ନୂଆଁଖାଇ ଦେଶରେ ନୂଆ ପରିଚୟ ତିଆରି କରିଛି: ଧର୍ମେନ୍ଦ୍ର

ଗଣପର୍ବ “ନୂଆଁଖାଇ” ସାରା ଦେଶରେ ଓଡ଼ିଶାର ନୂଆ ପରିଚୟ ତିଆରି କରିଛି। ଗାଁରୁ ସହର, ରାଜ୍ୟରୁ ଦେଶ ତଥା ବିଦେଶରେ ମଧ୍ୟ ଓଡ଼ିଆମାନେ ଉତ୍ସାହ ଉଦ୍ଦୀପନାରେ ଏହି ପର୍ବ ସହ ଯୋଡିହେବା ଖୁସିର ବିଷୟ ବୋଲି ଶନିବାର ନୂଆଦିଲ୍ଲୀ ଠାରେ ‘ଜୁହାର୍ ନୂଆଁଖାଇ ପରବ୍-୨୦୨୪’ର ପାଳିତ ହୋଇଛି।

dharmendra

ନୂଆଦିଲ୍ଲୀ/ଭୁବନେଶ୍ୱର: ଗଣପର୍ବ “ନୂଆଁଖାଇ” ସାରା ଦେଶରେ ଓଡ଼ିଶାର ନୂଆ ପରିଚୟ ତିଆରି କରିଛି। ଗାଁରୁ ସହର, ରାଜ୍ୟରୁ ଦେଶ ତଥା ବିଦେଶରେ ମଧ୍ୟ ଓଡ଼ିଆମାନେ ଉତ୍ସାହ ଉଦ୍ଦୀପନାରେ ଏହି ପର୍ବ ସହ ଯୋଡିହେବା ଖୁସିର ବିଷୟ ବୋଲି ଶନିବାର ନୂଆଦିଲ୍ଲୀ ଠାରେ ‘ଜୁହାର୍ ନୂଆଁଖାଇ ପରବ୍-୨୦୨୪’ର ରୌପ୍ୟ ଜୟନ୍ତୀ ସମାରୋହରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। 

ନୂଆଁଖାଇର ଶୁଭେଚ୍ଛା ଜଣାଇବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଦିଲ୍ଲୀରେ ରହୁଥିବା ଆମର ଓଡ଼ିଆ ଭାଇ ଭଉଣୀମାନେ ଉତ୍ସାହର ସହ ନୂଆଁଖାଇ ପାଳି ବେଶ୍ ଆନନ୍ଦ ଅନୁଭବ କରିଛନ୍ତି। ନୂଆଁଖାଇ ଆଉ ରାଜ୍ୟ ଭିତରେ ସୀମିତ ହୋଇ ରହିଛି। ଦେଶରୁ ବିଦେଶ ପର୍ଯ୍ୟନ୍ତ ବ୍ୟାପିଲାଣି। ସମ୍ବଲପୁର ଲୋକସଭାର ପ୍ରତିନିଧି ଭାବରେ ଦାୟିତ୍ୱ ନେବା ପରେ ଦିଲ୍ଲୀରେ ଏହି ପର୍ବରେ ସାମିଲ ହେବା ମୋ ପାଇଁ ସୌଭାଗ୍ୟର ବିଷୟ।

ରାଷ୍ଟ୍ରୀୟ ରାଜଧାନୀରେ ସମସ୍ତେ ଏକାଠି ହୋଇ ନୂଆଁଖାଇ ପାଳନ କରିବା ଏକ ଅପୂର୍ବ ଅବସର। ଆମର ସମୃଦ୍ଧ ସାଂସ୍କୃତିକ ପରମ୍ପରାକୁ ପାଳନ କରିବା ସହ ନୂଆଦିଲ୍ଲୀରେ ଓଡ଼ିଶାର ଭ୍ରମ ସୃଷ୍ଟି କରିପାରିଥିବାରୁ ଜୁହାର୍ ପରିବାରର ସମସ୍ତ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଉଛି।  ଦୀର୍ଘ ୨୫ ବର୍ଷ ଧରି ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟର ପ୍ରଚାର ପ୍ରସାର ଦିଗରେ ଜୁହାର୍ ପରିବାରର ଉଦ୍ୟମ ସଫଳ ହେବ ବୋଲି ମୋର ପୂର୍ଣ୍ଣ ବିଶ୍ୱାସ। ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ମା’ସମଲେଇଙ୍କ ପାଖରେ ସମସ୍ତଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ମଙ୍ଗଳ କାମନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe