ସାଂସଦ ନବଚରଣ ମାଝୀ କ୍ଷୟକ୍ଷତି ଘଟିଥିବା ଅଞ୍ଚଳ ପରିଦର୍ଶନ କଲେ

Advertisment

ମୟୂରଭଂଜ ଜିଲ୍ଲା ବିଶୋଇ ବ୍ଲକ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବରେ କ୍ଷୟକ୍ଷତି ଘଟିଥିବା ଖଡମବେଡା ଓ ଯୋଡ଼ିଆ ପଞ୍ଚାୟତ ଅଞ୍ଚଳକୁ ମୟୂରଭଞ୍ଜ ଲୋକସଭା ସାଂସଦ ନବଚରଣ ମାଝୀ ପରିଦର୍ଶନରେ କରିଥିଲେ।

ମୟୂରଭଂଜ ଜିଲ୍ଲା ବିଶୋଇ ବ୍ଲକ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବରେ କ୍ଷୟକ୍ଷତି ଘଟିଥିବା ଖଡମବେଡା ଓ ଯୋଡ଼ିଆ ପଞ୍ଚାୟତ ଅଞ୍ଚଳକୁ ମୟୂରଭଞ୍ଜ ଲୋକସଭା ସାଂସଦ ନବଚରଣ ମାଝୀ ପରିଦର୍ଶନରେ କରିଥିଲେ।

MP Naba Majhi

MP Naba Majhi Photograph: (sambad.in)

ରାଇରଙ୍ଗପୁର/ବିଶୋଇ: ମୟୂରଭଂଜ ଜିଲ୍ଲା ବିଶୋଇ ବ୍ଲକ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବରେ କ୍ଷୟକ୍ଷତି ଘଟିଥିବା ଖଡମବେଡା ଓ ଯୋଡ଼ିଆ ପଞ୍ଚାୟତ ଅଞ୍ଚଳକୁ ମୟୂରଭଞ୍ଜ ଲୋକସଭା ସାଂସଦ ନବଚରଣ ମାଝୀ ପରିଦର୍ଶନରେ କରିଥିଲେ। ଲୋକଙ୍କ ଅସୁବିଧା ସମ୍ପର୍କରେ ଅବଗତ ହୋଇ କିପରି ବିପନ୍ନ ଜନସାଧାରଣ ସରକାରୀ ସୁବିଧା ପାଇପାରିବେ ସେ ସମ୍ପର୍କରେ ଆଲୋଚନା କରିଥିଲେ।

ତାଙ୍କ ସହିତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୀବ ମହାନ୍ତି, ଜିଲା ସଭାପତି ଜୁରିଲାଲ ମହାନ୍ତ, ଯୁବ ମୋର୍ଚ୍ଚା ସଭାପତି ଆଲୋକ ରଞ୍ଜନ ମହାନ୍ତ, ଖଡମବେଡା ସରପଞ୍ଚ ସୋମବାରୀ ସିଂ, ସମିତି ସଭ୍ୟା ବାସନ୍ତୀ ହାଁସଦା, ମଣ୍ଡଳ ସଭାପତି ବନମାଳୀ ଗିରି, ଆନନ୍ଦ କୁମାର ରାମ, ମହେନ୍ଦ୍ର ମାଣ୍ଡି, ଚୈତନ୍ୟ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।ଉଭୟ ପଞ୍ଚାୟତର ପାଖାପାଖୂ ୨୦ରୁ ଅଧୂକ ଗ୍ରାମ ପ୍ରଭାବିତ ହୋଇଥିବା ବେଳେ ଭାରତୀୟ ଜନତା ପାର୍ଟି ପକ୍ଷରୁ ପକ୍ଷରୁ କମୂଳ ଓ ଶୁଖିଲା ଖାଦ୍ୟ ପ୍ରଭୃତି ବଣ୍ଟନ କରାଯାଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe