ବର୍ଡର ସିକ୍ୟୁରିଟି ଫୋର୍ସ ହେଡ କନେଷ୍ଟବଳଙ୍କୁ ଉତ୍କୃଷ୍ଟ ସେବା ପଦକ ପ୍ରଦାନ

Advertisment

କୋଲକାତା ଠାରେ କାର୍ଯ୍ୟରତ ବର୍ଡର ସିକ୍ୟୁରିଟି ଫୋର୍ସ( ବି ଏସ ଏଫ) ହେଡ କନେଷ୍ଟବଳ ଦ୍ରୁପଦ ମହାନ୍ତଙ୍କୁ ଗୃହ ମନ୍ତ୍ରଣାଳୟ ଦ୍ୱାରା ଉତ୍କୃଷ୍ଟ ସେବା ପଦକ ପ୍ରଦାନ କରାଯାଇଛି।

କୋଲକାତା ଠାରେ କାର୍ଯ୍ୟରତ ବର୍ଡର ସିକ୍ୟୁରିଟି ଫୋର୍ସ( ବି ଏସ ଏଫ) ହେଡ କନେଷ୍ଟବଳ ଦ୍ରୁପଦ ମହାନ୍ତଙ୍କୁ ଗୃହ ମନ୍ତ୍ରଣାଳୟ ଦ୍ୱାରା ଉତ୍କୃଷ୍ଟ ସେବା ପଦକ ପ୍ରଦାନ କରାଯାଇଛି।

ko

ରାଇରଙ୍ଗପୁର: କୋଲକାତା ଠାରେ କାର୍ଯ୍ୟରତ ବର୍ଡର ସିକ୍ୟୁରିଟି ଫୋର୍ସ( ବି ଏସ ଏଫ) ହେଡ କନେଷ୍ଟବଳ ଦ୍ରୁପଦ ମହାନ୍ତଙ୍କୁ ଗୃହ ମନ୍ତ୍ରଣାଳୟ ଦ୍ୱାରା ଉତ୍କୃଷ୍ଟ ସେବା ପଦକ ପ୍ରଦାନ କରାଯାଇଛି।

ଦ୍ରୁପଦ ମହାନ୍ତଙ୍କୁ ଉତ୍କୃଷ୍ଟ ସେବା ପଦକ ହାସଲ କରିଥିବା ନେଇ ଗ୍ରାମରେ ଖଵର ପହଞ୍ଚିବା ପରେ ପରିବାର, ବନ୍ଧୁବାନ୍ଧବ, ସମ୍ପର୍କୀୟ ତଥା ଗ୍ରାମ ଓ ଅଞ୍ଚଳବାସୀ ମଧ୍ୟରେ ଆନନ୍ଦ ଖେଳି ଯାଇଛି।

ସୂଚନାଯୋଗ୍ୟ, ମୟୂରଭଞ୍ଜ ଜିଲ୍ଲାର ବାମନଘାଟି ଉପଖଣ୍ଡ ରାଇରଙ୍ଗପୁର ବ୍ଳକ ସାନପାଖଣା ଗ୍ରାମପଞ୍ଚାୟତ ନିରଞ୍ଜନ ଗ୍ରାମର ପିତା ଉମାକାନ୍ତ ମହାନ୍ତ ମାତା ଜୟନ୍ତୀ ମହାନ୍ତଙ୍କ ଜ୍ୟେଷ୍ଠ ପୁତ୍ର ସୁଶାନ୍ତ କୁମାର ମହାନ୍ତ କଲିକତାସ୍ଥିତ ବର୍ଡର ସିକ୍ୟୁରିଟି ଫୋର୍ସରେ ହେଡ କନେଷ୍ଟବଳ ନମ୍ବର ୯୭୧୨୭୦୬୯୩ ଭାବେ କାର୍ଯ୍ୟରତ। ଗତ ୨୦୧୭ ମସିହା ଅପ୍ରେଲ ୧ ରୁ ୨୦୨୨ ମସିହା ମେ ୩୧ ତାରିଖ ଯାଏ କନେଷ୍ଟବଳ ଥିବା ବେଳେ ସିବିଆଇ ସ୍ପେଶାଲ ୟୁନିଟକୁ ଡେପୁଟେସନରେ ଅବସ୍ଥାପିତ ହୋଇଥିଲେ।ସେହି ସମୟରେ ସିବିଆଇ ୟୁନିଟରେ ରହି ଭଲ କାମ କରିଥିବାରୁ ଚଳିତ ମାସରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଉତ୍କୃଷ୍ଟ ସେବା ପଦକ ପ୍ରଦାନ କରାଯାଇଛି।ବର୍ତ୍ତମାନ ଉକ୍ତ ବିଏସଏଫ ରେଜିମେଣ୍ଟ କଲିକତାରେ ହେଡ କନେଷ୍ଟବଳ ଭାବେ କାର୍ଯ୍ୟରତ ଅଛନ୍ତି।

ତାଙ୍କ ସାନ ଭାଇ ସୁଶାନ୍ତ କୁମାର ମହାନ୍ତ ଚମ୍ପୁଆ ଥାନାରେ ଓଡ଼ିଶା ପୁଲିସ ବିଭାଗରେ ଏଏସଆଇ ଭାବେ କାର୍ଯ୍ୟରତ ଥିବା ବେଳେ ଟ୍ରେନିଂ ସମୟରେ ରାଜ୍ୟର ଶ୍ରେଷ୍ଠ ଏଏସଆଇ ଟ୍ରେନର ଭାବେ ପୁଲିସ ବିଭାଗ ତରଫରୁ କପ୍ ପାଇ ପୁରସ୍କୃତ ହୋଇଥିଲେ। ସେହିପରି ଦ୍ରୁପଦ ମହାନ୍ତଙ୍କ ବଡ଼ ଝିଅ ୨୦୨୨ କେନ୍ଦ୍ରୀୟ ବିଦ୍ୟାଳୟ ମାଟ୍ରିକ ପରୀକ୍ଷାରେ ପଶ୍ଚିମବଙ୍ଗ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ମାନିତ ହୋଇଥିଲେ।

ଦ୍ରୁପଦ ମହାନ୍ତଙ୍କୁ ଉତ୍କୃଷ୍ଟ ସେବା ପଦକ ହାସଲ କରିଥିବା ନେଇ ଗ୍ରାମରେ ଖଵର ପହଞ୍ଚିବା ପରେ ପରିବାର, ବନ୍ଧୁବାନ୍ଧବ, ସମ୍ପର୍କୀୟ ତଥା ଗ୍ରାମ ଓ ଅଞ୍ଚଳବାସୀ ମଧ୍ୟରେ ଆନନ୍ଦ ଖେଳି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe