Car Theft Racket ଆନ୍ତଃରାଜ୍ୟ କାର୍‌ ଚୋରି ରାକେଟ୍‌ର ପର୍ଦାଫାସ, ମାଷ୍ଟରମାଇଣ୍ଡ ଦୁର୍ଦ୍ଦାନ୍ତ କାହ୍ନୁ ନାୟକ ଗିରଫ

Advertisment

ବଡ଼ ଧରଣର ଆନ୍ତଃରାଜ୍ୟ car theft racketର ପର୍ଦାଫାସ୍‌ କରିଛି ରାଉରକେଲା ପୁଲିସ। ଏହି ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ବିଶ୍ରା ରତାଖଣ୍ଡି ଅଞ୍ଚଳର କାହ୍ନୁ ନାୟକ ସହ ଜଲ୍‌ଦା ଏ’ ବ୍ଲକ୍‌ର ଅନୁପ ମୁଣ୍ଡା ଓ ବିଶ୍ରା ଚେକ୍‌ ଗେଟ୍‌ ଅଞ୍ଚଳର ମହମ୍ମଦ ଗୁଲଜାରକୁ ଗିରଫ କରାଯାଇଛି।

ବଡ଼ ଧରଣର ଆନ୍ତଃରାଜ୍ୟ car theft racketର ପର୍ଦାଫାସ୍‌ କରିଛି ରାଉରକେଲା ପୁଲିସ। ଏହି ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ବିଶ୍ରା ରତାଖଣ୍ଡି ଅଞ୍ଚଳର କାହ୍ନୁ ନାୟକ ସହ ଜଲ୍‌ଦା ଏ’ ବ୍ଲକ୍‌ର ଅନୁପ ମୁଣ୍ଡା ଓ ବିଶ୍ରା ଚେକ୍‌ ଗେଟ୍‌ ଅଞ୍ଚଳର ମହମ୍ମଦ ଗୁଲଜାରକୁ ଗିରଫ କରାଯାଇଛି।

Un

mastermind of car theft racket kanhu nayak arrested Photograph: (SAMBAD.IN)

ରାଉରକେଲା: ରାଉରକେଲା ପୁଲିସ ବର୍ଷ ଆରମ୍ଭରୁ ଏକ ବଡ଼ ଧରଣର ଆନ୍ତଃରାଜ୍ୟ କାର୍‌ ଚୋରି ରାକେଟ୍‌ର ପର୍ଦାଫାସ୍‌ କରିଛି। ଏହି ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ବିଶ୍ରା ରତାଖଣ୍ଡି ଅଞ୍ଚଳର କାହ୍ନୁ ନାୟକ ସହ ଜଲ୍‌ଦା ଏ’ ବ୍ଲକ୍‌ର ଅନୁପ ମୁଣ୍ଡା ଓ ବିଶ୍ରା ଚେକ୍‌ ଗେଟ୍‌ ଅଞ୍ଚଳର ମହମ୍ମଦ ଗୁଲଜାରକୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ୭ଟି ବଲେରୋ କାର୍‌ ସହ ୪ଟି ବାଇକ୍‌, ୩ଟି ମୋବାଇଲ୍‌ ଓ ୨ଟି ମାଷ୍ଟର ଚାବି ଜବତ କରାଯାଇଛି। ସମସ୍ତଙ୍କୁ ଗୁରୁବାର କୋର୍ଟଚାଲାଣ କରାଯାଇଛି। ଏନେଇ ରାଉରକେଲା ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ପ୍ରେସ୍‌ମିଟରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାୟ ଓ ରାଉରକେଲା ଏସ୍‌ପି ନୀତେଶ ୱାଧୱାନୀ ସୂଚନା ଦେଇଛନ୍ତି।

ଅଭ୍ୟାସଗତ ଅପରାଧୀ କାହ୍ନୁ ନାୟକ 

ପୁଲିସ ସୂଚନାନୁଯାୟୀ, କାହ୍ନୁ ନାୟକ ଏକ ଅଭ୍ୟାସଗତ ଅପରାଧୀ। ସେ ବୋଲେରୋ ଲକ୍‌ ଖୋଲିବାରେ ବେଶ ଧୁରନ୍ଧର। ସେ ନିୟମିତ ବ୍ୟବଧାନରେ ବିଭିନ୍ନ ଅପରାଧରେ ଜେଲ୍‌ ଯାଉଥିଲା। ୨୦୨୫ ମସିହାରେ ଜୁନ୍‌ ମାସ‌ରେ ଜେଲ୍‌ରେ ଅନୁପ ମୁଣ୍ଡା ସହ ତାର ଦେଖା ହୋଇଥିଲା। ପରେ ଉଭୟ ମିଶି ରାଉରକେଲାରେ ଗାଡ଼ି ଚୋରି କରିବା ‌ଯୋଜନା କରିଥିଲେ। ଜୁନ୍‌ ଶେଷରେ ଜାମିନରେ ବାହାରିବା ପରେ ବିଶ୍ରା ଅଞ୍ଚଳର ଏକ ଗ୍ୟାରେଜ୍‌ରେ କାମ କରୁଥିବା ମହମ୍ମଦ ଗୁଲଜାରକୁ ସାଙ୍ଗ କରିଥିଲେ। ପରେ ୩ ଜଣ ସାଙ୍ଗ ହୋଇ ରାଉରକେଲାରେ ଆତଙ୍କ ଖେଳାଇଥିଲେ। ଜୁଲାଇରୁ ଚଳିତ ଜାନୁଆରି ମଧ୍ୟରେ ସେମାନେ ରଘୁନାଥପାଲି, ଟାଙ୍ଗରପାଲି, ବ୍ରାହ୍ମଣୀତରଙ୍ଗ, ଗୁରୁଣ୍ଡିଆ ଓ ବନ୍ଧମୁଣ୍ଡା ଅଞ୍ଚଳରେ ଚୋରି ଆରମ୍ଭ କରିଥିଲେ। ଗାଡ଼ି ଚୋରି କରିବାକୁ ୨ଟି ମାଷ୍ଟର ଚାବି ପ୍ରସ୍ତୁତ କରିଥିଲା ମାଷ୍ଟରମାଇଣ୍ଡ କାହ୍ନୁ ନାୟକ। ସେ ବୋଲେରୋ ଚୋରି କରୁଥିବାବେଳେ ଅନ୍ୟ ୨ ସହଯୋଗୀ ବାଇକ୍‌ ଉଠାଉଥିଲେ। ମାର୍କେଟ୍‌ରେ ବୋଲେରୋ କାରର ଚାହିଦା ଅଧିକ ରହିଥିବାରୁ ଏହି ଗାଡ଼ିକୁ ହିଁ ସେମାନେ ଟାର୍ଗେଟ୍‌ କରୁଥିଲେ। ଏହି ଗାଡ଼ିଗୁଡ଼ିକ ମଧ୍ୟରୁ ୨ଟି କାର୍‌ ପଡ଼ୋଶୀ ଝାଡ଼ଖଣ୍ଡରେ ମାତ୍ର ୬୦ ହଜାର ଟଙ୍କାରେ ବିକ୍ରି କରିଥିବାବେଳେ ଅନ୍ୟଗାଡ଼ିକୁ ରାଉରକେଲାର ବିଭିନ୍ନ ସ୍ଥାନରେ ବିକ୍ରି କରିଥିଲେ।

Accident 2 Young Men Death ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦୁଇ ସ୍କୁଟି ଆରୋହୀଙ୍କ ଜୀବନ

 ତେବେ ଗତ ବୁଧବାର ରଘୁନାଥପାଲି ଅଞ୍ଚଳରୁ ଚୋରି ଏହି ଗ୍ୟାଙ୍ଗର କାଳ ପୁରା କରିଥିଲା। ପୁଲିସ ତନାଘନା କରି ଦୁର୍ଦ୍ଦାନ୍ତ ଅପରାଧୀ କାହ୍ନକୁ ଗିରଫ କରିଥିଲା। ପଚରାଉଚରା କରିବାରୁ ସେ ତାର ୨ ଜଣ ସହଯୋଗୀଙ୍କ ବିଷୟରେ କହିଥିଲା। ପୁଲିସ ୩ ଜଣଙ୍କୁ ଜେରା କରିବାକୁ ଘଟଣାର ପର୍ଦାଫାସ ହୋଇଛି। ଏହି ଚୋରି ରାକେଟ୍‌ରେ ଆଉ କିଏ କିଏ ତାଙ୍କ ସହଯୋଗୀ ଥିଲେ, ଏହି ରାକେଟ୍‌ର ଚେର କେତେଦୂର ଲମ୍ବିଛି ସେସବୁ ଦିଗକୁ ନେଇ ପୁଲିସ ତନାଘନା ଜାରି ରଖିଛି।

ଆହୁରି ପଢ଼ନ୍ତୁ: Census 2027 Update: ଜନଗଣନା,ମୋବାଇଲ୍ ଆପ୍‌ରେ ନିଜର ଗଣନା କରିପାରିବେ ନିଜେ

ଉଲ୍ଲେଖ‌ଯୋଗ୍ୟ, କାହ୍ନୁ ନାଁରେ ସହରର ଏକାଧିକ ଥାନାରେ ୪୭ଟି ମାମଲା ରହିଥିବାବେଳେ ଅନୁପ ନାଁରେ ୧୦ଟି ଓ ଗୁଲଜାର ନାଁରେ ୮ଟି ମାମଲା ରହିଛି। ଅନୁପ ଓ ଗୁଲଜାର ବିଶ୍ରା ଥାନା ଅଞ୍ଚଳରେ ଅକ୍ଟୋବର ମାସରେ ଏକ ବଡ଼ ଧରଣର ଚୋରି ମାମଲାରେ ମଧ୍ୟ ସମ୍ପୃକ୍ତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe