ହରଭଙ୍ଗାରେ ଅଭାବନୀୟ ଘଟଣା: ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ଭଉଣୀ ଗୁରୁତର

Advertisment

ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ମହାଲ୍ଲିକପଡା ଗ୍ରାମରେ ଗୁରୁବାର ଜନୈକ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ବେଳେ ଭଉଣୀ ଗୁରୁତର ହୋଇଥିବା ଜଣା ପଡ଼ିଛି। ପାରିବାରକ କଳହରୁ ଉଭୟ ଭଉଣୀ ବିଷ ପିଇଥିବାରୁ ଏଭଳି ଅଭାବନୀୟ ଘଟଣା ଘଟିଥିବାର ସୂଚନା ରହିଛି। ମୃତା ହେଲେ ନଳିନୀ ସାହୁ ଏବଂ ଗୁରୁତର ଶାଲିନୀ ସାହୁ।

hji

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ମହାଲ୍ଲିକପଡା ଗ୍ରାମରେ ଗୁରୁବାର ଜନୈକ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ବେଳେ ଭଉଣୀ ଗୁରୁତର ହୋଇଥିବା ଜଣା ପଡ଼ିଛି।

ପାରିବାରକ କଳହରୁ ଉଭୟ ଭଉଣୀ ବିଷ ପିଇଥିବାରୁ ଏଭଳି ଅଭାବନୀୟ ଘଟଣା ଘଟିଥିବାର ସୂଚନା ରହିଛି।  ମୃତା ହେଲେ ନଳିନୀ ସାହୁ ଏବଂ ଗୁରୁତର ଶାଲିନୀ ସାହୁ। 

ପ୍ରକାଶ ଯେ, ଗତକାଲି ସନ୍ଧ୍ୟାରେ ମହାଲ୍ଲିକପଡା ଗ୍ରାମର ନଳିନୀ ସାହୁ ଏବଂ ତାଙ୍କ ଭଉଣୀ ଶାଲିନୀ ସାହୁ କୌଣସି କାରଣ ମତେ ଅସୁସ୍ଥ ହୋଇପଡିଥିଲେ। ଉଭୟଙ୍କୁ ପ୍ରଥମେ ହରଭଙ୍ଗା ଓ ପରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ନଳିନୀଙ୍କର ମୃତ୍ୟୁ ହୋଇଥିବା ବେଳେ ଶାଲିନୀ ଗୁରୁତର ଭାବେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡିଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଛି। ଏଣେ ପାରିବାରକ କଳହରୁ ଉଭୟ ଭଉଣୀ ବିଷ ପିଇଥିବାରୁ ଏଭଳି ଅଭାବନୀୟ ଘଟଣା ଘଟିଥିବାର ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe