ସରକାରୀ ଜମି ଉଚ୍ଛେଦ ବିରୋଧରେ ବିଶାଳ ଗଣ ବିକ୍ଷୋଭ

Advertisment

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ତହସିଲ ତରଫରୁ ହଳଦା ପଞ୍ଚାୟତ ଅନ୍ତର୍ଗତ ନୂଆଗାଁ (ଲିପିଘୁଟୁ) ଗ୍ରାମରେ  ସରକାରୀ ଜମିରେ ପିଢ଼ି ପରେ ପିଢ଼ି ଘରଦ୍ଵାର କରି ବସବାସ କରୁଥିବା ଆଦିବାସୀମାନଙ୍କୁ ସରକାରୀ ଜମିରୁ ମାସକ ମଧ୍ୟରେ ଉଛେଦ ପାଇଁ ନୋଟିସ ପଠାଯାଇଛି।

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ତହସିଲ ତରଫରୁ ହଳଦା ପଞ୍ଚାୟତ ଅନ୍ତର୍ଗତ ନୂଆଗାଁ (ଲିପିଘୁଟୁ) ଗ୍ରାମରେ  ସରକାରୀ ଜମିରେ ପିଢ଼ି ପରେ ପିଢ଼ି ଘରଦ୍ଵାର କରି ବସବାସ କରୁଥିବା ଆଦିବାସୀମାନଙ୍କୁ ସରକାରୀ ଜମିରୁ ମାସକ ମଧ୍ୟରେ ଉଛେଦ ପାଇଁ ନୋଟିସ ପଠାଯାଇଛି।

Rairangpur
ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ତହସିଲ ତରଫରୁ ହଳଦା ପଞ୍ଚାୟତ ଅନ୍ତର୍ଗତ ନୂଆଗାଁ (ଲିପିଘୁଟୁ) ଗ୍ରାମରେ  ସରକାରୀ ଜମିରେ ପିଢ଼ି ପରେ ପିଢ଼ି ଘରଦ୍ଵାର କରି ବସବାସ କରୁଥିବା ଆଦିବାସୀମାନଙ୍କୁ ସରକାରୀ ଜମିରୁ ମାସକ ମଧ୍ୟରେ ଉଛେଦ ପାଇଁ ନୋଟିସ ପଠାଯାଇଛି। ଚିଠି ପାଇ ବସ୍ତି ବାସିନ୍ଦା ଭୟଭୀତ ହେବା ସହ ଦୁଃଖରେ ମଧ୍ୟ ଭାଙ୍ଗି ପଡ଼ିଛନ୍ତି।

ରାଇରଙ୍ଗପୁର କଲେଜର ଖେଳ ପଡ଼ିଆରୁ ନୂଆଗାଁ  ଗ୍ରାମବାସୀ ଏବଂ ଜିଲ୍ଲା ପେସା ଗ୍ରାମସଭା ସମନ୍ବୟ କମିଟି ତରଫରୁ ଏକ ବିଶାଳ ଶୋଭାଯାତ୍ରା ରାଇରଙ୍ଗପୁର ସହର ପରିକ୍ରମା କରି ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ରାଇରଙ୍ଗପୁର ତହସିଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନଙ୍କର ଦାବି ପିଢ଼ି ପରେ ପିଢ଼ି ରହି ଆସିଥିବାରୁ ଆମ୍ଭେ ଏବେ କେଉଁଠିକୁ ଯିବା।

ଏଠାରେ ତ ସରକାର ଆମ ପାଇଁ ପାନୀୟ ଜଳ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁଳି, ରାସ୍ତା ସବୁ କରି ଦେଇଛନ୍ତି। ପୁଣି ସରକାର ଆମ୍ଭମାନଙ୍କୁ କାହିଁକି ହଠାଇବା ପାଇଁ ଲିଖିତ ଆକାରରେ ନୋଟିସ ଦେଇଛନ୍ତି। ଏବେ ଆମ୍ଭେ ଗୋରୁ ଗାଈ, ଛେଳି, କୁକୁଡ଼ା, ମାଙ୍କଡ଼ା, ବୁଢ଼ା, ବୁଢି, ଛୁଆପିଲା ନେଇ କେଉଁଠାକୁ ଯିବୁ। ଆମ୍ଭେ ଏହି ସ୍ଥାନ ଛାଡି ଯିବୁ ନାହିଁ। ପ୍ରଥମେ ଆମ୍ଭକୁ ଥଇଥାନ କରାଯାଉ ତାପରେ ଉଛେଦ କରାଯାଉ। ପରେ ଡେପୁଟି କଲେକ୍ଟର ମନୋଜ ମହାନ୍ତଙ୍କୁ ଉପଜିଲ୍ଲାପାଳଙ୍କ ଉଦେଶ୍ୟରେ ଏହାକୁ ବିଚାରକୁ ନେଇ ନ୍ୟାୟ ଦେବା ପାଇଁ ଲିଖିତ ଦାବିପତ୍ର ପ୍ରଦାନ କରିଥିବାବେଳେ ତହସିଲଦାର ବିଶ୍ବନାଥ ବିଶ୍ବାଳଙ୍କୁ ମଧ୍ୟ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ।
ସରକାର ବିସ୍ଥାପନ ନୀତିକୁ ବିଚାରକୁ ନେଇ ନ୍ୟାୟ ଦେବା ପାଇଁ ଅନୁରୋଧ କରିଥିଲେ। ସରକାର ଯଦି ନ୍ୟାୟ ନ ଦିଅନ୍ତି ତାହାହେଲେ ଆଗାମୀ ଦିନରେ ଆନ୍ଦୋଳନ ତିବ୍ରତର କରାଯିବ ବୋଲି କହିଥିଲେ। ଏହି ବିକ୍ଷୋଭରେ ହଳଦା ସରପଞ୍ଚ ପ୍ରଭାସ ରଞ୍ଜନ ହାଁସଦା, ଜିଲ୍ଲା ପେସା ସଭାପତି ପାଣ୍ଡୁରାମ ହେମ୍ବ୍ରମ, ସଂପାଦକ ନୁନାରାମ ମୁର୍ମୁ ଯୁବ ସଭାପତି ଦୁଲାରାମ ମୁର୍ମୁଙ୍କ ସମେତ ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe