୧୪ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଏମ୍‌ସିଏଲ୍‌ ଅଧିକାରୀ ଅଖିଳେଶ ବର୍ମା

୨୦ ହଜାର ଟଙ୍କା ଲାଞ୍ଚ ନେବା ମାମଲାରେ ଗିରଫ ମହାନଦୀ କୋଲ ଫିଲ୍ଡ ଲିମିଟେଡ୍‌ (ଏମସିଏଲ୍‌)ର ସୁନ୍ଦରଗଡ଼ ଜିଲ୍ଲା ବସୁନ୍ଧରା କ୍ଷେତ୍ର ମୁଖ୍ୟ ପ୍ରବନ୍ଧକ (ଖଣି) ଅଖିଳେଶ ବର୍ମାଙ୍କୁ ସିବିଆଇ ଜେଲ୍‌ ପଠାଇଦେଇଛି।

Akhilesh Verma1

ଭୁବନେଶ୍ବର/ସୁନ୍ଦରଗଡ଼: ୨୦ ହଜାର ଟଙ୍କା ଲାଞ୍ଚ ନେବା ମାମଲାରେ ଗିରଫ ମହାନଦୀ କୋଲ ଫିଲ୍ଡ ଲିମିଟେଡ୍‌ (ଏମସିଏଲ୍‌)ର ସୁନ୍ଦରଗଡ଼ ଜିଲ୍ଲା ବସୁନ୍ଧରା କ୍ଷେତ୍ର ମୁଖ୍ୟ ପ୍ରବନ୍ଧକ (ଖଣି) ଅଖିଳେଶ ବର୍ମାଙ୍କୁ ସିବିଆଇ ଜେଲ୍‌ ପଠାଇଦେଇଛି। ସେ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ରହିବେ। ଅଖିଳେଶଙ୍କ ଓକିଲ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ‌ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଆସନ୍ତା ୧୯ତାରିଖରେ ହେବ। 

ସୂଚନାଯୋଗ୍ୟ, ଅଖିଳେଶ ବର୍ମା ଗତକାଲି ୨୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ସିବିଆଇ ଟିମ୍ ହାତରେ ଧରାପଡ଼ିଥିଲେ। ଏମସିଏଲ ଚିପ୍ ମ୍ୟାନେଜର ତଥା ଝୁପୁରଙ୍ଗା-ତୁମୁଲିଆ ପ୍ରୋଜେକ୍ଟର ଡିସଭର୍ସମେଣ୍ଟ ସେଲର ମୁଖ୍ୟ ଅଖିଲେଶ କୁମାର ବର୍ମାଙ୍କୁ ନଗଦ ଟଙ୍କା ସହ ସିବିଆଇର ଟିମ୍ ଧରିଥିଲା।

ଝୁପୁରଙ୍ଗାର ଜଣେ ବିସ୍ଥାପିତଙ୍କ ଠାରୁ ଘର ବାବଦର ଟଙ୍କା ରିଲିଜ୍ କରିବା ପାଇଁ ଅଖିଲେଶ  ୩୦ ହଜାର ଟଙ୍କା ମାଗିଥିଲେ।  ୧୦ ହଜାର ଟଙ୍କା ପୂର୍ବରୁ ନେଇସାରିଥିବା ବେଳେ ଗତକାଲି ବିଳମ୍ୱିତ ରାତିରେ  ୨୦ ହଜାର ଟଙ୍କା ନେଉଥିଲେ। ଟଙ୍କା ନେଲା ବେଳକୁ ଛକି ବସିଥିବା ସିବିଆଇ ତାଙ୍କୁ ମାଡ଼ି ବସିଥିଲା। ତାଙ୍କୁ ଗିରଫ କରିବା ସହ ତାଙ୍କ ଅଫିସ ଓ ଏମସିଏଲ କ୍ବାଟରରେ ଚଢ଼ଉ କରିଛି। 

ଟଙ୍କା ନେଲା ବେଳକୁ ଛକି ବସିଥିବା ସିବିଆଇ ତାଙ୍କୁ ମାଡ଼ି ବସିଥିଲା। ତାଙ୍କୁ ଗିରଫ କରିବା ସହ ତାଙ୍କ ଅଫିସ ଓ ଏମସିଏଲ କ୍ବାଟରରେ ଚଢ଼ଉ କରି ରାତାରାତି ଭୁବନେଶ୍ୱର ନେଇଥିଲା। 

ସିବିଆଇ ପକ୍ଷରୁ କୁହାଯାଇଛି ଯେ, ଏମ୍‌ସିଏଲ୍‌ର ସୁନ୍ଦରଗଡ଼ ଜିଲ୍ଲା ବସୁନ୍ଧରା ଏରିଆ ମୁଖ୍ୟ ପ୍ରବନ୍ଧକ (ଖଣି) ଅଖିଳେଶ ବର୍ମା ୨୦ ହଜାର ଟଙ୍କା ଲାଞ୍ଚ ମାଗିବା ଏବଂ ଏହାକୁ ନେଉଥିବା ବେଳେ ଗତକାଲି ଧରାପଡ଼ିଛନ୍ତି। ସେ ଜଣେ ବିସ୍ଥାପିତଙ୍କ ୧୧,୩୭,୫୯୫ ଟଙ୍କା ରିଲିଜ କରିବା ପାଇଁ ଏହି ଟଙ୍କା ନେଉଥିଲେ। ଚଢ଼ଉ ବେଳେ ଏହି ଲାଞ୍ଚ ଟଙ୍କା ଜବତ ହୋଇଛି। ଅଭିଯୁକ୍ତଙ୍କୁ ସିବିଆଇ କୋର୍ଟକୁ ଚାଲାଣ କରାଯାଇଛି। ସିବିଆଇ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।  

MCL

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe