Matric Exam: ମାଟ୍ରିକ୍ ପରୀକ୍ଷା ଦେଲେ ସାଢ଼େ ୫ ଲକ୍ଷ ଛାତ୍ରଛାତ୍ରୀ

Advertisment

ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ବାର୍ଷିକ Exam (ମାଟ୍ରିକ) ଆଜି ଠାରୁ ଆରମ୍ଭ ହୋଇଛି। ବାର୍ଷିକ ପରୀକ୍ଷା-୨୦୨୬ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ।

ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ବାର୍ଷିକ Exam (ମାଟ୍ରିକ) ଆଜି ଠାରୁ ଆରମ୍ଭ ହୋଇଛି। ବାର୍ଷିକ ପରୀକ୍ଷା-୨୦୨୬ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ।

Untitled

Matric Exam Begins in odisha Photograph: (sambad.in)

ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା (ମାଟ୍ରିକ) ଆଜି ଠାରୁ ଆରମ୍ଭ ହୋଇଛି। ବାର୍ଷିକ ପରୀକ୍ଷା-୨୦୨୬ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହା ସକାଳ ୯ ଟାରୁ ଆରମ୍ଭ ହୋଇ ସାଢେ ୧୧ ପର୍ଯ୍ୟନ୍ତ ଚାଲିବ। ରାଜ୍ୟର ୩ ହଜାର ୮୨ଟି କେନ୍ଦ୍ରରେ ୫ ଲକ୍ଷ ୬୧ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି।

ପରୀକ୍ଷା କେନ୍ଦ୍ରରେ ଏଆଇ ଯୁକ୍ତ ସିସିଟିଭି କ୍ୟାମେରା 

 ପ୍ରଥମ ଦିନରେ ପ୍ରଥମ ଭାଷା ପରୀକ୍ଷା ହେଉଛି। ସକାଳ ୮ଟା ୩୦ ପୂର୍ବରୁ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରରେ ପହଂଚିଥିଲେ। ​ସମସ୍ତ ପରୀକ୍ଷା କେନ୍ଦ୍ରରେ ଏଆଇ ଯୁକ୍ତ ସିସିଟିଭି କ୍ୟାମେରା ଲଗାଯାଇଛି। କପି ରୋକିବା ପାଇଁ ବୋର୍ଡ ପକ୍ଷରୁ ୩୭ ଟି ସ୍କ୍ୱାଡ ଓ ଜିଲ୍ଲା ସ୍ତରରେ ୭୨ଟି ସ୍କ୍ୱାଡ ହୋଇଛି। ଫ୍ଲାଇଂ ସ୍କ୍ୱାଡ୍, ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍ ଗଠନ କରାଯାଇଛି।

Andhramuhan 8 Panchayat: ଆନ୍ଧ୍ରମୁହାଁ ୮ ପଞ୍ଚାୟତବାସୀ

ପରୀକ୍ଷା ଦିନ ସକାଳୁ ସ୍ବତନ୍ତ୍ର ଟିମ୍ ଦ୍ବାରା ନୋଡାଲ୍‌ ସେଣ୍ଟରରୁ ପ୍ରଶ୍ନପତ୍ର ପରୀକ୍ଷାକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇଙ୍କ କହିବା ଅନୁସାରେ, ହାଇସ୍କୁଲ ସାର୍ଟିଫିକେଟ୍(ମାଟ୍ରିକ), ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ସୁପରିଚାଳନାକୁ ନେଇ ଗଲା ୭ତାରିଖ ଦିନ ମୁଖ୍ୟ ଶାସନସଚିବଙ୍କ ନେତୃତ୍ବରେ ସମସ୍ତ ଜିଲ୍ଲାପାଳ, ଏସ୍‌ପି, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ବୋର୍ଡ କର୍ତ୍ତୃପକ୍ଷଙ୍କୁ ନେଇ ଉଚ୍ଚସ୍ତରୀୟ ‌ବୈଠକ ଅନୁ‌ଷ୍ଠିତ ହୋଇଥିଲା। ଚଳିତ ବର୍ଷ ମାଟ୍ରିକ୍, ମଧ୍ୟମା ଓ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷା ପାଇଁ ମୋଟ ୫ଲକ୍ଷ ୬୧ହଜାର ୯୭୯ ଜଣ ଛାତ୍ରଛାତ୍ରୀ ଫର୍ମପୂରଣ କରିଥିବା ବେଳେ ପରୀକ୍ଷା ପାଇଁ ୩୦୮୨ଟି ପରୀକ୍ଷାକେନ୍ଦ୍ର ଓ ପ୍ରଶ୍ନପତ୍ର ସୁରକ୍ଷିତ ରଖିବା ପାଇଁ ୩୨୨ଟି ନୋଡାଲ୍‌ ‌ସେଣ୍ଟର କରାଯାଇଛି। ବୋର୍ଡ ଷ୍ଟ୍ରଙ୍ଗରୁମ୍‌ରୁ ପରୀକ୍ଷା ପ୍ରଶ୍ନପତ୍ର ନୋଡାଲ୍‌ ସେଣ୍ଟରକୁ ପଠାଯିବ। ଏଥି ପାଇଁ କଡ଼ାସୁରକ୍ଷା ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe