ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠରେ ସାମୁହିକ ପ୍ରାର୍ଥନା ସଭା ଅନୁଷ୍ଠିତ

Advertisment

ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକର ଦାଣ୍ଡବୋଷ ଅଲଚିକି ଲିପିର ସ୍ରଷ୍ଠା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠରେ ସାମୁହିକ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଆଦିବାସୀ ସଂଘର ବହୁ ଲୋକ ଏକତ୍ର ହୋଇଥିଲେ।

ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକର ଦାଣ୍ଡବୋଷ ଅଲଚିକି ଲିପିର ସ୍ରଷ୍ଠା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠରେ ସାମୁହିକ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଆଦିବାସୀ ସଂଘର ବହୁ ଲୋକ ଏକତ୍ର ହୋଇଥିଲେ।

IMG-20250710-WA0321

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକର ଦାଣ୍ଡବୋଷ ଅଲଚିକି ଲିପିର ସ୍ରଷ୍ଠା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠରେ ସାମୁହିକ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଯାଇଛି। 'ପାର୍ସି ସିଞ୍ଜ ଚାନ୍ଦ ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁ ମାହାଲ ମାଡୱା', ଆଦିବାସୀ ସାମାଜିକ ଶିକ୍ଷା ଓ ସାଂସ୍କୃତିକ ସଂଘ (ଆସେକା) ଓ ପଣ୍ଡିତ ରଘୁନାଥ ମୁର୍ମୁ ମେମୋରିଆଲ କ୍ଲବ ପକ୍ଷରୁ ଅନୁଷ୍ଠିତ ହୋଇଯାଇଅଛି ଏହି ପ୍ରାର୍ଥନା ସଭା।

ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଲିଖିତ ପୁସ୍ତକ ହିତାଲ, ହର ସେରେଞ୍ଜ,ବାଖେଣ, ଲାକାଚାର ସେରେଞ୍ଜ, ବିଦୁ ଚାନ୍ଦାନ, ଖେରୱାଳ ବୀର ଆଦି ପୁସ୍ତକରେ ଲେଖା ଯାଇଥିବା ନୀତିବାଣୀକୁ ବାଖ୍ୟା କରି ଅଲଚିକି ଲିପି ଓ ଲୋପ ପାଉଥିବା ସାନ୍ତାଳୀ ପରମ୍ପରା କୁ ପୁନର୍ଜୀବିତ ଓ ପ୍ରଚାର ପ୍ରସାର କରିବା ହିଁ ଏହି ସଭାର ମୂଳ ଉଦେଶ୍ୟ।

ଏହି ପ୍ରାର୍ଥନା ସଭା ପ୍ରତ୍ୟେକ ମାସ ପୁର୍ଣିମା ତିଥିର ପୂର୍ବ ଦିନରେ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛି ସଂଗଠନ। ଚଳିତ ଆଷାଢ଼ ମାସର ପ୍ରାର୍ଥନା ସଭାରେ ସଂଗଠନର ସଭାପତି ତଥା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନାତି ଭୀମୱାର ମୁର୍ମୁ, ବିମଲ ମୁର୍ମୁ, ନରେନ୍ଦ୍ର ମାର୍ଣ୍ଡି, ଲୋକେଶ୍ୱର ଟୁଡୁ, ହପ୍ନା ସୋରେନ,ବାନ୍ଧା ସୋରେନ ଓ ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଚାଲିଥିବା ଅଲଚିକି ଶିକ୍ଷା ଅନୁଷ୍ଠାନର ସମସ୍ତ ଅଲଚିକି ଶିକ୍ଷକ ଓ ଶିକ୍ଷୟିତ୍ରୀ ଭାଗ ନେଇଥିଲେ।

Pandit Raghunath Murmu

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe