ ମାଓ ଆଦର୍ଶରେ ଗୋଟିଏ ସଂଗଠନରେ ଯୋଡି ହୋଇ ସିପିଆଇ ମାଓବାଦୀ ନାମରେ ନାମିତ ହୋଇଥିଲା।

ଦୀର୍ଘ ୨୦ ବର୍ଷ ମଧ୍ୟରେ ସଂଗଠନ ସାଧାରଣ ଜନତା ତଥା ଜଳ, ଜଙ୍ଗଲ, ଜମି ଏବଂ ଅଧିକାର ନିମନ୍ତେ ସଶସ୍ତ୍ର ବିପ୍ଳବ କରିଆସୁଛି। ଏଥିନେଇ ସ୍ୱତନ୍ତ୍ର ଭାବରେ ଆନ୍ଧ୍ର-ଓଡିଶା ସ୍ପେଶାଲ ଜୋନାଲ କମିଟି ସଚିବ ଗଣେଶ ତେଲୁଗୁ ଲିଖିତ ଏକ ପ୍ରେସ ବିଜ୍ଞପ୍ତି ପ୍ରେରଣ କରିଛନ୍ତି। ଏଥିରେ ଗତ ୨୦ ବର୍ଷ ମଧ୍ୟରେ ମାଓବାଦୀ ସଂଗଠନ ଅନେକ ଘାତପ୍ରାତିଘାତର ସାମାନ୍ନା କରିଛି ବୋଲି କୁହାଯାଇଛି। ୨୦୦୪ ଠାରୁ ଆଜି ଯାଏଁ ୫୨୬୫ଟି ଆକ୍ରମଣର ସମ୍ମନା କରିଛି ସଂଗଠନ।ଯେଉଁଥିରେ ୩୫୯୬ ଜଣ ବିପ୍ଲବୀ କମ୍ରେଡ ସହିଦ ହୋଇଛନ୍ତି। ସେଥିମଧ୍ୟରୁ ୧୦୦୦ ମହିଳା, ୨୨ ଜଣ କେନ୍ଦ୍ର କମିଟି ସଦସ୍ୟ ରହିଥିବା ବେଳେ ମାଓ ସଂଗଠନର ଅନ୍ୟାନ୍ୟ କମିଟି ସଦସ୍ୟ ରହିଛନ୍ତି।

ଆନ୍ଧ୍ର-ଓଡ଼ିଶା ବଡର କମିଟି, ନାରାୟଣପାଟଣା, କାଲିମେଳା, ସ୍ୱାଭିମାନଂଚଳ, ବିଶାଖାପାଟଣା ଏବଂ ପୂର୍ବ ଗୋଦାବରୀ ଅଞ୍ଚଳରେ କୃଷି ବିପ୍ଳବ କରି ସଫଳ ହୋଇଛି। ମୂଳନୀବାସୀମାନଙ୍କୁ ଜଳ, ଜଙ୍ଗଲ, ଜମି ଏବଂ ଅଧିକାରର ଲଢେଇରେ ସାମିଲକରି ସହଯୋଗ କରିଛି। ବାଲିମେଳା, କାଲିମେଳା, ପାପଲୁର, ଦାମନଯୋଡି, ସାଲୁର ଭଳି ଅନେକ ସ୍ଥାନରେ ଆକ୍ରମଣ କରି ଅସ୍ତ୍ରଶାସ୍ତ୍ର ଜବତ କରିଛି।

କେନ୍ଦ୍ରର ଏନଡିଏ ମିଳିତ ସରକାର ଅପରେସନ ‘କଗାର‘ ନାମରେ ସମ୍ପୂର୍ଣ ସ୍ୱରାଜର ଲଢେଇକୁ ଦମନ କରିବାକୁ ଯୋଜନା କରୁଛି। ନିରୀହ ଲୋକଙ୍କୁ ହତ୍ୟା କରୁଛି। ନଚେତ ମିଛ ମାମଲାରେ ଜେଲରେ ଭତ୍ତି କରୁଛି। ଏଣୁ ଆନ୍ଧ୍ର-ଓଡିଶା ସ୍ପେଶାଲ ଜୋନାଲ କମିଟି ଆହ୍ୱାନ କରୁଛି ଯେ ମାଓବାଦୀ ପ୍ରତିଷ୍ଠା ଦିବସକୁ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଂଚଳରେ ପାଳନ କରାଯାଉ। ଏହି ସମୟରେ ଦଳିତ, ପୀଡିତ ପଛୁଆବର୍ଗ, ସଂଖ୍ୟାଲଘୁ ଏବଂ ଆଦିବାସୀ ଗୁଇନ୍ଦା ଭାବରେ ବିପ୍ଳବ କରି ମାନୁବାଦି ଶାସନ ବିରୁଦ୍ଧରେ ଲଢେଇ କରିବା ବୋଲି ଆନ୍ଧ୍ର-ଓଡ଼ିଶା ସ୍ପେଶାଲ ଜୋନାଲ କମିଟି ସଚିବ ଗଣେଶ କହିଛନ୍ତି l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe