ମେଡିକାଲ କଲେଜ ଓ ହସ୍ପିଟାଲର ବିକାଶ-ଉନ୍ନୟନ ସଂପର୍କିତ ସମୀକ୍ଷା

Advertisment

ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲର ଅଭାବ, ଅସୁବିଧା, ଅନୁସଙ୍ଗିକ ଭିତ୍ତିଭୂମି ବିକାଶ ଓଉନ୍ନୟନ କାମକୁ ନେଇ ଜିଲ୍ଲାପାଳ ଭି.ର୍କର୍ତ୍ତି ୱାସନ ସମୀକ୍ଷା କରିଥିଲେ।

ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲର ଅଭାବ, ଅସୁବିଧା, ଅନୁସଙ୍ଗିକ ଭିତ୍ତିଭୂମି ବିକାଶ ଓଉନ୍ନୟନ କାମକୁ ନେଇ ଜିଲ୍ଲାପାଳ ଭି.ର୍କର୍ତ୍ତି ୱାସନ ସମୀକ୍ଷା କରିଥିଲେ।

medical college meeting

medical college meeting Photograph: (Sambad )

କୋରାପୁଟ: ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲର ଅଭାବ, ଅସୁବିଧା, ଅନୁସଙ୍ଗିକ ଭିତ୍ତିଭୂମି ବିକାଶ ଓଉନ୍ନୟନ କାମକୁ ନେଇ ଜିଲ୍ଲାପାଳ ଭି.ର୍କର୍ତ୍ତି ୱାସନ ସମୀକ୍ଷା କରିଥିଲେ। ସିଡିଏମଓ ଡ.ବରଦାକାନ୍ତ ମିଶ୍ର, ମେଡିକାଲ କଲେଜର ଅଧିକ୍ଷକ ତଥା ଡିନ୍ ଡ.ସୁଶାନ୍ତ କୁମାର ସାହୁ, ପୂର୍ତ୍ତବିଭାଗର ନିର୍ବାହୀ ଯନ୍ତ୍ରୀ, ଟାଟାପାୱାରର ନିର୍ବାହୀ ଯନ୍ତ୍ରୀ ଭଗବାନ ପ୍ରଧାନ, ଡିପିଏମ୍ ଶୁଭକାନ୍ତ ଗନ୍ତାୟତ, ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ସୟଦ ସବିର ସାହା, ଜିଇଡିର ଏସଡିଓ, ପୂର୍ତ୍ତବିଭାଗର ନିର୍ବାହୀ ଯନ୍ତ୍ରୀ, ମେଡିକାଲ କଲେଜ ଓ ହସ୍ପିଟାଲର ବିଭିନ୍ନ ବିଭାଗର ମୁଖ୍ୟ ଡାକ୍ତର ଓ ମୁଖ୍ୟ ନର୍ସମାନେ ଯୋଗ ଦେଇଥିଲେ।

ଏଥିରେ ହସ୍ପିଟାଲକୁ ରଂଗ ଦେବା, କବାଟ ଓଝରକା ବଦଳାଇବା, ବିଭିନ୍ନ ବିଭାଗର ଛାତରେ ପାଣି ଜମା ହେବା, ଗଳିବା, ବାଥରୁମ ବ୍ଲକେଜ ହେବା, ବାଥରୁମର ପୁନଃରୁଦ୍ଧାର ଓମରାମତି, ଅତିରିକ୍ତ ପାଣି ଜମା ସମ୍ପ, ଲିଫଟ୍ ମ୍ୟାସିନର ମରାମତି , ଅମୃତ ପାର୍ମସୀ ପାଇଁ ୧୫ଶହ ବର୍ଗଫୁଟର ସ୍ଥାନ, ଡାକ୍ତରଖାନାରୁ ବାହାରୁଥିବା ସାଧାରଣବର୍ଜବସ୍ତୁକୁ ନଷ୍ଟ କରିବା, ସିକଲସେଲ୍ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ଉପରେ ଆଲୋଚନା ହୋଇଥିଲା।

ସେହିପରି ଅତିରିକ୍ତ ଅଲଟ୍ରା ସାଉଣ୍ଡ ମେସିନର ଆବଶ୍ୟକତା, ଛାତ୍ରଛାତ୍ରୀମାନେ ରହିବା ପାଇଁ ଅତିରିକ୍ତ ଛାତ୍ରାବାସ, ଖେଳପଡିଆ, କର୍ମଚାରୀଙ୍କ ପାଇଁ ଷ୍ଟାଫ କ୍ବାର୍ଟସ ଆଦିକୁ ନେଇ ଜିଲ୍ଲାପାଳ ସମୀକ୍ଷା କରିଥିଲେ।

ପ୍ରଶିକ୍ଷାର୍ଥୀ ଡାକ୍ତର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏଣିକି ରାଜ୍ୟ ଓ ଜାତୀୟସ୍ତରୀୟ ଖ୍ୟାତି ସମ୍ପନ୍ନ ବିଶେଷଞ ଡାକ୍ତରଙ୍କୁ ଡାକି କର୍ମଶାଳା, ଆଲୋଚନାଚକ୍ର କୁ ନେଇ ଆଲୋଚନା କରାଯାଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe