ମୟୂରଭଂଜରୁ ମଲ୍ଲିକା ଓ ଆମ୍ରପଲ୍ଲୀ ଆମ୍ବ ଗଲା ଦିଲ୍ଲୀ

Advertisment

ଏଣିକି ପଲ୍ଲୀର ଆମ୍ବର ସ୍ୱାଦ ଚାଖିବେ ଦିଲ୍ଲୀବାସୀ। ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁରରୁ ଦେଶର ରାଜଧାନୀ ଦିଲ୍ଲୀକୁ ୨୦ କୁଇଣ୍ଟାଲ ମଲ୍ଲୀକା ଓ ଆମ୍ରପଲ୍ଲୀ ଆମ୍ବ ଯାଇଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ଚାଷୀର ବିକାଶ ଏବଂ ଚାଷୀ କିଭଳି ଉଚିତ ଦାମ ପାଇବେ। ସେଥିପାଇଁ ପାଇଁ ପଦକ୍ଷେପ ନିଆଯାଇଛି।

ଏଣିକି ପଲ୍ଲୀର ଆମ୍ବର ସ୍ୱାଦ ଚାଖିବେ ଦିଲ୍ଲୀବାସୀ। ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁରରୁ ଦେଶର ରାଜଧାନୀ ଦିଲ୍ଲୀକୁ ୨୦ କୁଇଣ୍ଟାଲ ମଲ୍ଲୀକା ଓ ଆମ୍ରପଲ୍ଲୀ ଆମ୍ବ ଯାଇଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ଚାଷୀର ବିକାଶ ଏବଂ ଚାଷୀ କିଭଳି ଉଚିତ ଦାମ ପାଇବେ। ସେଥିପାଇଁ ପାଇଁ ପଦକ୍ଷେପ ନିଆଯାଇଛି।

ରାଇରଙ୍ଗପୁର: ଏଣିକି ପଲ୍ଲୀର ଆମ୍ବର ସ୍ୱାଦ ଚାଖିବେ ଦିଲ୍ଲୀବାସୀ। ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁରରୁ ଦେଶର ରାଜଧାନୀ ଦିଲ୍ଲୀକୁ ୨୦ କୁଇଣ୍ଟାଲ ମଲ୍ଲିକା ଓ ଆମ୍ରପଲ୍ଲୀ ଆମ୍ବ ଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ପ୍ରମୋଶନ ଏକ୍ସପୋର୍ଟ ଲୋହିତ କୁମାର ମହାନ୍ତ ମାର୍ଟ ଗ୍ଲୋବାଲ-ଓଏପିକ୍ରାଙ୍କ ଦ୍ୱାରା ଚକାନୟନ ଫାର୍ମର ପ୍ରଡ଼ିଉସର କମ୍ପାନି, ରାଇରଙ୍ଗପୁର ଫାର୍ମର ପ୍ରଡ଼ିଉସର କମ୍ପାନିର ନିର୍ଦ୍ଦେଶକ ଡମ୍ବରୁଧର ମହାନ୍ତଙ୍କ ମିଳିତ ସହଯୋଗରେ ଦିଲ୍ଲୀକୁ ଗଲା ୨୦ କୁଇଣ୍ଟାଲ ଆମ୍ବ।

ତେବେ ଏହାର ମୁଖ୍ୟ ଉଦ୍ଦେଶ୍ୟ ଚାଷୀର ବିକାଶ ଏବଂ ଚାଷୀ କିଭଳି ଉଚିତ ଦାମ ପାଇବେ। ସେଥିପାଇଁ ପାଇଁ ପଦକ୍ଷେପ ନିଆଯାଇଛି। ରାଇରଙ୍ଗପୁର ଅଞ୍ଚଳରୁ ଉତ୍ପାଦିତ ୨୦ କ୍ଵିଣ୍ଟାଲ ଆମ୍ବକୁ ଟ୍ରେନ ଯୋଗେ ରାଜଧାନୀ ଦିଲ୍ଲୀସ୍ଥିତ ମଦର ଡାୟରି ଫାର୍ମକୁ ରପ୍ତାନି କରାଯାଇଛି।

publive-image

ସ୍ଥାନୀୟ ଲୋକଙ୍କ ସହାୟତାରେ ଚାଷୀଙ୍କଠାରୁ ଆମ୍ବ ସଂଗ୍ରହ କରାଯାଇ ଟାଟା ନଗର ରେଳ ଷ୍ଟେସନରୁ ଟ୍ରେନ ଯୋଗେ ସିଧାସଳଖ ଦିଲ୍ଲୀକୁ ପଠାଯାଇଛି। କୃଷକ ଉତ୍ପାଦକ କମ୍ପାନି ଗୁଡ଼ିକୁ ସଶସ୍ତୀକରଣ ଓ ବଜାର ସଂଯୋଗୀକରଣ ଯୋଗୁଁ ଅଞ୍ଚଳର ଚାଷୀ ଅଭାବୀ ବିକ୍ରିର ଶିକାର ନ ହୋଇ ଉଚିତ ମୂଲ୍ୟ ପାଇ ପାରିବେ ବୋଲି ସଂପୃକ୍ତ ବିଭାଗ ପକ୍ଷରୁ କହାଯାଇଛି। ଏହା ପ୍ରଥମ ଥର ଯାଇଛି, ଆଗାମୀ ଦିନରେ ଅଧିକ ଆମ୍ବ ରପ୍ତାନି କରାଯିବ ବୋଲି ପ୍ରକାଶ କରିଛନ୍ତି।

mengo

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe