ଧରାପଡ଼ିଗଲା ପରକୀୟା ପ୍ରୀତି: ସ୍ବାମୀର ମାଡ଼ରେ ସ୍ତ୍ରୀ ଗୁରୁତର

୯ ବର୍ଷ ପୂର୍ବରୁ ଜୟଦେବ ଦାସଙ୍କୁ ତୁଲୁ ପ୍ରେମ ବିବାହ କରିଥଲେ। ବୈବାହିକ ଜୀବନ କିଛି ଦିନ ପାଇଁ ଠିକ୍‌ଠାକ ଚାଲିଥିବା ବେଳେ ପରବର୍ତ୍ତୀ ସମୟରେ ତୁଲୁଙ୍କ ଉପରେ ମାନସିକ ଓ ଶାରୀରିକ ନିର୍ଯାତନା ଆରମ୍ଭ ହୋଇଯାଇଥିଲା। ଏହାର ପଛରେ କାରଣ ଥିଲା ସ୍ବାମୀଙ୍କ ପରକୀୟା ପ୍ରୀତି।

Malkangir

-ପତ୍ନୀକୁ ହଟାଇବାକୁ ସ୍ବାମୀର ଅକଥନୀୟ ନିର୍ଯାତନା ଆରମ୍ଭ
-ଗୁରୁତର ଅବସ୍ଥାରେ ମେଡିକାଲରେ ପତ୍ନୀ

ମାଲକାନଗିରି: ସ୍ବାମୀଙ୍କ ପରକୀୟା ପ୍ରୀତି। ନିଜ ସ୍ତ୍ରୀଙ୍କୁ ବାଡ଼ିରେ ପିଟିପିଟି ରକ୍ତାକ୍ତ କଲେ ସଇତାନ ସ୍ବାମୀ। ସ୍ତ୍ରୀଙ୍କୁ ରାସ୍ତାରୁ ହଟାଇବାକୁ ଉଦ୍ୟମ କରିଥିଲା ପିଶାଚ ସ୍ବାମୀ। ୯ ବର୍ଷ ତଳେ ସାତ ଜନ୍ମର ସାଥୀ କରି ପ୍ରେମ ବିବାହ କରିଥିବା ନିଜ ସ୍ତ୍ରୀଙ୍କୁ  ଜୀବନରେ ମାରିଦେବାକୁ କରିଥିଲା ଉଦ୍ୟମ। ପରକୀୟା ପ୍ରୀତି ଯୋଗୁଁ ପ୍ରତ୍ୟେକ ମୁହୂର୍ତ୍ତରେ ନିଜ ସ୍ତ୍ରୀଙ୍କ ଉପରେ କରି ଆସୁଥିଲା ଅତ୍ୟାଚାର। ଚୋରା ପିରତି କଥା କହିବାରୁ, ସ୍ତ୍ରୀଙ୍କୁ ନିର୍ଦ୍ଧୁମ ମାଡ଼ ମାରି ରକ୍ତାକ୍ତ କରିଛନ୍ତି ସ୍ବାମୀ। ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଏମ.ପି.ଭି ୨୦ ନମ୍ବର ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା।

ଜୟଦେବ ଦାସଙ୍କୁ ୯ ବର୍ଷ ତଳେ ପ୍ରେମ ବିବାହ କରିଥଲେ ତୁଲୁ ନାମକ ଜନୈକ ଯୁବତୀ। ବିଭିନ୍ନ ସମୟରେ ସ୍ବାମୀ ଜୟଦେବ ଦାସ ତୁଲୁଙ୍କ ଉପରେ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ, ଯାହାର ପଛରେ କାରଣ ଥିଲା ପରକୀୟା ପ୍ରୀତି। ସ୍ତ୍ରୀ ତୁଲୁ ଯେଉଁଦିନ ସ୍ବାମୀଙ୍କ ଚୋରା ପିରତି ଜାଣି ପାରିଥିଲେ,ସେଦିନ ଠାରୁ ଜୟଦେବଙ୍କ ରାସ୍ତାର କଣ୍ଟା ସାଜିଥିଲେ। ଆଉ ତୁଲୁଙ୍କ ଉପରେ ସେଦିନ ଠାରୁ ଆରମ୍ଭ ହୋଇଥଲା ଅମାନବୀୟ ଜଘନ୍ୟ ଅତ୍ୟାଚାର। 

ଗତ ୨୯ ତାରିଖ ଦିନ ଅପରାହ୍ନ ସମୟରେ ରାକ୍ଷସ ସ୍ବାମୀଙ୍କ ମାଡ଼ରେ ରକ୍ତାକ୍ତ ଅବସ୍ଥାରେ ଘରଭିତରେ ପଡ଼ିଥିଲେ ତୁଲୁ। ନିଜ ଭଉଣୀଙ୍କ ଉପରେ ହେଉଥିବା ଅତ୍ୟାଚାରର କଥା ଶୁଣିବା ପରେ, ତୁଲୁଙ୍କ ବଡ଼ ଭାଇ ଓ ତାଙ୍କର ସାଙ୍ଗସାଥୀମାନେ ପହଞ୍ଚିଥିଲେ ଏମ.ପି.ଭି-୨୦ ଗ୍ରାମରେ। ଏଥିସହ ଗୁରୁତର ଅବସ୍ଥାରେ ନିଜ ଭଉଣୀଙ୍କୁ ଘର ଭିତରୁ ଉଦ୍ଧାର କରି ଆମ୍ବୁଲାନ୍ସକୁ ଖବର ଦେଇଥିଲେ ମଧ୍ୟ ଏହା ଆସି ନଥିଲା।ତେଣୁ ଏକ ଅଟୋ ଯୋଗେ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ଥିବାରୁ ସେଠାରେ ଥିବା ଡ଼ାକ୍ତର ତାଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବାକୁ ପରାମର୍ଶ କରିଥିଲେ। ବର୍ତ୍ତମାନ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି ତୁଲୁ।

ଏପଟେ ନିଜ ଭଉଣୀଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିବା ପିଶାଚ ଭିଣେଇ ଜୟଦେବ ଦାସଙ୍କ ବିରୋଧରେ ଥାନାରେ ଏତଲା ଦେଇ ନ୍ୟାୟ ଦାବି କରିଛନ୍ତି ଭାଇ ବିଶ୍ବଜିତ କର୍ମକାର। ପୀଡ଼ିତାଙ୍କ ଭାଇ ବିଶ୍ବଜିତ କର୍ମକାର କାଲିମେଳା ଥାନାର ଦ୍ବାରସ୍ଥ ହୋଇ ଅଭିଯୁକ୍ତ ଜୟଦେବ ଦାସଙ୍କ ନାମରେ ଥାନାରେ ଏତଲା ଦେବା ସହିତ ନିଜ ଭଉଣୀଙ୍କ ସହ ଘଟିଥିବା ଘଟଣାର ନ୍ୟାୟ ଦାବି କରିଛନ୍ତି। କାଲିମେଳା ଥାନାଅଧିକାରୀ ଏନେଇ କିଛି କହିନଥିବିା ବେଳେ ପରୋକ୍ଷରେ କହିଛନ୍ତି ଅଭିଯୁକ୍ତ ଜୟଦେବ ଦାସଙ୍କ ନାମରେ  ବି.ଏନ.ଏସ  ୨୦୨୩ ଅନୁଯାୟୀ ଧାରା ୮୫, ୧୧୫/୨, ୩୫୪/୨ ରେ କେସ ରୁଜୁ ହୋଇଛି। ଏଥିସହିତ ଘଟଣାର ତଦନ୍ତ ଜାରି ରହିଛି। ଫେରାର ଅଭିଯୁକ୍ତ ଜୟଦେବଙ୍କୁ ପୁଲିସ ଖୋଜୁଥିବା କହିଛନ୍ତି। ତେବେ ଦେଖିବାକୁ ବାକି ରହିଲା ପୀଡ଼ିତା ତୁଲୁଙ୍କୁ କେବେ ନ୍ୟାୟ ମିଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe