ସତ୍ୟ, ଅହିଂସା ଓ ସ୍ୱଚ୍ଛତାର ପଦଯାତ୍ରା

ଜାତୀୟ ସେବା ଯୋଜନା(ଏନ୍‌ଏସ୍‌ଏସ୍‌)ର ଧମାସ୍ଥିତ ମା ଝଡେଶ୍ୱରୀ ଡ଼ିଗ୍ରି ମହାବଦ୍ୟାଳୟ ତରଫରୁ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସତ୍ୟ, ଅହିଂସା ଓ ସ୍ୱଚ୍ଛତାର ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଠାରୁ ଧମା ଗ୍ରାମ ପର୍ଯ୍ୟନ୍ତ ୧୩୦ ଜଣ ଛାତ୍ରଛାତ୍ରୀ ପଦଯାତ୍ରା କରିଥିଲେ।

nss

ସମ୍ବଲପୁର: ଜାତୀୟ ସେବା ଯୋଜନା(ଏନ୍‌ଏସ୍‌ଏସ୍‌)ର ଧମାସ୍ଥିତ ମା ଝଡେଶ୍ୱରୀ ଡ଼ିଗ୍ରି ମହାବଦ୍ୟାଳୟ ତରଫରୁ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସତ୍ୟ, ଅହିଂସା ଓ ସ୍ୱଚ୍ଛତାର ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଠାରୁ ଧମା ଗ୍ରାମ ପର୍ଯ୍ୟନ୍ତ ୧୩୦ ଜଣ ଛାତ୍ରଛାତ୍ରୀ ପଦଯାତ୍ରା କରିଥିଲେ।

nss

ଅଧ୍ୟକ୍ଷ ଅନିଲ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଧାମା ଗ୍ରାମ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଧମା ସରପଞ୍ଚ ଲଳିତା ପଧାନ ପଦଯାତ୍ରାରେ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ସତ୍ୟ, ଅହିଂସା ଓ ସ୍ୱଚ୍ଛତାର ପଥ ଅନୁସରଣ କରିବାକୁ କହିଥିଲେ। +୩ ପ୍ରଥମ ବର୍ଷର ଛାତ୍ର ସୁରଜ୍ କୁନାର ଗାନ୍ଧିଜୀଙ୍କ ଭୂମିକା ଅଭିନୟ କରିଥିଲେ।

 ଛାତ୍ରୀମାନେ ପ୍ରାରମଭିକ ସଙ୍ଗୀତ ଗାନ କରିଥିଲେ। ଅଧ୍ୟାପକ ସଂସାର ପଧାନ, ବଳଦେବ ମହାକୁର, ଲମ୍ବୋଦର ପାଢ଼ୀ, ଏକାଦଶିଆ ଦଳାଇ, ଦିଲୀପ କୁମାର ଗୁରୁ, ଯଦୁମଣି ସାହୁ, ତନ୍ମୟ ପାଣିଗ୍ରାହୀ, ରତନ ଲୁହୁରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe